No Result
View All Result
୧୬ ନଭେମ୍ବର ୨୦୨୪ ( ଓଡ଼ିଶା ତାଜା ନ୍ୟୁଜ୍ ) ଜଗତସିଂହପୁର :-> ଜଗତସିଂହପୁର ଜିଲ୍ଲା ବିରିଡି ବ୍ଲକ ଅନ୍ତର୍ଗତ ହାଜିପୁର ସ୍ଥିତ ମହାପୁରୁଷ ପଞ୍ଚସଖା ଙ୍କ ସାଧନାର କ୍ଷେତ୍ର ଧ୍ୟାନକୁଦ ପୀଠର ପିଠାଧୀସ ଆଚାର୍ଯ୍ୟ ପ୍ରେମସାଗର ବାବା ଅରକ୍ଷିତ ଦାସ ମହାରାଜ ଙ୍କୁ ପଞ୍ଚସଖା ଗୁରୁଶ୍ରୀ ସମ୍ମାନ ରେ ସମ୍ମାନିତ କରାଯାଇଛି l ଏହି ସମ୍ମାନ ବୌଦ୍ଧ ଜିଲ୍ଲା ମାଳିକା ବର୍ଣ୍ଣିତ ସିଦ୍ଧ ଗୁରୁ ମଠ ଡମ୍ବରୁ ଗଡ଼ (କଂକଲା )ପକ୍ଷରୁ ବୁଧବାର ଏକ ଆଧ୍ୟାତ୍ମିକ ସଭାରେ କରାଯାଇଛି l
ବାବା ଶ୍ରୀ ଦାସ ମହାରାଜ ପଞ୍ଚସଖା ଙ୍କ ଧର୍ମ ଦର୍ଶନ, ତତ୍ୱ ଓ ତଥ୍ୟକୁ ସାଧନା ଗବେଷଣା କରି ଅନେକ ସାର ଅମୃତ ବାହାର କରିଛନ୍ତି l ରାଜ୍ୟ ଓ ରାଜ୍ୟ ବାହାରେ ବହୁ ଆଧ୍ୟାତ୍ମିକ ସଭା ସମିତିରେ ଯୋଗଦେଇ ଆଗଧାଡିର ଧର୍ମ ପ୍ରବକ୍ତା ଭାବେ ପ୍ରତିଷ୍ଠିତ ହୋଇଥିବାରୁ ତାଙ୍କୁ ଏହି ସମ୍ମାନରେ ସମ୍ମାନିତ କରାଯାଇଛି l ଏହାଛଡା ବାବା ପଞ୍ଚସଖା ଙ୍କ ପୋଥି ପାଣ୍ଡୁଲିପି ଧର୍ମ ଗ୍ରନ୍ଥ ର ପୁନଃରୁଦ୍ଧାର ଓ ତାର ବାସ୍ତବତା ପ୍ରକାଶ ପାଇଁ ଅହରହ ଚେଷ୍ଟିତ l
ସେ ମାନବ ସେବାକୁ ମାଧସେବା ଗ୍ରହଣ କରି ନାରୀଜାତିକୁ ସମ୍ମାନ, ଶିଶୁ ମାନଙ୍କୁ କଲ୍ୟାଣ, ପରିବେଶ କୁ ସୁରକ୍ଷା ସନାତନ ଧର୍ମର ମୂଳ ତତ୍ୱକୁ ଆବରଣ କରି ଜୀବନ ବିତାଉଛନ୍ତି ଓ ବହୁ ପ୍ରତିଭାର ଅଧିକାରୀ ଅଟନ୍ତି l ସେଥିପାଇଁ ତାଙ୍କୁ ଉପରୋକ୍ତ ସମ୍ମାନରେ ସମ୍ମାନିତ କରାଯାଇଛି ବୋଲି ଅନୁଷ୍ଠାନର ମହନ୍ତ ସର୍ବେଶ୍ୱର ଦାସ କହିଛନ୍ତି l
No Result
View All Result