No Result
View All Result
୧୬ ନଭେମ୍ବର ୨୦୨୪ ( ଓଡ଼ିଶା ତାଜା ନ୍ୟୁଜ୍ ) ବୋଲଗଡ :-> ବୋଲଗଡ ଭଏସ ଅଫ ମେଡ଼ିଆ ସଂଘ ଆନୁକୂଲ୍ୟରେ ଓ ନିରଞ୍ଜନ ନାୟକଙ୍କ ସଭାପତିତ୍ବ ଜାତୀୟ ପ୍ରେସ ଦିବସ ବୋଲଗଡ ସ୍ଥିତ ପୂର୍ତ୍ତ ଡାକ ବଙ୍ଗଳାଠାରେ ଶନିବାର ଦିନ ଅନୁଷ୍ଠିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ତହସିଲଦାର ସୁଶ୍ରୀ ନିବେଦିତା ପରିଡ଼ା, ମୁଖ୍ୟ ବକ୍ତାଭାବେ ବୋଲଗଡ ବ୍ଲକ ବିଡ଼ିଓ ଶରତ କୁମାର ମଲ୍ଲିକ ଓ ସମ୍ମାନିତ ଅତିଥିଭାବେ ରବୀନ୍ଦ୍ର କୁମାର ପରିଡ଼ା, ଶିକ୍ଷାବିତ୍ ହରିବନ୍ଧୁ ସାହୁ, ଗୋପୀନାଥ ଖାଡ଼ଙ୍ଗା, ଦିବାକର ପରମଗୁରୁ, ରଘୁନାଥ ଦଳ ବେହେରା ପ୍ରମୁଖ ଯୋଗଦେଇଥିଲେ l କାର୍ଯ୍ୟକ୍ରମର ପ୍ରାରମ୍ଭରେ ସଂଘର ସଭାପତି ନିରଞ୍ଜନ ନାୟକ ସ୍ୱାଗତ ଭାଷଣ ଦେଇ ଜାତୀୟ ପ୍ରେସ ଦିବସର ଲକ୍ଷ୍ୟ ଓ ଉଦେଶ୍ୟ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ l
ସଂଘର ଉପଦେଷ୍ଟା ତଥା ବରିଷ୍ଠ ସାମ୍ବାଦିକ ପାଣ୍ଡଵ ସାହୁ ଅତିଥି ପରିଚୟ ପ୍ରଦାନ କରି ସାମ୍ବାଦିକ ମାନଙ୍କୁ ରାଜ୍ୟ ସରକାର ସୁରକ୍ଷା ଯୋଗାଇଦେବାକୁ ଅନୁରୋଧ କରିଥିଲେ l ଏବଂ ଭଏସ ଅଫ ମେଡ଼ିଆ ସଂଘର ସ୍ଥାୟୀ ଗୃହ ନିର୍ମାଣ ନିମନ୍ତେ ଏକ ସରକାରୀ ଜମି ଯୋଗାଇ ଦେବାକୁ ତହସିଲଦାର ସୁଶ୍ରୀ ନିବେଦିତା ପରିଡ଼ାଙ୍କୁ ନିବେଦନ କରିଥିଲେ l ସାମ୍ବାଦିକମାନେ ଗଣତନ୍ତ୍ରର ଚତୃର୍ଥ ସ୍ତମ୍ଭ ହୋଇଥିବାରୁ ସେମାନେ ନିର୍ଭୟ ଓ ନିରପେକ୍ଷଭାବେ କାର୍ଯ୍ୟ କଲେ ସମାଜ ତଥା ରାଷ୍ଟ୍ରର ବିକାଶ ହୋଇପାରିବ ଏବଂ ରାଜ୍ୟ ସରକାର ତଥା କେନ୍ଦ୍ର ସରକାର ସଚେତନ ହୋଇ ସମସ୍ତ ଜନ କଲ୍ୟାଣ କାର୍ଯ୍ୟକ୍ରମ କରିବେ ବୋଲି ମୁଖ୍ୟ ଅତିଥି ତହସିଲଦାର ସୁଶ୍ରୀ ପରିଡ଼ା ସାମ୍ବାଦିକମାନଙ୍କୁ ପରାମର୍ଶ ଦେଇଥିଲେ l
ଏକତା ହିଁ ବଳ ହୋଇଥିବାରୁ ସାମ୍ବାଦିକମାନେ ମିଳିତ ଭାବେ ଦୃନୀତି ବିରୋଧରେ କଲମ ଚାଳନା କଲେ ଅସାମାଜିକ ଲୋକମାନଙ୍କର ଓ ଅଫିସରମାନଙ୍କ ମୁଖା ଖୋଲିଯିବ ଏବଂ ରାଷ୍ଟ୍ରର ବିକାଶ ହୋଇପାରିବ ବୋଲି ମୁଖ୍ୟ ବକ୍ତା ବିଡ଼ିଓ ଶରତ କୁମାର ମଲ୍ଲିକ ସୂଚନା ପ୍ରଦାନ କରିଥିଲେ l ବୋଲଗଡ ବ୍ଲକ ଅଞ୍ଚଳର ସମସ୍ତ ଯୁବ ସାମ୍ବାଦିକମାନେ ମିଳିତଭାବେ ବୋଲଗଡ ବ୍ଲକ ଅଞ୍ଚଳର ବିକାଶ ପାଇଁ ତଥା ବିଭିନ୍ନ ଜନ କଲ୍ୟାଣ କାର୍ଯ୍ୟକ୍ରମ ଗୁଡିକୁ ତ୍ୱରାନ୍ୱିତ କରିବାକୁ ସଂଗ୍ରାମ ଜାରିରଖିବାକୁ ସମସ୍ତ ନିମନ୍ତ୍ରିତ ଅତିଥିମାନେ ପରାମର୍ଶ ଦେଇଥିଲେ l ଆଜିର ଏହି ଜାତୀୟ ପ୍ରେସ ଦିବସରେ ବୋଲଗଡ ବ୍ଲକ ଅଞ୍ଚଳର ବହୁ ସାମ୍ବାଦିକମାନେ ଯୋଗଦେଇ ସାମ୍ବାଦିକମାନଙ୍କର ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରି ସାମ୍ବାଦିକ ମାନଙ୍କୁ 10ଲକ୍ଷ ଟଙ୍କାର ସ୍ୱାସ୍ଥ୍ୟ ବୀମା, ସାମାଜିକ ସୁରକ୍ଷା, ସାମ୍ବାଦିକ ପେନସନ, ଘରଦିହ ଓ ଇନ୍ଦିରା ଆବାସ ତଥା ବିଜୁ ପକ୍କାଘର ଯୋଗାଇଦେବାକୁ ଦାବି କରିଥିଲେ l ପରିଶେଷରେ ସଂଘର ସମ୍ପାଦକ ସତ୍ୟନାରାୟଣ ବାରିକ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ l
No Result
View All Result