୦୯ ନଭେମ୍ବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଖପ୍ରାଖୋଲ :-> ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବ୍ଲକ ପଶ୍ଚିମ ଓଡ଼ିଶାର ଐତିହାସିକ ପୁରାଣ ପ୍ରସିଦ୍ଧ ହରିଶଙ୍କର ଠାରେ ଖପ୍ରାଖୋଲ ଆଞ୍ଚଳିକ ସାଧନ କେନ୍ଦ୍ର ଅନ୍ତର୍ଗତ ବିଦ୍ୟାଳୟରେ ନବନିଯୁକ୍ତ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇ ଥିଲା । ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ଶ୍ରୀପତି କୁମ୍ଭାର ସଭାପତିତ୍ୱ କରିଥିବା ବେଳେ ବରିଷ୍ଠ ଶିକ୍ଷୟତ୍ରୀ ସତ୍ୟଭାମା ସାହୁ ମୁଖ୍ୟ ଅତିଥି ଭାବରେ ମଂଚାସୀନ ଥିଲେ ଓ କ୍ଷୀରୋଦିନୀ ଭୋଇ ପ୍ରଧାନଶକ୍ଷୟିତ୍ରୀ ଖପ୍ରାଖୋଲ ପ୍ରାଥମିକ ବିଦ୍ୟାଳୟ, ଶ୍ୟାମସୁନ୍ଦର ଦଲାଇ ପ୍ରଧାନଶିକ୍ଷକ ଡମନିମାଲ ପ୍ରାଥମିକ ବିଦ୍ୟାଳୟ, ସୁଧୀର କୁମାର ନାଗ ପ୍ରଧାନ ଶିକ୍ଷକ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଚାଉଳବାଞ୍ଜି ପ୍ରମୁଖ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ ।

ପ୍ରାରମ୍ଭିକ ସଂଗୀତ ଜଗନ୍ନାଥ ପାଣ୍ଡେ ଶିକ୍ଷକ ଡୁଡୁକିପଦର, ମୋତିଲାଲ ତାଣ୍ଡି ବ୍ଲକ ସଭାପତି ଏକ୍ସ କ୍ୟାଡର ନିଜର ବକ୍ତବ୍ୟ ରଖି ଥିଲେ,ଧରମ ସିଂ ଧରୁଆ ସହକାରୀ ଶିକ୍ଷକ ଘୁନସର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ମଞ୍ଚ ପରିଚାଳନା କରିଥିଲେ । ଏହି କାର୍ଯ୍ୟକ୍ରମ କୁ ସଫଳ ରୂପାୟନ ଦେବାକୁ ବିଜୁ କୁମ୍ଭାର ଓ କୃଷ୍ଣ ଭୋଇ ସହକାରୀ ଶିକ୍ଷକ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ବନମାଳ ସହଯୋଗ କରିଥିଲେ । ଶିକ୍ଷୟତ୍ରୀ ନମିତା ମଣ୍ଡଳ ଖପ୍ରାଖୋଲ ଓ ଶିକ୍ଷୟତ୍ରୀ ମନୋରମା ନାଏକ ଖପ୍ରାଖୋଲ ସମସ୍ତ ନବ ନିଯୁକ୍ତ ଶିକ୍ଷକ ଶିକ୍ଷୟତ୍ରୀଙ୍କୁ ସମ୍ବର୍ଦ୍ଧିତ କରିବାରେ ସହଯୋଗ କରିଥିଲେ ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ବସୁଦେବ ଆଚାର୍ଯ୍ୟ ଶିକ୍ଷକ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ କୁରଲୁମାଳ ।