No Result
View All Result
୦୯ ନଭେମ୍ବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଖପ୍ରାଖୋଲ :-> ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବ୍ଲକ୍ ଅଧିନସ୍ଥ ଉଚ୍ଚ ବିଦ୍ୟାଳୟ ଗୁଡିକର ପ୍ରଧାନ ଶିକ୍ଷକ ମାନଙ୍କ ଏକାଦଶତମ ବ୍ଲକ୍ ସ୍ତରୀୟ ସମ୍ମିଳନୀ ପଡିଆବାହାଲ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ପରିସର ରେ ପ୍ରଧାନଶିକ୍ଷକ ସୁଶୀଳ କୁମାର ଭୋଇ ଙ୍କ ଅଧ୍ଯକ୍ଷତା ରେ ଆୟୋଜିତ ହୋଇଯାଇଛି । ମୁଖ୍ଯ ଅତିଥି ରୂପେ ଏବିଇଓ ତଥା ବିଆରସିସି ରୁଦ୍ରଦେବ ଷଡଙ୍ଗୀ, ସମ୍ମାନିତ ଅତିଥି ରୂପେ ନାନ୍ଦୁପଲା ଉଚ୍ଚ ବିଦ୍ୟାଳୟ ର ପ୍ରଧାନଶିକ୍ଷକ ଶିବ ପ୍ରସାଦ ମେହେର, ଲୁହାସିଙ୍ଗା ଉଚ୍ଚ ମାଧ୍ଯମିକ ବିଦ୍ୟାଳୟ ର ଭାରପ୍ରାପ୍ତ ଅଧ୍ଯକ୍ଷ ରାଧାକାନ୍ତ ସୁଆର , ଖପ୍ରାଖୋଲ ଉଚ୍ଚ ବିଦ୍ୟାଳୟ ର ପ୍ରଧାନଶିକ୍ଷକ ଇସ୍ପାଲ ସୁନା ପ୍ରମୁଖ ଯୋଗ ଦେଇଥିଲେ । ଶିକ୍ଷକ ବାଲକୃଷ୍ଣ ପୁରୋହିତ ଅତିଥି ମାନଙ୍କ ଦ୍ବାରା କରାଯାଇଥିବା ପୂଜାକାର୍ଯ୍ୟ ରେ ମନ୍ତ୍ର ପାଠ କରିଥିଲେ ।
ଶିକ୍ଷକ ପ୍ରଦୀପ୍ କୁମ୍ଭାର ଅତିଥି ପରିଚୟ ପ୍ରଦାନ କରିଥିଲେ । ଏହି ଅବସର ରେ ଆକାଂକ୍ଷୀ କାର୍ଯ୍ୟକ୍ରମ, ଖାନ ଏକାଡେମୀ, ମୋ ସ୍କୁଲ ଅଭିଯାନ, ମୁଖ୍ଯମନ୍ତ୍ରୀ ଶିକ୍ଷା ପୁରସ୍କାର, ଆଦି ପ୍ରମୁଖ ବିଷୟ ରେ ଆଲୋଚନା ହୋଇଥିଲା । ଆଗାମୀ ଦିନ ରେ କିପରି ଛାତ୍ରଛାତ୍ରୀ ମାନେ ଦଶମ ଶ୍ରେଣୀ ବାର୍ଷିକ ପରୀକ୍ଷା ରେ ଏ ଗ୍ରେଡ୍ ପାଇବେ ସେଥିପ୍ରତି ସମସ୍ତେ ଯତ୍ନବାନ୍ ହେବା ସହିତ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ନିଃସ୍ୱାର୍ଥପର ଭାବରେ ଚେଷ୍ଟା କରିବା ଉଚିତ୍ ବୋଳି ଧଣ୍ଡାମୁଣ୍ଡା ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟିତ୍ରୀ ପୁଷ୍ପାଞ୍ଜଳି ପାତ୍ର ମତ ରଖିଥିଲେ ।
ମଧ୍ଯାହ୍ନ ଭୋଜନ ପରେ ଡି.ଏସ୍.ଓ ଏହି ସମ୍ମିଳନୀ ରେ ଯୋଗଦେଇ ଆକାଂକ୍ଷୀ କାର୍ଯ୍ୟକ୍ରମ , ପନ୍ଚସଖା ଶିକ୍ଷାସୂଚୀ, ଜାତୀୟ ଉପଲବ୍ଧି ସର୍ବେକ୍ଷମ ଉପରେ ପୁଂଖାନୁପୁଂଖ ଆଲୋଚନା କରିଥିଲେ ।ସ୍ରୁଜନୀ ,କ୍ରୀଡାଗଂନ, କୌଶଲୀ , ଜିଂଗାସା ର ତଥ୍ଯ ପ୍ରସ୍ତୁତି ଉପରେ ଆଲୋଚନା କରିଥିଲେ । ଖପ୍ରାଖୋଲ ବ୍ଲକ୍ ର ସମସ୍ତ ଉଚ୍ଚ ବିଦ୍ୟାଳୟ ର ପ୍ରଧାନଶିକ୍ଷକ ମାନେ ଯୋଗଦେଇ ଆଲୋଚନା ରେ ଭାଗ ନେଇ ଥିଲେ । ପଡିଆବାହାଲ ଉଚ୍ଚ ବିଦ୍ୟାଳୟ ର ଅଶୋକ ମେହେର, ପ୍ରମୋଦ ମେହେର, ଉପେନ୍ଦ୍ର ପଧାନ, ରାକ୍ଷୀ ଦାସ, ଭାରତି ବେଣ୍ଟକାର, ଲେକ୍ରୁ ଧରୁଆ , ଚିତ୍ତ ରଂଜନ ସାହୁ ପ୍ରମୁଖ ଶିକ୍ଷକ ଶିକ୍ଷୟିତ୍ରୀ ଏହି ସମ୍ମିଳନୀ ର ବିଭିନ୍ନ କାର୍ଯ୍ୟକ୍ରମ ରେ ସାହାଯ୍ୟ ସହଯୋଗ କରିଥିଲେ । ଶେଷରେ ପ୍ରଧାନଶିକ୍ଷକ ଭୋଇ ସମସ୍ତ ଙ୍କୁ ଧନ୍ଯବାଦ ଦେଇ ସମ୍ମିଳନୀ ର ସଭାକାର୍ଯ୍ୟ କୁ ଶେଷ କରିଥିଲେ ।
No Result
View All Result