No Result
View All Result
୧୧ ନଭେମ୍ବର ୨୦୨୪ ( ଓଡ଼ିଶା ତାଜା ନ୍ୟୁଜ୍ ) ବାଲିଗୁଡା :-> ନୂତନ ଗ୍ରାମ ପଞ୍ଚାୟତ ଗଠନ ଦାବିରେ ତେଜିଲା ଜନ ଅସନ୍ତୋଷ । ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ କୁ ଗଲେ ଅଞ୍ଚଳବାସୀ। ରାଜ୍ୟ ସରକାରଙ୍କ ପକ୍ଷରୁ ବିଜ୍ଞପ୍ତି ଜାରି ହେବାପରେ ନୂତନ ଗ୍ରାମପଞ୍ଚାୟତ ଗଠନ ନିମନ୍ତେ ଆବେଦନ କଲେ ମଗଡୀଙ୍ଗିଆ ଅଞ୍ଚଳ ବାସୀ । କନ୍ଧମାଳ ଜିଲ୍ଲା କ. ନୂଆଗାଁ ବ୍ଲକ ଅଧିନସ୍ଥ ବଣ୍ଡଗୁଡା ଗ୍ରାମପଞ୍ଚାୟତ ଉପରେ ନିର୍ଭର କରି ରହିଆସୁଥିଲେ ମଗଡୀଙ୍ଗିଆ ଅଞ୍ଚଳବାସୀ ଓ ଅନେକ ଅସୁବିଧାର ସମୁଖୀନ ହେଉଥିଲେ। ଦୀର୍ଘ ୧୦ ବର୍ଷ ରୁ ଉର୍ଦ୍ଧ ହେବ ଅଞ୍ଚଳବାସୀ ନିଜ ସୁବିଧା ନିମନ୍ତେ ମଗଡୀଙ୍ଗିଆ ଠାରେ ନୂତନ ଗ୍ରାମପଞ୍ଚାୟତ ଦାବି କରି ବ୍ଲକ ପ୍ରଶାସନ ଠାରୁ ଆରମ୍ଭ କରି ମୁଖ୍ୟମନ୍ତ୍ରୀ ଅଭିଯୋଗ ପ୍ରକୋଷ୍ଠ ପର୍ଯ୍ୟନ୍ତ ଯାଇଥିଲେ ମଧ୍ୟ କୌଣସି ଫଳପ୍ରଦ ହୋଇପାରିନାହିଁ ।
ସୂଚନା ପ୍ରକାରେ ଏହି ଅଞ୍ଚଳବାସୀ ପ୍ରଥମେ ବଣ୍ଡଗୁଡା ଗ୍ରାମପଞ୍ଚାୟତରେ ଅନ୍ତର୍ଭୁକ୍ତ ଥିଲେ, ହେଲେ ସରକାରଙ୍କ ନିର୍ଦେଶ କ୍ରମେ ଜନସଂଖ୍ୟା ବୃଦ୍ଧି ଯୋଗୁଁ ଜିରିଡିକିଆ ଠାରେ ନୂତନ ପଞ୍ଚାୟତ ଗଠନ ପାଇଁ ଦାବି କରାଯାଇଥିଲା । ହେଲେ ୨୦୧୫ ମସିହାରେ ବଣ୍ଡଗୁଡା ଠାରୁ ଜିରିଡିକିଆ ମାତ୍ର ଏକ କିମି ବ୍ୟବଧାନ ରେ ପଞ୍ଚାୟତ ଗଠନ କରାଯାଇଥିଲା । ଫଳରେ ଏହି ଦଶ ଗୋଟି ଗାଁ ଲୋକେ ପାଖାପାଖି ୧୨ କିମି ଦୂରତା ହେଉଥିବା ଯୋଗୁଁ ପଞ୍ଚାୟତ କୁ ଯାଇ ରାସନ ଚାଉଳ, ଭତ୍ତା ପୁଣି ଅନ୍ୟାନ୍ୟ କାର୍ଯ୍ୟ କରିବା ପାଇଁ ବହୁ ଅସୁବିଧାର ସମ୍ମୁଖୀନ ହେଉଥିଲେ। ଫଳରେ କ.ନୂଆଗାଁ ଗୋଷ୍ଠୀ ଉନୟନ ଅଧିକାରୀ ଙ୍କୁ ଲିଖିତ ଅଭିଯୋଗ କରିଥିଲେ ଅଞ୍ଚଳବାସୀ ।
କୌଣସି ସୁଫଳ ନମିଳିବାରୁ କନ୍ଧମାଳ ଜିଲ୍ଲାପାଳଙ୍କୁ ଭେଟି ଲିଖିତ ଅଭିଯୋଗ କରିଥିଲେ । କନ୍ଧମାଳ ଜିଲ୍ଲାପାଳ କୌଣସି ପଦକ୍ଷେପ ନ ନେବାରୁ ବାଧ୍ୟହୋଇ ଅଞ୍ଚଳବାସୀ ଉଚ୍ଚ ନ୍ୟାୟାଳୟର ଆଶ୍ରୟ ନେଇଥିଲେ, ସେଠାରେ ବର୍ତ୍ତମାନ ସୁଦ୍ଧା ବିଚରାଧୀନ ଥିବା ଜଣାପଡ଼ିଛି । ବର୍ତ୍ତମାନ ନୂତନ ସରକାର ଆସିବା ପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଙ୍କ ଅଭିଯୋଗ ପ୍ରକଷ୍ଠ କୁ ଯାଇ ଲିଖିତ ଅଭିଯୋଗ କରିଥିଲେ । କନ୍ଧମାଳ ଜିଲ୍ଲାପାଳ ଏହାର ଉଚ୍ଚ ସ୍ତରୀୟ ତଦନ୍ତ କରି କେବେ ଅଂଚଳବାସୀ ଙ୍କୁ ଉଚିତ ନ୍ୟାୟ ଦେଉଛନ୍ତି ତାହା ଦେଖିବାକୁ ବାକିରହିଲା। ଯଦି ଆଗାମୀ ଦିନରେ ଏହାର କାର୍ଯ୍ୟକାରୀ ନହେଲେ ବ୍ଲକ କାର୍ଯ୍ୟାଳୟ ସମେତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରିବା ପାଇଁ କଠୋର ଚେତାବନୀ ଦେଇଛନ୍ତି ଅଞ୍ଚଳବାସୀ ।

No Result
View All Result