ଓଡ଼ିଶା ତାଜା ନ୍ୟୁଜ (୨୦ ଅଗଷ୍ଟ ଗୁରୁବାର) କଳାହାଣ୍ଡି :- କୃଷି ଓ କୃଷକର ବିକାଶ ପାଇଁ ସରକାରଙ୍କ ଯୋଜନା ଅନୁସାରେ କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକର ମୁଣ୍ଡାଗାଁ ଠାରେ ବ୍ଳକ କୃଷି ବିଭାଗ ଦ୍ବାରା ବିଭିନ୍ନ ପ୍ରକାର କୃଷି ଔଷଧ ବଣ୍ଟନ କରାଯାଇଛି । ଏଥିରେ ଅତିରିକ୍ତ କୃଷି ଅଧିକାରୀ ହିରଣ୍ୟ ବାରିକଙ୍କ ତତ୍ବାବଧାନରେ ଜଣେ କୃଷକ ପ୍ରତି ଟକବେରିଆ ୨ କେଜି ୫୦୦ ଶହ ଗ୍ରାମ, ଟେଗସନ ୧୦୦ ଗ୍ରାମ, ଟକମାର ୧ ଲିଟର, ଏଜୋସ୍ପେରିଲିୟମ ୫ ଲିଟର, ପିଏସବି ୫ ଲିଟର ଓ ରିଭାଇବ ୨ ଶହ ୫୦ ଗ୍ରାମ ଲେଖାଏଁ ୭୯ ଜଣ ଚାଷୀଙ୍କୁ ଔଷଧ ବଣ୍ଟନ କରାଯାଇଛି ।
ପୂର୍ବରୁ ୭୯ ଜଣ ଚାଷୀଙ୍କୁ ୫୦ ହେକ୍ଟର ଚାଷ ଜମିରେ ଧାଡ଼ି ରୁଆ ଧାନ ପାଇଁ ଜଣ ପ୍ରତି ୪୦ କେଜି ଲେଖାଏଁ ଧାନ ବଣ୍ଟନ କରାଯାଇଥିଲା । ଔଷଧ ବଣ୍ଟନ କାର୍ଯ୍ୟକ୍ରମରେ ଏଓ ଦୀପକ କୁମାର ଜେନା, କମର୍ଦ୍ଧା ସରପଂଚ କାନ୍ତି ପାତ୍ର,କୃଷକ ସାଥୀ ସଞ୍ଜିବ କୁମାର ବୁଦ୍ଧିଆ, ଅର୍ଜୁନ ମାଝୀ, ପୂର୍ବତନ ବ୍ଲକ ଉପାଧ୍ୟକ୍ଷ ଜଗଦିଶ ବେନିଆଁ, ବିରାଜ ପନ୍ଦର ପ୍ରମୁଖ ଉପସ୍ଥିତ ଥିଲେ । (ରିପୋର୍ଟ -ପ୍ରଦୀପ କୁମାର ଗଉଡ)