No Result
View All Result
୦୫ ନଭେମ୍ବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଖପ୍ରାଖୋଲ :-> ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବ୍ଲକ କୃଷି ସୂଚନା ଓ ପରାମର୍ଶ କେନ୍ଦ୍ର ପରିସରରେ ଭୂପୃଷ୍ଠ ଜଳ ପରିଚାଳନା ସମ୍ପର୍କିତ ତାଲିମ ଶିବିର ଏଫ୍ ଇ ଏସ ଭୁବନେଶ୍ୱର ଓ କୃଷି ବିଭାଗ ର ମିଳିତ ଉଦ୍ୟମ ରେ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି।ବ୍ଲକ କୃଷି ଅଧିକାରୀ ସନ୍ତୋଷ କୁମାର ମେହେର ଅଧକ୍ଷତା କହିଥିବା ବେଳେ ମୁଖ୍ୟ ଅତିଥି ରୂପେ ବିଡ଼ିଓ ବିବେକାନନ୍ଦ ଷଡ଼ଙ୍ଗୀ, ସମ୍ମାନିତ ଅତିଥି ରୂପେ ସହକାରୀ କୃଷି ଅଧିକାରୀ ସୁମନ୍ତ ଖମାରୀ,ଓ ଏଲ୍ ଏମ ବ୍ଲକ ସଂଯୋଜକ ପ୍ରଶାନ୍ତ ନନ୍ଦ,
ଶ୍ରୀ ଅନ୍ନ ଅଭିଯାନ ବ୍ଲକ ସଂଯୋଜକ ଉମେଶ ଗୁପ୍ତା ପ୍ରମୁଖ ଯୋଗଦେଇଥିବା ବେଳେ ତାଲିମ ଦାତା ରୁପେ ଏଫ୍ ଇ ଏସ ତୁରେକେଲା ବ୍ଲକ ମାଷ୍ଟର ଟ୍ରେନର ଥବିର ଚରଣ ଧରୁଆ, ଖପ୍ରାଖୋଲ ବ୍ଲକ ମାଷ୍ଟର ଟ୍ରେନର ଅଭୟ କୁମାର୍ ତ୍ରିପାଠୀ ପ୍ରମୁଖ ଯୋଗଦେଇ ତାଲିମ ପ୍ରଦାନ କରିଥିଲେ। ଏହି ସରକାରଙ୍କ ବିଭିନ୍ନ ଯୋଜନା ମାଧ୍ୟମ ରେ ଭୁଗର୍ଭ ଜଳ ସ୍ତର ବୃଦ୍ଧି ପାଇଁ ହେଉଥିବା ଉଦ୍ୟମ,ଭୂପୃଷ୍ଟ ଜଳ ପରିଚାଳନା,
ଫସଲ ଜଳ ଆକଳନ, ପାଣି ଖେଳ ଉପରେ ଆଲୋଚନା କରିବା ସହିଟ ରବି ଋତୁରେ ଡାଲି ଜାତୀୟ ଫସଲ ଚାଷ କହିବା କୁ ଗୁରୁତ୍ବ ଦେବାକୁ କହିଥିଲେ। ତାଲିମ ଶିବିର ରେ ଏ ଟି ଏମ ପରେଶ କୁମାର ମେହେର, ମାନସ ରଞ୍ଜନ ଖମାରୀ, ଭୋଜରାଜ ବରିହା ସମେତ କୃଷି କର୍ମଚାରୀ, କୃଷକ ସାଥି,ଏମ ବି କେ, ସି ଆର୍ ପି, କୃଷି ମିତ୍ର , ଅଗ୍ରଣୀ ଚାଷୀ ଯୋଗଦେଇଥିଲେ ।
No Result
View All Result