୧୧ ନଭେମ୍ବର ୨୦୨୪ ( ଓଡ଼ିଶା ତାଜା ନ୍ୟୁଜ୍ ) ନାଚୁଣୀ :-> ନାଚୁଣୀ ମହାବିଦ୍ୟାଳୟ ର ଇତିହାସ ବିଭାଗର ଯୁକ୍ତ ତିନି ସମ୍ମାନ ଶ୍ରେଣୀ ପକ୍ଷରୁ ଏକ ବିଶେଷ ପାଠଚକ୍ର ଅନୁଷ୍ଠିତ ହୋଇ ଯାଇଛି। ଓଡ଼ିଶା ର ଭାଷା ଆନ୍ଦୋଳନ ଏବଂ ବିଜ୍ଞ ମାନଙ୍କ ର ଭୂମିକା ଶୀର୍ଷକ ଏହି ପାଠଚକ୍ର ରେ ଇତିହାସ ବିଭାଗର ମୁଖ୍ୟ ଡଃ କବିତା ଦେବୀ ଅଧ୍ୟକ୍ଷତା କରିଥିବାବେଳେ ମହାବିଦ୍ୟାଳୟ ର ଅଧ୍ୟକ୍ଷ ପ୍ରଫେସର ରାଜ କିଶୋର ସାହୁ କାର୍ଯ୍ୟକ୍ରମ ର ଉଦ୍ ଘାଟନ କରିଥିଲେ ।
ଅନ୍ୟମାନଙ୍କ ମଧ୍ୟରେ ଅଧ୍ୟାପିକା ଡ଼ଃ ପ୍ରଜ୍ଞା ପାରମିତା ପାତ୍ର,ଅଧ୍ୟାପକ ବିଜୟ କୁମାର ଶତପଥୀ,ଅଧ୍ୟାପକ ଜଗନ୍ନାଥ ଆଚାର୍ଯ୍ୟ ଯୋଗଦେଇ ନିଜ ନିଜ ଵକ୍ତଵ୍ୟ ପ୍ରଦାନ କରିଥିଲେ। ଏହି ଅବସରରେ ଛାତ୍ର ଛାତ୍ରୀମାନେ ସେମାନଙ୍କର ଭିତ୍ତି ପ୍ରବନ୍ଧ ଉପସ୍ଥାପନ କରିଥିଲେ।