No Result
View All Result
୧୩ ନଭେମ୍ବର ୨୦୨୪ ( ଓଡ଼ିଶା ତାଜା ନ୍ୟୁଜ୍ ) ପୁରୀ :-> ପଞ୍ଚକ ମହୋତ୍ସବର ଦ୍ବିତୀୟ ସଂଧ୍ଯାରେ ବଡଦାଣ୍ଡ ମା ମାଉସୀ ମା ଙ୍କ ପୀଠ ରେ ଅନୁଷ୍ଠିତ ଶ୍ରୀକଳା ନୃତ୍ୟ ଅନୁଷ୍ଠାନ ର ଆକର୍ଷଣୀୟ ନୃତ୍ୟ ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରିଥିଲା l ଶହ ଶହ ହବିଷିଆଳି ବୃଦ୍ଧାମାନଙ୍କର ଭକ୍ତିରେ ଭାବବିହ୍ବଳ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା । ଶ୍ରୀମନ୍ଦିର ବରିଷ୍ଠ ସେବାୟତ ଭଗବାନ ସୁଆର ଶ୍ରୀଜଗନ୍ନାଥଙ୍କ ନିକଟରେ ପୁଷ୍ପ ମାଲ୍ୟାର୍ପଣ ସହ ପ୍ରଦୀପ ପ୍ରଜ୍ବଳନ କରି ମହାପ୍ରଭୁଙ୍କ ଅଙ୍ଗେନିଭା କଥା କହିବା ସହ ମହାପ୍ରଭୁଙ୍କ ପାଖରେ ସମସ୍ତେ ଭାବ ଭକ୍ତିରେ ସମର୍ପଣ ହୋଇ କୃପା ଲାଭ କରନ୍ତୁ ବୋଲି କହିଥିଲେ ।
ସମ୍ମାନିତ ଅତିଥି ଭାବେ ଜିଲ୍ଲାସୂଚନା ଓ ଲୋକ ସମ୍ପର୍କ ଉପ ନିର୍ଦ୍ଦେଶକ ସନ୍ତୋଷ କୁମାର ସେଠୀ, ଶ୍ରୀମନ୍ଦିର ମହାପ୍ରଭୁଙ୍କ ସେବକ ଗଣେଶ କୁମାର ମହାସୁଆର, ମଞ୍ଚରେ ମହାପ୍ରଭୁଙ୍କ ପବିତ୍ର କାର୍ତ୍ତିକ ମାସର ମାହାତ୍ମ୍ୟ ବିଷୟରେ ଆଲୋକପାତ କରିଥିଲେ । ମହୋତ୍ସବ ଅଭ୍ୟର୍ଥନା କମିଟିର ସଭାପତି ଜଗନ୍ନାଥ ଦାସ ମହାପାତ୍ର ଉତ୍ସବରେ ଅଧ୍ୟକ୍ଷତା କରିଥିବା ଅଭ୍ୟର୍ଥନା କମିଟିର ସମ୍ପାଦକ ମଧୁସୂଦନ ମିଶ୍ର ସ୍ବାଗତ ଭାଷଣ ଓ ଧନ୍ୟବାଦ ଅର୍ପଣ କରିଥିଲେ l
ଶ୍ରୀ କଳା ନିକେତନ ପୁରୀ ଅନୁଷ୍ଠାନର ଗୁରୁ ରୋଜାଲିନ ମହାନ୍ତିଙ୍କ ନିର୍ଦ୍ଦେଶନାରେ ଶ୍ରୀତ କମଳା ନୃତ୍ଯ ,ଯମୁନା କୁ ଜାଆନା, ନାଗେନ୍ଦ୍ର ହରାୟ,ଅଚ୍ଯୁତମ କେଶବମ୍, କୃଷ୍ଣ ରାସ ନୃତ୍ଯ ଓ କୃଷ୍ଣ ରାଧା ପ୍ରେମ ଭଜନ ପରିବେଷଣ କରାଯାଇଥିଲା । ବିଶ୍ବରୂପା, ସ୍ନେହାସିଗ୍ଧା, ସାଇଲିନ, ସ୍ନେହଲତା, ତନ୍ବୀ, ଆରାଧ୍ଯା, ଆରାଧ୍ଯାଦାସୀ, ଶ୍ରୀସଂପର୍ଣ୍ଣା, ସିଦ୍ଧିସ୍ବରୂପା, ସମୃଦ୍ଧି,ବାଗ୍ନିସାଇସ୍ମିତା, ପ୍ରିୟାଂଶୀ, ପ୍ରଜ୍ଞା, ନନ୍ଦିନୀ, ପୂରବି, ସ୍ନେହାଞ୍ଜଳି,ମାମା ଓ ସିନ୍ଧୂଜା ନୃତ୍ଯାଶଂରେ ଅଭିନୟ କରିଥିଲେ । ନୃତ୍ୟକୁ ଦର୍ଶକମାନେ ଉପଭୋଗ କରିଥିଲେ l
No Result
View All Result