No Result
View All Result
୦୬ ନଭେମ୍ବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଖପ୍ରାଖୋଲ :-> ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବ୍ଲକ ରେଙ୍ଗାଲି ଗ୍ରାମ ପଂଚାୟତ କାର୍ଯ୍ୟଳୟ ଠାରେ ୟୁଥ୍ ବ୍ଲଡ଼ ଡୋନର ଗ୍ରୁପ ବଲାଙ୍ଗିର ଓ ମୁରଲୀ କ୍ରିଷ୍ଣା ଫାଉଣ୍ଡେସନ ବିକାଶ ମଲ୍ଟି ସ୍ପେସାଲିଟି ହସ୍ପିଟାଲ ବରଗଡ ର ମିଳିତ ଉଦ୍ୟମରେ ମାଗଣା ସ୍ବାସ୍ଥ୍ୟ ଓ ଚକ୍ଷୁ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଅଛି । ଉକ୍ତ ଶିବିର କୁ 413 ଜଣ ରୋଗୀ ଡାକ୍ତରୀ ପରୀକ୍ଷା କରାଇଥିଲେ ଓ ଆଖି ଚିକିତ୍ସା ପାଇଁ 20 ଜଣ ଙ୍କୁ ହସ୍ପିଟାଲ କୁ ନିଆଯାଇଥିଲା । ଉକ୍ତ ଶିବିର କୁ ରେଙ୍ଗାଲି ସରପଞ୍ଚ ଉମାକାନ୍ତ ମେହେର ଦୀପ ପ୍ରଜ୍ବଳନ କରି ଉଦ୍ଦଘଟାନ କରିଥିଲେ ।
ୟୁଥ୍ ବ୍ଲଡ଼ ଡୋନର ଗ୍ରୁପ ର ପ୍ରତିଷ୍ଠାତା ଅକ୍ଷୟ ପଧାନ। ସମାଜସେବୀ ଅଶୋକ ରଣା, ମହାଦେବ ସ୍ୱାଇଁ,ସ୍ବାଗତ ସାହୁ , ଲଳିତ ଶଗଡ଼ିଆ, ଗୋଲାପ ନିଆଲ , ଖଣ୍ଡ ମାଝୀ ଓ ଅନ୍ୟ ସଦସ୍ୟ ମାନେ ଉପସ୍ଥିତ ରହି କର୍ଯ୍ୟକର୍ମ କୁ ସଫଳ କରିଥିଲେ। ଉକ୍ତ ଶିବିର ର ରେ ଡାକ୍ତରୀ ଦଳ Dr. ଗଣେଶ ଯାଦବ (ମେଡିସିନ),Dr. ସ୍ବରାଜ ଭଟର୍ଜି,Dr. ରିମି ଖମାରୀ,Dr. ମହମ୍ମଦ ଆଖତର,Dr. ଅଜିତ କୁମାର ବାରିକ,Dr. ଦେବେନ୍ଦ୍ର ତ୍ରିପାଠୀ, ମହାଦେବ ସ୍ୱାଇଁ, ରାକେଶ ସାହୁ, ଲାୟାନ୍ସ ହସ୍ପିଟାଲ ର ଡାକ୍ତରୀ ଦଳ ଓ ଖପ୍ରାଖୋଲ MHU ଦଳ ଉପସ୍ଥିତି ରହି ସମସ୍ତ ରୋଗୀ ଙ୍କୁ ପରୀକ୍ଷା କରି ଔଷଧ ବିତରଣ କରିଥିଲେ। ୟୁଥ୍ ବ୍ଲଡ଼ ଡୋନର ଗ୍ରୁପ ର ଏଭଳି ସେବା କାର୍ଯ୍ଯ କୁ ସମସ୍ତେ ବହୁ ପ୍ରଶଂସା କରିଥିଲେ ।
No Result
View All Result