No Result
View All Result
ମାନସିକ ଅନଗ୍ରସର, ଭିର୍ନ୍ନକ୍ଷମ ଚତୃରଛାତ୍ରୀଙ୍କ ଗହଣରେ ପାଳିଲେ ଶିଶୁଦିବସ
୧୪ ନଭେମ୍ବର ୨୦୨୪ ( ଓଡ଼ିଶା ତାଜା ନ୍ୟୁଜ୍ ) ଗୋପ :-> ସମଗ୍ର ଭାରତବର୍ଷରେ ନଭେମ୍ବର ମାସ 14 ତାରିଖ କୁ ଶିଶୁଦିବସ ରୂପେ ପାଳନ କରିଥାନ୍ତି l କାରଣ ସେଦିନ ହେଉଛି ପଣ୍ଡିତ ଜବାହର ଲାଲ ନେହୁର ଙ୍କ ଜନ୍ମଦିନ ସେଥିପାଇଁ ଚାଚା ନେହୁର ଙ୍କୁ ମନେପକାଇବାପାଇଁ ଶିକ୍ଷାନୁଷ୍ଠାନ ଗୁଡିକ ରେ ଶିଶୁ ଦିବସ ଭାବେ ପାଳିତ କରାଯାଏ l ଏହା ସାଧାରଣତଃ ଶିକ୍ଷାନୁଷ୍ଠାନ ଗୁଡିକ ରେ ପାଳିତ ହେଉଥିବାବେଳେ ଚଳିତ ବର୍ଷ ଏହାକୁ ନୂତନ ଭାବେ ଏକ ସାମାଜିକ ଅନୁଷ୍ଠାନ ପାଳନ କରିଛି l
ଏହି ଅବସରରେ ଗୋପ ବ୍ଲକ ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଟି ହେଉଛି “ଉତ୍ସର୍ଗ ପରିବାର ” ସବୁବେଳେ କିଛି ନା କିଛି ଅନ୍ୟମାନଙ୍କ ଠାରୁ ଭିର୍ଣ୍ଣ କରିଥାଏ l ଚଳିତ ବର୍ଷ ମଧ୍ୟ ସେମିତି କିଛି ନୂଆ କରିଛନ୍ତି ଗୋପ ର ଉତ୍ସର୍ଗ ପରିବାର ର ସଦସ୍ୟ ମାନେ l ଭିନକ୍ଷମ, ମାନସିକ ଅନଗ୍ରସର, ଅନ୍ଧ, ମୁକ, ବଧିର ଛୋଟ ଛୋଟ ଶିଶୁମାନଙ୍କ ଗହଣରେ ପାଳିତ କରିଛନ୍ତି ଶିଶୁଦିବସ l ଏହିଭଳି ମହତ୍ୱପୂର୍ଣ୍ଣ କାର୍ଯ୍ୟ କୁ ସମସ୍ତ ଗୋପ ଅଞ୍ଚଳ ବାସୀ ସାଧୁବାଦ ଜ୍ଞାପନ କରିବା ସହିତ ଅନ୍ୟମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରୁଛନ୍ତି ଉତ୍ସର୍ଗ ପରିବାର l
No Result
View All Result