୧୪ ନଭେମ୍ବର ୨୦୨୪ ( ଓଡ଼ିଶା ତାଜା ନ୍ୟୁଜ୍ ) ରାୟଗଡ଼ :-> ଗଜପତି ଜିଲ୍ଲା ରାୟଗଡ ବ୍ଲକର ଜିରାଙ୍ଗ ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ବ୍ଲକ ସ୍ତରୀୟ ବାଲ ବୈଜ୍ଞାନିକ ପ୍ରଦର୍ଶନୀ କାଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମରେ ପ୍ରାୟ 80 ଗୋଟି ବିଦ୍ୟାଳୟ ଅଂଶ ଗ୍ରହଣ କରି ପ୍ରାୟ 78 ଟି ପ୍ରୋଜେକଟ କୁ 7 ଟି ସ୍ତର ରେ ପ୍ରଦର୍ଶନୀ ହୋଇଥିଲା । କୁନି କୁନି ଛାତ୍ର ଛାତ୍ରୀ ମାନେ ଅଂଶଗ୍ରହଣ କରିଥିବା ବେଳେ ପ୍ରଜେକଟିକୁ ଚାରି ଜଣ ଦକ୍ଷ ବିଜ୍ଞାନ ଶିକ୍ଷକ ଓ ଶିକ୍ଷୟତ୍ରୀ ଜର୍ଜମେଣ୍ଟ କରି ତିନି ସ୍ତରରେ ମନାନୀତ କରିଥିଲେ ଏଠାରେ ମନାନୀତ ହୋଇଥିବା କୁନି କୁନି ବୈଜ୍ଞାନିକ ମାନଙ୍କୁ ମାନପତ୍ର ସହ ପୁରସ୍କାର ପ୍ରଦାନ କରାଯାଇଥିଲା l















