No Result
View All Result
୧୫ ନଭେମ୍ବର ୨୦୨୪ ( ଓଡ଼ିଶା ତାଜା ନ୍ୟୁଜ୍ ) ଭୁବନେଶ୍ବର :-> ଶନିବାର ଭୁବନେଶ୍ବରରେ ସାଂସ୍କୃତିକ ପରିଷଦ ପକ୍ଷରୁ ଆୟୋଜିତ ସମସ୍ତ ସଦସ୍ୟ ମାନେ ପବିତ୍ର ବିନ୍ଦୁ ସାଗର ସଫେଇ କାର୍ଯ୍ୟ କରିଥିଲେ । କାର୍ତ୍ତିକ ପୂର୍ଣ୍ଣିମା ରେ ଶ୍ରଦ୍ଧାଳୁ ଭକ୍ତମାନେ ପୁଷ୍କରିଣୀ ରେ ଡଙ୍ଗା ଭସେଇ ଥିବା ସବୁ ଡଙ୍ଗା ବିନ୍ଦୁ ସାଗର କଦଳୀ ପାଟୁଆ,କାଗଜ ଡଙ୍ଗା,ସୋଲୋ,ଫୁଲ,ପାନ,ଗୁଆ,ଦିପ,
ଆଦି ରେ ପରିପୂର୍ଣ ହେଇଥିବାରୁ ଅନୁଷ୍ଠାନର ସଭାପତି ତଥା ପୂର୍ବତନ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ପ୍ରତି ବର୍ଷ ଭଳି କର୍ମକର୍ତ୍ତା ମାନଙ୍କୁ ନେଇ ବିନ୍ଦୁ ସାଗରର ସମସ୍ତ ଘାଟ ସଫେଇ କରିଥିଲେ । ଏହି କାର୍ଯ୍ୟକ୍ରମରେ ସମ୍ପାଦକ ଦୀପକ ମହାପାତ୍ର,ଉପ ସଭାପତି ସମରେନ୍ଦ୍ର ସାହୁ,ମନୋଜ ବେହେରା ସୁରେଶ ବାରିକ କର୍ପୋରେଟର ଚନ୍ଦ୍ର ଶେଖର ମଲ୍ଲିଆ,
ଶିବ ପ୍ରସାଦ ବେହେରା, ଶିବ ନାରାୟଣ ରାୟ,ଦାଶରଥି ଗରାବଡୁ, ବୁବୁନା ପଟ୍ଟନାୟକ,ଜିତେନ୍ଦ୍ର ନନ୍ଦ, ଦିବ୍ୟ ରଞ୍ଜନ ବେହେରା, ଜିତେନ୍ଦ୍ର ମଲ୍ଲିଆ,ସଞ୍ଜୟ ସାହୁ,ବେଣୁଧର ସ୍ୱାଇଁ,ସୁଜିତ୍ ସ୍ୱାଇଁ,ହେମନ୍ତ ପ୍ରଧାନ,ରାଜେନ୍ଦ୍ର ସାହୁ, ଦିଲ୍ଲୀପ ଜେନା, ବର୍କତ ତୁଲ୍ଲା,ସୁଜିତ୍ ବେହେରା ପ୍ରମୁଖ ଉପସ୍ଥିତ ଥିଲେ ।

No Result
View All Result