No Result
View All Result
୧୦ ନଭେମ୍ବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଭୁବନେଶ୍ୱର :-> କାର୍ତ୍ତିକ ମାସ ଶୁକ୍ଳ ପକ୍ଷ ନବମୀ ତିଥିରେ ଅଁଳା ନବମୀ ପାଳନ କରାଯାଏ । ଅଁଳା ନବମୀକୁ ଅକ୍ଷୟ ନବମୀ ମଧ୍ୟ କୁହାଯାଏ । ହିନ୍ଦୁ ଧର୍ମରେ ଅଁଳା ନବମୀର ବିଶେଷ ମହତ୍ତ୍ୱ ରହିଛି । ଅଁଳା ନବମୀରେ ଦାନ ପୁଣ୍ୟର ବିଶେଷ ମହତ୍ତ୍ୱ ରହିଛି । ଏହି ଦିନ ଦାନ ପୁଣ୍ୟ କଲେ ଏହି ଜନ୍ମ ସହ ଆସନ୍ତା ଜନ୍ମରେ ମଧ୍ୟ ଫଳ ମିଳିଥାଏ । ଶାସ୍ତ୍ର ଅନୁସାରେ ଅଁଳା ନବମୀ ଦିନ ଅଁଳା ଗଛକୁ ପୂଜା କରାଯାଏ । ଏହି ଦିନ ଅଁଳା ଗଛକୁ ପୂଜା କଲେ ପାପରୁ ମୁକ୍ତି ମିଳିଥାଏ । ଅଁଳା ନବମୀ ଦିନ ଅଁଳା ଗଛକୁ ପୂଜା କଲାବେଳେ ପରିବାରର ସୁଖ ସମୃଦ୍ଧି କାମନା କରାଯାଏ ।
ଏହାସହ ଏହି ପବିତ୍ର ଦିନରେ ଅଁଳା ଗଛ ତଳେ ବସି ଭୋଜନ ମଧ୍ୟ କରାଯାଏ। ପ୍ରସାଦ ଭାବେ ଅଁଳା ମଧ୍ୟ ସେବନ କରାଯାଏ । ଏହି ଦିନ ଦ୍ୱାପର ଯୁଗ ଆରମ୍ଭ ହୋଇଥିଲା ବୋଲି କୁହାଯାଏ । ଦ୍ୱାପର ଯୁଗରେ ବିଷ୍ଣୁଙ୍କ ଅଷ୍ଟମ ଅବତାର ପ୍ରଭୁ ଶ୍ରୀକୃଷ୍ଣ ଜନ୍ମ ନେଇଥିଲେ । ଏହି ଦିନ ଶ୍ରୀକୃଷ୍ଣ ବୃନ୍ଦାବନ ଗୋକୁଳ ଗଳିକୁ ଛାଡି ମଥୁରାକୁ ପ୍ରସ୍ଥାନ କରିଥିଲେ । ସେଥିପାଇଁ ବୃନ୍ଦାବନ ପରିକ୍ରମା କରାଯାଇଥାଏ । ପୂଜା ବିଧି – ଅଁଳା ନବମୀ ଦିନ ଅଁଳା ଗଛକୁ ପୂଜା କରାଯାଏ । ହଳଦୀ, ସିନ୍ଦୁର ଆଦି ଲଗାଇବା ପରେ ଗଛରେ କ୍ଷୀର ଅର୍ପଣ କରାଯାଏ । ଏହାପରେ ଗଛର ପରିକ୍ରମା କରାଯାଏ। ଗଛରେ ନାଲି ସୁତା ଗୁଡା ଯାଇଥାଏ । ପୂଜା ପରେ ବ୍ରତ କଥା ପଢିବା ଏବଂ ଶୁଣିବା ଉଚିତ ।

No Result
View All Result