No Result
View All Result
୦୮ ନଭେମ୍ବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଖପ୍ରାଖୋଲ :-> ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବ୍ଲକ୍ ମାଟିଆଭଟା ଗାଁ ରେ ଓଡ଼ିଶା ସରକାର ଙ୍କ କୃଷିବିଭାଗ,ଶ୍ରୀ ଅନ୍ନ ଅଭିଯାନ, ୱାଇ ସି ଡି ଏ ର ମିଳିତ ଉଦ୍ୟମ ରେ ମାଣ୍ଡିଆ କ୍ଷେତ୍ର ଦିବସ ଶୁକ୍ରବାର ପାଲିତ ହୋଇଥିଲା। ଶ୍ରୀ ଅର୍ଣ୍ଣ ଅଭିଯାନ ବ୍ଲକ୍ ସଂଯୋଜକ ଉମେଶ ଗୁପ୍ତା ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଶିବିରରେ ମୁଖ୍ୟ ଅତିଥି ରୂପେ ଉପ ମୁଖ୍ୟମନ୍ତ୍ରୀ ପ୍ରତିନିଧି ଶ୍ରୀ ପଦ୍ମନ କୁମାର ସିଂ ବରିହା, ସମ୍ମାନୀତ ଅତିଥି ରୂପେ ବ୍ଲକ୍ କୃଷି ଅଧିକାରୀ ସନ୍ତୋଷ କୁମାର ମେହେର,
ସହକାରୀ କୃଷି ଅଧିକାରୀ ସୁମନ୍ତ ଖମାରୀ ଯୋଗଦେଇ କ୍ଷୁଦ୍ର ଶସ୍ୟ ଚାଷ, ଅଣ ରାସାୟନିକ ସାର ଓ କିଟ ନାଶକ ବ୍ୟବହାର କରି ଚାଷ କରିବା ସହ ପୁଷ୍ଟିକର , ବିଷ ମୁକ୍ତ ଖାଦ୍ୟ ଉପରେ ଆଲୋକପାତ କରିଥିଲେ। କାର୍ଯ୍ୟକ୍ରମ ପରେ ମାଣ୍ଡିଆ ଶସ୍ୟ ଅମଳ ଉପରେ କ୍ଷେତ୍ର ଦିବସ ସହ ତାଲିମ ପ୍ରଦାନ କରାଯାଇଥିଲା । ଏହି ଅବସରରେ ୱାଇ ସି ଡି ଏ ସଂଯୋଜକ ସୁଜିତ କୁମାର ହୋତା, କେ କେ ପି ସି ଏଲ ସିଓ ଗଣେଶ ବନଛୋର୍, ଭୋଜରାଜ୍ ବରିହା, ଫକିର ସାହୁ, ସଦାନନ୍ଦ ବାଗ, ଡମ୍ବରୁଧର ସାହୁ, ବାସନ୍ତୀ ମୁଣ୍ଡା, ପୁରନ୍ଦର ବନଛୋର ସମେତ ଶତାଧିକ ମହିଳା ପୁରୁଷ ଚାଷୀ ଉପସ୍ଥିତ ଥିଲେ। ସେହିପରି ତୁର୍ଲା ଗାଁ ରେ ମଧ୍ଯ କ୍ଷେତ୍ର ଦିବସ ଅନୁଷ୍ଠିତ ହୋଇଥିଲା ।
No Result
View All Result