No Result
View All Result
ଭୁବନେଶ୍ଵର :-> ଆସନ୍ତା ୯ ତାରିଖରେ ନ୍ୟାଶନାଲ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଫ୍ୟାଶନ ଟେକ୍ନୋଲୋଜି (ନିଫ୍ଟ୍) ଭୁବନେଶ୍ଵର ପକ୍ଷରୁ ଏହାର ସମାବର୍ତ୍ତନ ଉତ୍ସବ- ୨୦୨୪ ଆଇଏମ୍ଏମ୍ଟି-ସିଏସ୍ଇ FCଆର୍ଥ ଅଡିଟୋରିୟମ୍ଠାରେ ଆୟୋଜିତ ହେବାକୁ ଯାଉଛି। ଏହି ଅବସରରେ ୧୬୮ ଜଣ ସ୍ମାରକ ଏବଂ ୨୮ ଜଣ ସ୍ନାତକତ୍ତୋର ଛାତ୍ରଛାତ୍ରୀଙ୍କ ସମେତ ୧୯୬ ଜଣ ଛାତ୍ରଛାତ୍ରୀ ଡିଗ୍ରୀ ଗ୍ରହଣ କରିବେ। ଉପ-ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂ ଦେଓ ଏବଂ ନିଫ୍ଟ୍ ର ଡାଇରେକ୍ଟର ଜେନେରାଲ ପ୍ରଦାନ କରିବେ । ଭାରତ ସରକାରଙ୍କ ବୟନ ମନ୍ତ୍ରଣାଳୟର ଏକ ପ୍ରତିଷ୍ଠିତ ଅନୁଷ୍ଠାନ, ନ୍ୟାଶନାଲ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଫ୍ୟାଶନ ଟେକ୍ନୋଲୋଜି (ନିଫ୍ଟ୍) ଭୁବନେଶ୍ଵର ରାଜ୍ୟ ତଥା ଦେଶରେ ଫ୍ୟାସନ ଶିକ୍ଷା କ୍ଷେତ୍ରରେ ନିଜର ବ୍ୟାପକତା ଆଣିବା ପାଇଁ ଏକ ଗୁରୁତ୍ଵପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରିଛି ।
ନିଫ୍ଟ୍, ଭୁବନେଶ୍ଵର ପରିସରରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଗଣମାଧ୍ୟମକୁ ସମ୍ବୋଧିତ କରି ନିର୍ଦ୍ଦେଶକ ରାଜେଶ କୁମାର ଝା ଫ୍ୟାସନ ଇଣ୍ଡଷ୍ଟ୍ରିରେ କ୍ୟାରିୟର ସୁଯୋଗ ତଥା ୨୦୨୫ ନୁଆ ଆଡମିଶନ ପ୍ରକ୍ରିୟା ସମ୍ପର୍କରେ ଲକ୍ଷ୍ୟ ରଖାଯାଇଥିବା ପଦକ୍ଷେପଗୁଡିକ ଉପରେ ଗୁରୁତ୍ବାରୋପ କରିଥିଲେ। ୧୯୮୬ ମସିହାରେ ପ୍ରତିଷ୍ଠା ହୋଇଥିବା ନିଫ୍ଟ୍ ଭାରତର ପ୍ରଥମ ଅନୁଷ୍ଠାନ ଥିଲା ଯାହା ଫ୍ୟାସନ କ୍ଷେତ୍ରରେ ଶିକ୍ଷା ଆରମ୍ଭ କରିଥିଲା ଏବଂ ସର୍ବଭାରତୀୟ ସ୍ତରରେ ଶିକ୍ଷାର ଗୁଣାତ୍ମକ ମୂଲ୍ୟ ବୃଦ୍ଧି କରିଥିଲା । ଏହି ଅନୁଷ୍ଠାନ ଅଣ୍ଡର ଗ୍ରାଜୁଏଟ୍ , ସ୍ନାତକତ୍ତୋର, ଡକ୍ଟରାଲ ପ୍ରୋଗ୍ରାମ ଆଦି ପ୍ରଦାନ କରିଥାଏ। ଏଥିରେ ଛାତ୍ରଛାତ୍ରୀମାନଙ୍କ ପାଇଁ ଲାଇଭ ଇଣ୍ଟର୍ନସିପ୍, ଲାଇଭ ପ୍ରୋଜେକ୍ଟ ଏବଂ ଜାତୀୟ ତଥା ଆନ୍ତର୍ଜାତୀୟ ଫ୍ୟାସନ ହାଉସ୍ରେ କର୍ମନିଯୁକ୍ତିର ବ୍ୟାପକ ସୁଯୋଗ ରହିଥିବା ବେଳେ ଫ୍ୟାସନ ଇଣ୍ଡଷ୍ଟ୍ରିରେ ଭବିଷ୍ୟତ ଗଠନ କରିବା ପାଇଁ ସେମାନଙ୍କୁ ପ୍ରେରଣା ଯୋଗାଇଥାଏ ।
No Result
View All Result