No Result
View All Result
୧୩ ନଭେମ୍ବର ୨୦୨୪ ( ଓଡ଼ିଶା ତାଜା ନ୍ୟୁଜ୍ ) ଫୁଲବାଣୀ :-> ସମ୍ବିଧାନ ଦିବସ ନଭେମ୍ବର ୨୬ ତାରିଖ କୁ ଦୃଷ୍ଟି ରେ କନ୍ଧମାଳ ଜ଼ିଲ୍ଲା ଫୁଲବାଣୀ ସଦର ମହକୁମାରେ ଡ଼ଃ ଭୀମ ରାଓ ଆମ୍ବେଦକର ସ୍ମୃତି କମିଟି ତରଫରୁ ସଭାପତି ସମୀର ଘଟାଲ ଙ୍କ ଅଦକ୍ଷ୍ୟତାରେ ଏକ ସାମ୍ବାଦିକ ସମ୍ମିଳନୀ କୁଇ ସମାଜ ସେବା ସମିତି କକ୍ଷ ଠାରେ ଆୟୋଜିତ କରାଯାଇଥିଲା l ଏହି କାର୍ଯ୍ୟକ୍ରମ ର ମୁଖ୍ୟ ଉଧେଶ୍ୟ କନ୍ଧମାଳ ଜ଼ିଲ୍ଲା ର ପ୍ରତ୍ୟେକ ଟି କୋଣ ଅନୁକୋଣ ମାନଙ୍କରେ ସମ୍ବିଧାନ ପ୍ରଣେତା ବାବା ସାହେବ ଆମ୍ବେଦକରଙ୍କ ଗାଥା,ବାଣୀ,ନୀତି ଆଦର୍ଶ ଓ ସାମ୍ବିଧାନିକ ଅଧିକାର କିଭଳି ଭାବ ରେ ପହଂଚି ପାରିବ ଏହି ସାମ୍ବାଦିକ ସମ୍ମିଳନୀ କରିବା ର ମୁଖ୍ୟ ଉଧେଶ୍ୟ ବୋଲି ସଭାପତି ସମୀର ଘଟାଲ ପ୍ରକାଶ କରୁଛନ୍ତି l
ଏଂବ ସାରା ଦେଶ ଚଳିତ ମାସ ନଭେମ୍ବର ୨୬ ତାରିଖ ରେ ସମ୍ବିଧାନ ଦିବସର ସିଲଭର ଜୁବଲୀ ପାଳନ କରିବ ତେଣୁ ଆମେ ମଧ୍ୟ କନ୍ଧମାଳ ଜ଼ିଲ୍ଲା ରେ ପ୍ରଥମଥର କରି ସମ୍ବିଧାନ ଦିବସ ପାଳନ କରିଵା ପାଇଁ ଆଗେଇ ଆସିଛୁ ବୋଲି କହିଛନ୍ତି ସଭାପତି ସମୀର l ଏହି ସାମ୍ବାଦିକ ସମ୍ମିଳନୀ ରେ, କନ୍ଧ ଗୌଡ଼ ସମାଜର ସଭାପତି ସୁବାଷ ବେହେରା,ଘାଷୀ ସମାଜ ସମ୍ପାଦକ ସୁଶାନ୍ତ ମୁଖୀ,ଜ଼ିଲ୍ଲା ମାଇନାରୀଟି ସେଲ ସମ୍ପାଦକ ସୁରଞ୍ଜନ ନାୟକ,ଏସସି ଫେଡ଼ରେସନର ସଭାପତି ଜଳନ୍ଧର ବେହେରା,ମିଳିତ କ୍ରିୟାନୁଷ୍ଠାନ କମିଟିର ଜ଼ିଲ୍ଲା ସଂଯୋଜୋକ ବୀରେନ୍ଦ୍ର କଂହର,
କୋଷାଧକ୍ଷ ତ୍ରିନାଥ ମାଝୀ, କୈବର୍ତ୍ତ ସମାଜର ସମ୍ପାଦକ ଅରୁଣ କୁମାର ମାଝୀ ଏଂବ ଚକାପାଦ, ଖଜୁରୀପଡା, ଟିକାବାଲି, ଫିରିଙ୍ଗିଆ ବ୍ଲକ ଅଞ୍ଚଳ ରୁ ଆମ୍ବେଦକର ସ୍ମୃତି କମିଟି ର ବହୁ ସଦସ୍ୟମାନେ ଯୋଗ ଦେଇଥିଲେ l ତତ ସହିତ ଏହି ସଂଗଠନ ଆଗାମୀ ଦିନ ରେ ଜ଼ିଲ୍ଲାରେ କିଭଳି ସମ୍ବିଧାନ ପ୍ରଣେତା ବାବା ସାହେବ ଆମ୍ବେଦକର ପାଇଁ ସୁ -ସଂଗଠିତ ହୋଇ କାର୍ଯ୍ୟ କରିବ ସେ ନେଇ ଜ଼ିଲ୍ଲା କମିଟିର ସମସ୍ତ ସଦସ୍ୟ ଙ୍କ ସହିତ ଆଲୋଚନା କରିଥିବା ସଭାପତି ସମୀର ଘଟାଲ ପ୍ରକାଶ କରିଥିଲେ l
No Result
View All Result