No Result
View All Result
୧୬ ନଭେମ୍ବର ୨୦୨୪ ( ଓଡ଼ିଶା ତାଜା ନ୍ୟୁଜ୍ ) ଖପ୍ରାଖୋଲ :-> ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ୍ ହାଇସ୍କୁଲ ପଡିଆ ଠାରେ ଗନ୍ଧମାର୍ଦ୍ଦନ ସୁରକ୍ଷା ଯୁବ ପରିଷଦ ଓ ଆଦିବାସୀ କଲ୍ୟାଣ ସଂଘ୍ ର ମିଳିତ ଉଦ୍ୟମ ରେ ବିର୍ସା ମୁଣ୍ଡା ଜୟନ୍ତୀ ଅବସରରେ ଜନଜାଗରଣ ସମାବେଶ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। ସମାବେଶ ରେ ପୂର୍ବତନ ସାଂସଦ ଭବାନୀଶଙ୍କର ହୋତା ଅଧ୍ୟକ୍ଷତା କରିଥିବା ବେଳେ ମୁଖ୍ୟ ଅତିଥି ରୂପେ ପଦ୍ମପୁର ବିଧାୟକ ବର୍ଷା ସିଂ ବରିହା, ସମ୍ମାନିତ ଅତିଥି ରୂପେ ପାଟଣାଗଡ ପୂର୍ବତନ ବିଧାୟକ ସରୋଜ ମେହେର,କୋଶଳ ବାଦି ନେତା ପ୍ରମୋଦ କୁମାର ମିଶ୍ର,ଏଲ ଡି ଏ ପ୍ରତିଷ୍ଠାତା ଲବସୁନା,
ଆଇନଜୀବୀ ପ୍ରଶାନ୍ତ କୁମାର ମାଝୀ, ଗନ୍ଧମାର୍ଦନ ସୁରକ୍ଷା ଯୁବ ପରିଷଦ ଆବାହକ ସୁଶିଲ କୁମାର ଗୁରୁ, ନିୟମ ଗିରି ସୁରକ୍ଷା ଆନ୍ଦୋଳନ ନେତା ଲିଙ୍ଗରାଜ ଆଜାତ, ଗିରିରାଜ ସିଂ ମାଝୀ, ଡାକ୍ତର ଗୌତମ ବିଶ୍ଵାଳ, ହେମନ୍ତ ଦଳପତି, ଗୌତମ କ୍ଷେତି ପ୍ରମୁଖ ବକ୍ତବ୍ୟ ରଖି ଗନ୍ଧମାର୍ଦ୍ଦନ ପାହାଡ଼ ର ସୁରକ୍ଷା ପାଇଁ ସଙ୍ଗଠିତ ହେବାକୁ ଆହ୍ଵାନ ଦେଇଥିଲେ । ସେହି ପରି ରାଜ୍ୟ ସରକାର ପାହାଡ କୁ ଆଦାନୀ କମ୍ପାନୀକୁ ଦେବାକୁ ଷଡ଼ଯନ୍ତ୍ର ଚାଲିଥିବା ଅଭିଯୋଗ କରିବା ସହିତ ଦୁର୍ବାର ଆନ୍ଦୋଳନ କରିବେ ବୋଲି ଚେତାବନୀ ଦେଇଥିଲେ ।
ପରେ ଏକ ବିକ୍ଷୋଭ ଶୋଭାଯାତ୍ରା ରେ ଆନ୍ଦୋଳନ କାରି ମାନେ ବ୍ଲକ୍ କାର୍ଯ୍ୟାଳୟ ରେ ପହଞ୍ଚି ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ବିଡ଼ିଓ ବିବେକାନନ୍ଦ ଷଡ଼ଙ୍ଗୀ ଙ୍କୁ ପ୍ରଦାନ କରିଥିଲେ। ଏହି ଅବସରରେ ଆଦିବାସୀ ନେତା ବିପ୍ରବିଶି, ରଘୁନାଥ ସିଂ ବରିହା, ଅନୁପ ସାହୁ, ସୁଶିଲ ନାଏକ, ନୀଳମାଧବ ପାଣିଗ୍ରାହୀ, ଥବିର ମେହେର, ଟେକେନ୍ଦ୍ର ଜାଲ ସମେତ ଶତାଧିକ ମହିଳା ପୁରୁଷ ଯୋଗଦେଇଥିବା ବେଳେ ଅଭିଳାଷ ଭୋଇ ଓ ରାଜକୁମାର ସେଠ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।
No Result
View All Result