• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ନଭେମ୍ବର ୧୦ ଓ ୧୧ ତାରିଖରେ ଆୟୋଜିତ ହେବ ଦୁଇଦିନିଆ ‘ଅନ୍ତର୍ଜାତୀୟ ଶ୍ରୀ ଅନ୍ନ ଏବଂ ବିସ୍ମୃତ ଖାଦ୍ୟ ସମ୍ମିଳନୀ’

Proprietor Abhimanyu Maharana by Proprietor Abhimanyu Maharana
November 5, 2024
in ଓଡ଼ିଶା, ଖୋର୍ଦ୍ଧା, ମହାନଗର, ହୋମ୍
0
ନଭେମ୍ବର ୧୦ ଓ ୧୧ ତାରିଖରେ ଆୟୋଜିତ ହେବ ଦୁଇଦିନିଆ ‘ଅନ୍ତର୍ଜାତୀୟ ଶ୍ରୀ ଅନ୍ନ ଏବଂ ବିସ୍ମୃତ ଖାଦ୍ୟ ସମ୍ମିଳନୀ’
Share on FacebookShare on TwitterWhatsapp

୦୫ ନଭେମ୍ବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଭୁବନେଶ୍ୱର :-> କୃଷି ଓ କୃଷକ ସଶକ୍ତିକରଣ ବିଭାଗ, ଓଡ଼ିଶା ସରକାରଙ୍କ ତରଫରୁ ନଭେମ୍ବର ୧୦ ଓ ୧୧ ତାରିଖରେ ଭୁବନେଶ୍ୱରସ୍ଥିତ ଲୋକସେବା ଭବନରେ ଦୁଇଦିନିଆ ‘ଅନ୍ତର୍ଜାତୀୟ ଶ୍ରୀ ଅନ୍ନ ଏବଂ ବିସ୍ମୃତ ଖାଦ୍ୟ ସମ୍ମିଳନୀ’ ଆୟୋଜିତ ହେବାକୁ ଯାଉଛି । ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଏହି କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିବେ । ଏଥିରେ ‘ଓଡ଼ିଶାର ଶ୍ରୀ ଅନ୍ନ ଓ କୃଷି ଐତିହ୍ୟ’ ଶୀର୍ଷକ ବିଷୟବସ୍ତୁ ଉପରେ ଆଲୋଚନା କରାଯିବା ସହ ଖାଦ୍ୟ ନିରାପତ୍ତା ତଥା ଚିରନ୍ତନ କୃଷି ପଦ୍ଧତି ଏବଂ ବିସ୍ମୃତ ଖାଦ୍ୟର ଗୁରୁତ୍ୱପୂର୍ଣ୍ଣ ଭୂମିକାକୁ ପ୍ରୋତ୍ସାହନ ଦିଆଯିବ ।

ବିସ୍ମୃତ ଫସଲଗୁଡ଼ିକ ଜଳବାୟୁ ପରିବର୍ତ୍ତନ, ଚିରନ୍ତନ ଚାଷ ପଦ୍ଧତିରେ ସହାୟତା ଏବଂ ପୌଷ୍ଟିକତା ବୃଦ୍ଧିରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ । ଏଥି ମଧ୍ୟରୁ ଅନେକ ଫସଲ ମରୁଡ଼ି ସହନଶୀଳ ଏବଂ କୀଟନାଶକକୁ ପ୍ରତିରୋଧ କରିବାର କ୍ଷମତା ରଖିଥାଏ । ଓଡ଼ିଶାର ପାରମ୍ପରିକ ଶସ୍ୟଗୁଡ଼ିକ ଏହି ଫସଲ ସହିତ ଜଡ଼ିତ, ଯାହା ଯେକୌଣସି ପରିବେଶରେ ଖାପଖୁଆଇ ଭଲ ଭାବେ ବଢ଼ିପାରେ । ଶ୍ରୀ ଅନ୍ନ ଏବଂ ବିସ୍ମୃତ ଖାଦ୍ୟ ସମ୍ମିଳନୀ ବିଷୟରେ ସୂଚନା ଦେଇ ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ ମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓ କହିଥିଲେ ଯେ ଆମେ ନିଜର ଦୈନନ୍ଦିନ ଜୀବନରେ ଶ୍ରୀ ଅନ୍ନ ଏବଂ ବିସ୍ମୃତ ଖାଦ୍ୟକୁ ସାମିଲ କରି ଓଡ଼ିଶାର କୃଷି ଐତିହ୍ୟକୁ ସୁରକ୍ଷା ଦେବା ସହ ନିଜକୁ ସୁସ୍ଥ ରଖିପାରିବା ।

ଏଣୁ ଆପଣମାନେ ନିଜର ଖାଦ୍ୟରେ ଏସବୁକୁ ସାମିଲ କରନ୍ତୁ ଏବଂ ରାଜ୍ୟର ଶେଷତମ ଧାଡ଼ିରେ ଥିବା ଚାଷୀକୁ ଆର୍ଥିକ ରୂପେ ସ୍ୱାବଲମ୍ବୀ ହେବାରେ ସହାୟକ ହୁଅନ୍ତୁ । ଏହି ସମ୍ମିଳନୀ ମାଧ୍ୟମରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ, କୃଷକ ଉତ୍ପାଦକ ସଂଗଠନ, ନୀତି ନିର୍ଦ୍ଧାରକ, ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗୀ, ଗବେଷଣା ପ୍ରତିଷ୍ଠାନ, ସ୍ୱାସ୍ଥ୍ୟ ଅନୁଷ୍ଠାନ, ହୋଟେଲ ଆସୋସିଏସନ୍‌, ସେଫ୍‌ ସଂଗଠନ, ବ୍ଲଗର୍‌ ଏବଂ ଛାତ୍ରଙ୍କ ସମେତ ବହୁ ହିତାଧିକାରୀଙ୍କୁ ସାମିଲ କରାଯାଇ ଶ୍ରୀ ଅନ୍ନ ଏବଂ ବିସ୍ମୃତ ଖାଦ୍ୟକୁ ପ୍ରୋତ୍ସାହିତ କରିବା ଦିଗରେ ଏକ ରୋଡ୍‌ମ୍ୟାପ୍‌ ପ୍ରସ୍ତୁତ କରିବା ନେଇ ଲକ୍ଷ୍ୟ ରଖାଯାଇଛି ।

ଏଥିରେ ଶ୍ରୀ ଅନ୍ନ, ବିଲୁପ୍ତପ୍ରାୟ ଶସ୍ୟ ଓ ଖାଦ୍ୟ ସହିତ ଜଡ଼ିତ କୃଷକ ସମ୍ପ୍ରଦାୟଙ୍କ ଦ୍ୱାରା ଅଭିନବ ତଥା ଚିରନ୍ତନ କୃଷି ପଦ୍ଧତି, ଜୈବବିବିଧତା ସଂରକ୍ଷଣକୁ ପ୍ରାଧାନ୍ୟ, ବ୍ୟବସାୟିକରଣ ସୁଯୋଗ ଏବଂ ନୀତିଗତ ଦୃଷ୍ଟିକୋଣ ଉପରେ ମଧ୍ୟ ଗୁରୁତ୍ୱ ଦିଆଯିବ । ଏହି ସମ୍ମିଳନୀରେ ଖାଦ୍ୟ ଓ କୃଷି ସଂଗଠନ, ବିଶ୍ୱ ଖାଦ୍ୟ କାର୍ଯ୍ୟକ୍ରମ, ଏସିଆ ପାସିଫିକ୍‌ ଆସୋସିଏସନ୍‌ ଅଫ୍‌ ଏଗ୍ରିକଲଚରାଲ ରିସର୍ଚ୍ଚ ଇନ୍‌ଷ୍ଟିଚୁ୍ୟସନ୍‌, ଜାତୀୟ ଉଦ୍ଭିଦ ଆନୁବଂଶିକ ସମ୍ବଳ କେନ୍ଦ୍ର, କେନ୍ଦ୍ରୀୟ କନ୍ଦ ଫସଲ ଗବେଷଣା ପ୍ରତିଷ୍ଠାନ, ଜାତୀୟ ପୋଷଣ ସଂସ୍ଥାନ, ଏମ୍‌.ଏସ୍‌. ସ୍ୱାମୀନାଥନ୍‌ ଗବେଷଣା ପ୍ରତିଷ୍ଠାନ,

ଅନ୍ତର୍ଜାତୀୟ ଖାଦ୍ୟ ନୀତି ଗବେଷଣା ପ୍ରତିଷ୍ଠାନ, ଉଦ୍ଭିଦ କିସମ ଓ କୃଷକ ଅଧିକାର ସୁରକ୍ଷା ପ୍ରାଧିକରଣ ଆଦି ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରୀୟ ସଂଗଠନର ବହୁ ବିଶିଷ୍ଟ ବ୍ୟକ୍ତିବିଶେଷ ଅଂଶଗ୍ରହଣ କରିବେ । ସମ୍ମିଳନୀରେ ଶ୍ରୀ ଅନ୍ନ ଓ ବିଲୁପ୍ତପ୍ରାୟ ଫସଲ ଚାଷ, ଏହାର ପ୍ରକ୍ରିୟାକରଣ ଓ ପ୍ରୋତ୍ସାହନ ଆଧାରିତ ବିଭିନ୍ନ ବିଷୟବସ୍ତୁକୁ ନେଇ ୧୧ଟି ଅଧିବେଶନ ଅନୁଷ୍ଠିତ ହେବ । ଏଥିରେ ଅଂଶଗ୍ରହଣକାରୀମାନେ ଓଡ଼ିଶା ଭାରତର ମିଲେଟ୍‌ ହବ୍‌ରେ ପରିଣତ ହେବା, ବିଶ୍ୱରେ ବିସ୍ମୃତ ଖାଦ୍ୟ ସହ ଜଡ଼ିତ ଆହ୍ୱାନ, ଶ୍ରୀ ଅନ୍ନ ରପ୍ତାନୀ ସମ୍ଭାବନା ଓ ଶିଳ୍ପାନୁଷ୍ଠାନର ଯୋଗଦାନ ସମ୍ପର୍କରେ ଅବଗତ ହୋଇପାରିବେ ।

ଏହା ସହିତ ଶ୍ରୀ ଅନ୍ନ ଓ ବିଲୁପ୍ତପ୍ରାୟ ଫସଲର ପ୍ରକ୍ରିୟାକରଣ, ଜୈବିକ ଚାଷ ପଦ୍ଧତି ଆଦିକୁ ନେଇ ହେବାକୁ ଥିବା ଅଧିବେଶନ ଅଭିନବ ଓ ତୃଣମୂଳ ସ୍ତରର ଅଂଶୀଦାରିତାକୁ ସୁନିଶ୍ଚିତ କରିବ । ଏହି ସମ୍ମିଳନୀରେ ଅଂଶଗ୍ରହଣକାରୀମାନଙ୍କ ଦ୍ୱାରା ବିସ୍ମୃତ ଖାଦ୍ୟ, କଳା ଓ ରନ୍ଧନ ପ୍ରଣାଳୀ ଐତିହ୍ୟ ସମ୍ବନ୍ଧୀୟ କାହାଣୀ ପରିବେଷଣ କରାଯାଇ ବିସ୍ମୃତ ଖାଦ୍ୟ ସଂସ୍କୃତିକୁ ଗୁରୁତ୍ୱ ଦିଆଯିବ । କାର୍ଯ୍ୟକ୍ରମରେ ୯ଟି ଷ୍ଟଲରେ ବିଲୁପ୍ତପ୍ରାୟ ଖାଦ୍ୟଶସ୍ୟ, ବିଭିନ୍ନ କିସମର ପୁଷ୍ଟିଶସ୍ୟ, ଡାଲି, ବିହନ, ଶାଗ ଓ କୃଷି ଉପକରଣ ଆଦି ପ୍ରଦର୍ଶିତ ହେବ, ଯାହାଦ୍ୱାରା ଲୋକେ ପାରମ୍ପରିକ ଓ ଅଭିନବ କୃଷି ପ୍ରଣାଳୀ ସମ୍ବନ୍ଧରେ ଅବଗତ ହୋଇପାରିବେ ।

ଏହା ସହିତ ସମ୍ମିଳନୀରେ ‘ଉଦ୍ଭିଦ କିସମ ଓ କୃଷକ ଅଧିକାର ଆଇନ ସୁରକ୍ଷା’, ଯୋଜନାର ନିର୍ଦ୍ଦେଶାବଳୀ-‘ଓଡ଼ିଶାରେ ବିସ୍ମୃତ ଖାଦ୍ୟ ଓ ବିଲୁପ୍ତପ୍ରାୟ ଶସ୍ୟର ପୁନରୁଦ୍ଧାର ଓ ଏହାର ସ୍ଥାୟିତ୍ୱ’ ଏବଂ ‘ବିସ୍ମୃତ ଖାଦ୍ୟର ମହକ-ଓଡ଼ିଶାର ଖାଦ୍ୟ ସମ୍ଭାର’ ଶୀର୍ଷକ ରନ୍ଧନ ପୁସ୍ତକ ଉନ୍ମୋଚନ କରାଯିବ । ଏହି ପ୍ରକାଶନୀଗୁଡ଼ିକ କୃଷକ ଏବଂ ଜନଜାତି ସମ୍ପ୍ରଦାୟଙ୍କୁ ଚିରନ୍ତନ କୃଷି ପଦ୍ଧତି ସମ୍ପର୍କରେ ଅବଗତ କରାଇବାରେ ସହାୟକ ହେବ । କୃଷି ଓ କୃଷକ ସଶକ୍ତିକରଣ, ଖାଦ୍ୟ ଓ କୃଷି ସଂଗଠନ, ଜାତୀୟ ପୋଷଣ ପ୍ରତିଷ୍ଠାନ, ଇନ୍‌ଷ୍ଟିଚୁ୍ୟଟ୍‌ ଅଫ୍‌ ହୋଟେଲ ମ୍ୟାନେଜ୍‌ମେଣ୍ଟ, ଓଡ଼ିଶା ହୋଟେଲ ଓ ରେସ୍ତେରାଁ ଆସୋସିଏସନ୍‌, ଏମ୍‌.ଏସ୍‌. ସ୍ୱାମୀନାଥନ୍‌ ଗବେଷଣା ପ୍ରତିଷ୍ଠାନ,

ଅନ୍ତର୍ଜାତୀୟ ଜୈବବିବିଧତା ଆଦି ବିଭିନ୍ନ ସଂଗଠନ ସମେତ ମିଶନ ଶକ୍ତି, ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବିଭାଗ ଏବଂ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ମିଳିତ ସହଭାଗିତାରେ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଉଛି । ଶ୍ରୀ ଅନ୍ନ ଓ ବିଲୁପ୍ତପ୍ରାୟ ଫସଲ ଚାଷ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନକୁ ସ୍ୱୀକୃତି ଦେଇ ଶ୍ରେଷ୍ଠ ପୁଷ୍ଟିଶସ୍ୟ ଚାଷୀ, ଶ୍ରେଷ୍ଠ ବିଲୁପ୍ତପ୍ରାୟ ଫସଲ ସଂରକ୍ଷକ କୃଷକ, ଶ୍ରେଷ୍ଠ କୃଷକ ଉତ୍ପାଦକ ସଂଗଠନ, ଶ୍ରେଷ୍ଠ ସହଭାଗୀ ସଂସ୍ଥା, ଶ୍ରେଷ୍ଠ ପ୍ରଦର୍ଶନକାରୀ ବ୍ଲକ୍‌/ ଜିଲ୍ଲା ଏବଂ ଶ୍ରେଷ୍ଠ ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ସମ୍ମାନିତ କରାଯିବ । ଓଡ଼ିଶାର ପାରମ୍ପରିକ ଖାଦ୍ୟ ରନ୍ଧନ ଐତିହ୍ୟକୁ ସଂରକ୍ଷିତ କରି ରଖିଥିବା ମହିଳାମାନଙ୍କୁ ସେମାନଙ୍କ ଅବଦାନ ନିମନ୍ତେ ମଧ୍ୟ ସମ୍ମାନିତ କରାଯିବ ।

ବିସ୍ମୃତ ଖାସ୍ୟ/ଶସ୍ୟକୁ ପ୍ରୋତ୍ସାହନ ଦେବା ପାଇଁ ଏଭଳି ସମ୍ମିଳନୀ ଆୟୋଜନ କରିବାରେ ଓଡ଼ିଶା ଦେଶର ପ୍ରଥମ ରାଜ୍ୟ । ରାଜ୍ୟରେ ଶ୍ରୀ ଅନ୍ନ ଅଭିଯାନ ମାଧ୍ୟମରେ ପୁଷ୍ଟିଶସ୍ୟର ପୁନରୁଦ୍ଧାର ଏବଂ ଏହାର ସଫଳ ରୂପାୟନ ପାଇଁ ନିତି ଆୟୋଗ ଓ ବିଶ୍ୱ ଖାଦ୍ୟ ସଂଗଠନ ଓଡ଼ିଶାକୁ ମଡେଲ ରାଜ୍ୟ ଭାବେ ମାନ୍ୟତା ପ୍ରଦାନ କରିଛନ୍ତି । ଏହି ଯୋଜନା ଅଧିନରେ ପୁଷ୍ଟିଶସ୍ୟର ସ୍ୱାସ୍ଥ୍ୟ ଉପକାରିତାକୁ ନେଇ ବହୁଳ ଭାବରେ ପ୍ରଚାର ଓ ପ୍ରସାର କରାଯାଉଛି । ସେହିଭଳି ବିସ୍ମୃତ ଖାଦ୍ୟ/ବିଲୁପ୍ତପ୍ରାୟ ଶସ୍ୟର ପୁନରୁଦ୍ଧାର ଦିଗରେ ନିଆଯାଇଥିବା ପଦକ୍ଷେପରେ ସମସ୍ତଙ୍କର ସହଯୋଗ ଦ୍ୱାରା ସଫଳତା ହାସଲ ହୋଇପାରିବ ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ପାରଳାଖେମୁଣ୍ଡି ସ୍ଥିତ ପ୍ରଗତି ମହିଳା ସଙ୍ଗଠନ ପକ୍ଷରୁ ଆନ୍ତର୍ଜାତୀୟ ମାତୃ ଦିବସ ପାଳନ

ପାରଳାଖେମୁଣ୍ଡି ସ୍ଥିତ ପ୍ରଗତି ମହିଳା ସଙ୍ଗଠନ ପକ୍ଷରୁ ଆନ୍ତର୍ଜାତୀୟ ମାତୃ ଦିବସ ପାଳନ

May 12, 2026
ଟିଏମସି ନେତା : ସୁଜିତ ବୋଷଙ୍କୁ କୋଲକାତାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଗିରଫ କରିଛି

ଟିଏମସି ନେତା : ସୁଜିତ ବୋଷଙ୍କୁ କୋଲକାତାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଗିରଫ କରିଛି

May 11, 2026
କଟକ ଶିକ୍ଷା ଜିଲ୍ଲାରେ ବରିଷ୍ଠ ସହାୟିକାଙ୍କ ଆମରଣ ଅନଶନ

କଟକ ଶିକ୍ଷା ଜିଲ୍ଲାରେ ବରିଷ୍ଠ ସହାୟିକାଙ୍କ ଆମରଣ ଅନଶନ

May 11, 2026
ମୃତ ସୌମ୍ୟଙ୍କୁ ନ୍ୟାୟ ଦେବା ଦାବିରେ କ୍ୟାଣ୍ଡେଲ ଶୋଭା ଯାତ୍ରା ଓ କ୍ରାଇମ୍ ବ୍ରାଞ୍ଚର ତଦନ୍ତ ଜୋରଦାର

ମୃତ ସୌମ୍ୟଙ୍କୁ ନ୍ୟାୟ ଦେବା ଦାବିରେ କ୍ୟାଣ୍ଡେଲ ଶୋଭା ଯାତ୍ରା ଓ କ୍ରାଇମ୍ ବ୍ରାଞ୍ଚର ତଦନ୍ତ ଜୋରଦାର

May 11, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ପାରଳାଖେମୁଣ୍ଡି ସ୍ଥିତ ପ୍ରଗତି ମହିଳା ସଙ୍ଗଠନ ପକ୍ଷରୁ ଆନ୍ତର୍ଜାତୀୟ ମାତୃ ଦିବସ ପାଳନ

ପାରଳାଖେମୁଣ୍ଡି ସ୍ଥିତ ପ୍ରଗତି ମହିଳା ସଙ୍ଗଠନ ପକ୍ଷରୁ ଆନ୍ତର୍ଜାତୀୟ ମାତୃ ଦିବସ ପାଳନ

May 12, 2026
ଟିଏମସି ନେତା : ସୁଜିତ ବୋଷଙ୍କୁ କୋଲକାତାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଗିରଫ କରିଛି

ଟିଏମସି ନେତା : ସୁଜିତ ବୋଷଙ୍କୁ କୋଲକାତାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଗିରଫ କରିଛି

May 11, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version