No Result
View All Result
୧୧ ନଭେମ୍ବର ୨୦୨୪ ( ଓଡ଼ିଶା ତାଜା ନ୍ୟୁଜ୍ ) ବୋଲଗଡ଼ :-> ରାଜ୍ୟ ବିଜେଡି ଦଳର ସଭାପତି ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦେଶକ୍ରମେ ବେଗୁନିଆ-ବୋଲଗଡ଼ ନିର୍ବାଚନ ମଣ୍ଡଳୀର ବିଧାୟକ ପ୍ରଦୀପ ସାହୁଙ୍କ ଅଧକ୍ଷତାରେ ମଣ୍ଡଳସ୍ତରୀୟ ବିଜୁ ଜନତା ଦଳ ଡିଜିଟାଲ ସ୍ଵେଛାସେବୀ ସଭ୍ୟ ସଂଗ୍ରହ କର୍ମଶାଳା ବୋଲଗଡ଼ ଡାକବଙ୍ଗଳା ପରିସରରେ ମଙ୍ଗଳ ବାରଦିନ ଅନୁଷ୍ଠିତ ହୋଇଯାଇଛି ! ଏହି କର୍ମଶାଳାରେ ବିଜୁ ଯୁବ ଜନତା ଦଳର ରାଜ୍ୟ ସମ୍ପାଦକ ଶୁଭକାନ୍ତ ମହାପାତ୍ର ଓ ସୁରେଶ ସାମନ୍ତରାୟ ସ୍ବେଚ୍ଛାସେବୀମାନଙ୍କୁ ପ୍ରଶିକ୍ଷଣ ଦେଇଥିଲେ !
ଏହି କାର୍ଯ୍ୟକ୍ରମରେ ବାଙ୍କୋଇ ଜୋନର ଜିଲ୍ଲାପରିଷଦ ସଭ୍ୟ ସୁବାସ ଚନ୍ଦ୍ର ରାୟଗୁରୁ,ବୋଲଗଡ଼ ଜୋନର ଜିଲ୍ଲାପରିଷଦଙ୍କ ପ୍ରତିନିଧି ଶୁଭେନ୍ଦୁ କୁମାର ସାହୁ ଖୋର୍ଦ୍ଧା ଜିଲ୍ଲା ବିଜେଡି ଉପସଭାପତି ଦିଲ୍ଲୀପ କୁମାର ମହାପାତ୍ର ,ଅରିକିମା ସରପଞ୍ଚ ପ୍ରମୋଦ କୁମାର ରାଉତରାୟ,ଆଇନ ଜୀବି ବୀରକିଶୋର ଦାସ ପ୍ରମୁଖ ଯୋଗଦେଇ ବିଜୁ ଜନତା ଦଳର ଡିଜିଟାଲ ସ୍ଵେଛାସେବୀମାନେ ପ୍ରତି ଘରକୁ ଘର ବୁଲି ବିଜୁ ଜନତା ଦଳ ଜନସାଧାରଣମାନଙ୍କୁ ବିଜୁ ଜନତା ଦଳରେ ସାମିଲ କରାଇବେ କହିଥିଲେ !
ବୋଲଗଡ଼ ବ୍ଲକର ସମସ୍ତ ଗ୍ରାମ ପଞ୍ଚାୟତରୁ ଛାମୁଆ ବିଜେଡି କର୍ମୀ, କର୍ମକର୍ତ୍ତା ଓ ବିଜୁ ପ୍ରେମୀ ଯୋଗଦେଇଥିଲେ ! ତୃଣମୂଳ ସ୍ତରରେ ଦଳକୁ ସୁଦୃଢ କରିବା ପାଇଁ ବିଧାୟକ ପ୍ରଦୀପ ସାହୁ ସମସ୍ତ ଯୁବବନ୍ଧୁମାନେ ୱାର୍ଡ ସ୍ତରରେ ନୂତନ ସଦସ୍ୟତା ଅଭିଯାନକୁ ତ୍ୱରାନ୍ୱିତ କରିବା ସହ ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ଉଦ୍ଦେଶ୍ୟକୁ ସଫଳ କରିବା ସହ ତୃଣମୂଳସ୍ତରରେ ବିଜେଡି ଦଳକୁ ମଜଭୁତ କରିବା ପାଇଁ ଆହ୍ୱାନ ଦେଇଥିଲେ ।

No Result
View All Result