• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

୨୦୨୬ ସୁଦ୍ଧା ନକ୍ସଲ ସମସ୍ୟାର ମୂଳୋତ୍ପାଟନ : ପୁଲିସ ମହାନିର୍ଦ୍ଦେଶକଙ୍କ ଉଚ୍ଚ ସ୍ତରୀୟ ବୈଠକ – ରଣନୀତି ପ୍ରସ୍ତୁତ

Proprietor Abhimanyu Maharana by Proprietor Abhimanyu Maharana
November 14, 2024
in ଓଡ଼ିଶା, କନ୍ଧମାଳ, ହୋମ୍
0
୨୦୨୬ ସୁଦ୍ଧା ନକ୍ସଲ ସମସ୍ୟାର ମୂଳୋତ୍ପାଟନ : ପୁଲିସ ମହାନିର୍ଦ୍ଦେଶକଙ୍କ ଉଚ୍ଚ ସ୍ତରୀୟ ବୈଠକ – ରଣନୀତି ପ୍ରସ୍ତୁତ
Share on FacebookShare on TwitterWhatsapp

୧୩ ନଭେମ୍ବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଫୁଲବାଣୀ  :-> ଦେଶରୁ ୨୦୨୬ ସୁଦ୍ଧା ନକ୍ସଲ ସମସ୍ୟାର ମୂଳୋତ୍ପାଟନ ପାଇଁ ଆହ୍ବାନ ଦେଇଛନ୍ତି ଗୃହମନ୍ତ୍ରୀ ଅମିତ ଶାହ। ସେ ଅନୁସାରେ ପ୍ରସ୍ତୁତ ହେଉଛି ସୁରକ୍ଷା ବାହିନୀ। ନୂଆକରି ତିଆରି ହେଉଛି ରଣନୀତି। ଏହି ପରିପ୍ରେକ୍ଷୀରେ ଆଜି ରାଜ୍ୟ ପୁଲିସ ମହାନିର୍ଦ୍ଦେଶକ ଓ୍ବାଇ ବି ଖୁରାନିଆ ଫୁଲବାଣୀ ଠାରେ ବରିଷ୍ଠ ପୁଲିସ ଅଧିକାରୀ, ୫ଟି ଜିଲ୍ଲାର ଏସପି, ପ୍ରଶାସନିକ ଓ ବନ ବିଭାଗ ଅଧିକାରୀ ମାନଙ୍କ ସହିତ ଏକ ଉଚ୍ଚସ୍ତରୀୟ ସମୀକ୍ଷା କରିଛନ୍ତି। ସ୍ଥାନୀୟ ଜିଲ୍ଲା ପୁଲିସ ମୂଖ୍ୟାଳୟରେ ଆୟୋଜିତ ବୈଠକରେ ରାଜ୍ୟ ପୁଲିସ ସହିତ ବିଏସଏଫ ଓ ସିଆରପିଏଫର ଅଧିକାରୀ ମାନେ ମଧ୍ୟ ଉପସ୍ଥିତ ଥିଲେ। ଜିଲ୍ଲାରେ ମାଓ ସ୍ଥିତି ପରଖିବା ସହ ମାଓ ଦମନ ପାଇଁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ ହୋଇଛି। କନ୍ଧମାଳ ,ରାୟଗଡ଼ା, ବୌଦ୍ଧ, ନୂଆପଡ଼ା, କଳାହାଣ୍ଡି,ଓ ନୟାଗଡ଼ ଜିଲ୍ଲାର ଏସପିଙ୍କ ସହ ବିଏସଏଫ, ସିଆରପିଏଫ୍, ଗୁଇନ୍ଦା ବିଭାଗ ଅଧିକାରୀଙ୍କ ସହିତ ରୁଦ୍ଧ ଦ୍ଵାର ବୈଠକ ଅନୁଷ୍ଠିତ ହୋଇଛି।

ସୂଚନାଯୋଗ୍ୟ, ଗତ କିଛି ଦିନ ମଧ୍ୟରେ ଛତିଶଗଡ଼ରେ ମାଓ ଦମନ ଜୋରଦାର ହେବା ପରେ ଅନେକ କ୍ୟାଡର ମାଓବାଦୀ ଓଡିଶାରେ ପ୍ରବେଶ କରିଥିବା ଅନୁମାନ କରାଯାଉଛି। ଏମାନେ ବିଶେଷ କରି କନ୍ଧମାଳ ସମେତ କଳାହାଣ୍ଡି, ରାୟଗଡା, ବୌଦ୍ଧ ଭଳି ଜିଲ୍ଲା ମାନଙ୍କୁ ନିଜର କାର୍ଯ୍ୟକ୍ଷେତ୍ର କରିଛନ୍ତି। କିଛି ଦିନ ତଳେ ବାଲିଗୁଡା ଅଞ୍ଚଳରେ କନ୍ଧମାଳ ପୁଲିସ ସହ ଗୁଳି ବିନିମୟରେ ଜଣେ ନକ୍ସଲଙ୍କ ମୃତ୍ୟୁ ହୋଇଥିଲା। ଇତି ମଧ୍ୟରେ ପୁଲିସ, ସିଆରପିଏଫ ଓ ବିଏସଏଫର ସମନ୍ୱୟରେ ବଡ ଧରଣର ମାଓ ବିରୋଧୀ ଅଭିଯାନ ଆରମ୍ଭ ହେବାର ଅନୁମାନ କରାଯାଉଛି। ବନ ବିଭାଗକୁ ମଧ୍ୟ ଏଥିରେ ସାମିଲ ପାଇଁ ଯୋଜନା ପ୍ରସ୍ତୁତ ହେଉଛି ।

ବୈଠକରେ ସିଆରପିଏଫ ଏଡିଜି ଅମିତ କୁମାର, ଆଇଜିପି ଅମିତେନ୍ଦ୍ର ନାଥ ଶର୍ମା, ଆଇଜିପି ଅପରେସନ ଜୟ ନାରାୟଣ ପଙ୍କଜ, ଦକ୍ଷିଣାଂଚଳ ଡିଆଇଜି ଡଃ.ସାର୍ଥକ ଷଢ଼ଙ୍ଗୀ, ଡିଆଇଜି ଅପରେଶନ ଅଖିଳେଶ୍ୱର ସିଂ, କନ୍ଧମାଳ ଏସ୍‌ପି ହରିଶ ବି.ସି., ରାୟଗଡା ଏସ୍‌ପି ସ୍ୱାଥି ଏସ୍ କୁମାର, କଳାହାଣ୍ଡି ଏସ୍‌ପି ଅଭିଳାଶ ଜି, ବୌଦ୍ଧ ଏସ୍‌ପି ନାଗରାଜ ଦେଭରକୌଡା, ନୂଆପଡା ଏସ୍‌ପି ଗୁଣ୍ଡାଲା ରେଡ୍ଡି ରାଘବେନ୍ଦ୍ର, କନ୍ଧମାଳ ଜିଲାପାଳ ଅମ୍ରିିତ ଋତୁରାଜ, ଫୁଲବାଣୀ ଡିଏଫ ଓ ପ୍ରଶାନ୍ତ ପଟେଲ, ବାଲିଗୁଡା ଡିଏଫ ଓ ବିଶ୍ୱରାଜ ପଣ୍ଡା, ବୌଦ୍ଧ ଡିଏଫ ଓ ଦେବପ୍ରିୟା କାମ୍ପ ପ୍ରମୂଖ ଉପସ୍ଥିତ ଥିଲେ । ଆଗାମୀ ଦିନରେ ବଡ ଧରଣର ମାଓ ବିରୋଧୀ ଅପରେସନ କରାଯିବ ବୋଲି ସୂଚନା ଦେଇଛନ୍ତି ଡିଜି ଖୁରାନିଆ ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ମାଲକାନଗିରିରେ ୮୦ ତମ ଜିଲ୍ଲାସ୍ତରୀୟ ସ୍ୱାଧୀନତା ଦିବସ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ମାଲକାନଗିରିରେ ୮୦ ତମ ଜିଲ୍ଲାସ୍ତରୀୟ ସ୍ୱାଧୀନତା ଦିବସ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

August 5, 2026
ସରିଗଲାଣି ରଥଯାତ୍ରା – ବଡଦାଣ୍ଡ ରୁ ଉଠିନି ବାଲିବସ୍ତା

ସରିଗଲାଣି ରଥଯାତ୍ରା – ବଡଦାଣ୍ଡ ରୁ ଉଠିନି ବାଲିବସ୍ତା

August 5, 2026
ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟ ପରିସରରେ ବୃକ୍ଷ ପୂଜନ ଓ ବୃକ୍ଷ ରୋପଣ

ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟ ପରିସରରେ ବୃକ୍ଷ ପୂଜନ ଓ ବୃକ୍ଷ ରୋପଣ

August 5, 2026
ରଥଯାତ୍ରା ଆଣ୍ଟି ସ୍ନାଚିଂ ଅଭିଯାନ ୧୭୫ ସ୍ନାଚର ଗିରଫ, ୩୦୪ ମୋବାଇଲ ଉଦ୍ଧାର

ରଥଯାତ୍ରା ଆଣ୍ଟି ସ୍ନାଚିଂ ଅଭିଯାନ ୧୭୫ ସ୍ନାଚର ଗିରଫ, ୩୦୪ ମୋବାଇଲ ଉଦ୍ଧାର

August 5, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ମାଲକାନଗିରିରେ ୮୦ ତମ ଜିଲ୍ଲାସ୍ତରୀୟ ସ୍ୱାଧୀନତା ଦିବସ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ମାଲକାନଗିରିରେ ୮୦ ତମ ଜିଲ୍ଲାସ୍ତରୀୟ ସ୍ୱାଧୀନତା ଦିବସ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

August 5, 2026
ସରିଗଲାଣି ରଥଯାତ୍ରା – ବଡଦାଣ୍ଡ ରୁ ଉଠିନି ବାଲିବସ୍ତା

ସରିଗଲାଣି ରଥଯାତ୍ରା – ବଡଦାଣ୍ଡ ରୁ ଉଠିନି ବାଲିବସ୍ତା

August 5, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version