ଓଡିଶା ତାଜା ନ୍ୟୁଜ୍ (୨୦ ଅଗଷ୍ଟ ଗୁରୁବାର) ହିଞ୍ଜିଳିକାଟୁ :- ମାଧ୍ୟାମିକ ଶିକ୍ଷା ପାରିଷଦ ଦ୍ୱାରା ପରିଚାଳିତ ଚଳିତ ବର୍ଷ +୨ ବାଣିଜ୍ୟ ପରୀକ୍ଷା ଫଳ ବୁଧବାର ପ୍ରକାଶ ପାଇଛି । ସାରା ରାଜ୍ୟରେ ପାସହାର ୭୪.୯୫% ରହିଥିବା ବେଳେ ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ସ୍ୱଂୟଶାସିତ ବିଜ୍ଞାନ ମହାବିଦ୍ୟାଳୟର ପାସାଂର ୮୮.୬୭% ରହିଛି । ଲଳିତା ପାଢି ୬ଶହରୁ ୫୪୦ (୯୦%) ମାର୍କ ରଖିବା ସହ କଲେଜ ଟପ୍ପର ଆଖ୍ୟା ଅର୍ଜନ କରିଛନ୍ତି । ଭବିଷ୍ୟତରେ ଚାଟାର୍ଡ଼ ଏକାଂଟଟେ ହେବାର ଲକ୍ଷ୍ୟ ରଖିଛନ୍ତି ବୋଲି କଲେଜ ଟପ୍ପର ପାଢି କହିଛନ୍ତି ।
ଚଳିତ ଶିକ୍ଷାବର୍ଷରେ ସ୍ଥାନୀୟ ସ୍ୱଂୟଶାସିତ ବିଜ୍ଞାନ ମହାବିଦ୍ୟାଳୟର +୨ ବାଣିଜ୍ୟ ବିଭାଗରେ ୨୫୬ ଜଣ ପରୀକ୍ଷାର୍ଥୀ ଅଂଶଗ୍ରହଣ କରିଥିତଲେ । ସେମାନଙ୍କ ମଧ୍ୟରୁ ପ୍ରଥମ ଶ୍ରେଣୀରେ ୮୧, ଦ୍ୱିତୀୟ ଶ୍ରେଣୀରେ ୭୯, ତୃତୀୟ ଶ୍ରେଣୀରେ ୭୬, ସ୍ୱତନ୍ତ୍ରଭାଗ (କମ୍ପାଟମେଂଟ) ରେ ଜଣେ ଉତୀର୍ଣ୍ଣ ଲାଭ କରିଥିବା ବେଳେ ୨୮ ଜଣ ଅନୁତୀର୍ଣ୍ଣ ହୋଇଥିବା ମହାବିଦ୍ୟାଳୟର ଅଧ୍ୟକ୍ଷା ଡ଼ଃ. ସ୍ୱସ୍ତିକା ପାଢିଙ୍କ ସୁତ୍ରରୁ ପ୍ରକାଶ । (ହିଞ୍ଜିଳିକାଟୁ,ଶେଷଦେବ ସାହୁ)