୧୦ ନଭେମ୍ବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଚିଲିକା :-> ଓଡିଶା ସରକାର ଓ ଶହୀଦ ଜୟୀ ରାଜାଗୁରୁ ସ୍ମୃତି ପରିଷଦ, ଓଡିଶାର ମିଳିତ ଆନୁକୂଲ୍ୟରେ ଭୁବନେଶ୍ୱରସ୍ଥିତ ଜୟଦେବ ଭବନଠାରେ ମହାନ ବିପ୍ଳଵୀ ଶହୀଦ ଜୟୀ ରାଜାଗୁରୁଙ୍କ ରାଜ୍ୟ ସ୍ତରୀୟ ଜୟଂତୀ ସମାରୋହ ରବିବାର ଦିନ ଅନୁଷ୍ଠିତ ହୋଇଯାଇଛି ।ଉକ୍ତ ଉତ୍ସବରେ ଉଦ୍ଘାଟକ ମୁଖ୍ୟଅତିଥି ରୂପେ ଓଡିଶା ଉଚ୍ଚ ନ୍ୟାୟାଳୟର ମାନ୍ୟବର ବିଚାରପତି ଶଚିକାନ୍ତ ମିଶ୍ର ଯୋଗ ଦେଇଥିଲେ ।

ଜଣେ ସୁସଂଗଠକ ରୂପେ ଓଡିଶା ସ୍ୱାଭିମାନର ସୁରକ୍ଷା ପାଇଁ ବିଭିନ୍ନ ଅନୁଷ୍ଠାନରେ ମହାପୁରୁଷଙ୍କ ପ୍ରତିମୂର୍ତ୍ତି ସ୍ଥାପନରେ ଅଗ୍ରଣୀ ଭୂମିକା ଗ୍ରହଣ କରିଥିବାରୁ ବିଦ୍ୟାର୍ଥୀ ବତ୍ସଳ, ସଂସ୍କୃତି ପ୍ରେମୀ, ପୂଜ୍ୟ ପୂଜାର ପ୍ରଚାରକ ବୋଲଗଡ଼ ବ୍ଲକ ଅନ୍ତର୍ଗତ ସଂପୁରସ୍ଥିତ ଚତୁର୍ଭୁଜ ସରକାରୀ ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ପ୍ରମୋଦ କୁମାର ସ୍ବାଇଁଙ୍କୁ ମାନ୍ୟବର ବିଚାରପତି ଶ୍ରୀଯୁକ୍ତ ମିଶ୍ର ମାନପତ୍ର ଓ ଉତ୍ତରୀୟ ପ୍ରଦାନ କରି ସମ୍ବର୍ଦ୍ଧିତ କରିଛନ୍ତି ।














