No Result
View All Result
୦୫ ନଭେମ୍ବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଭୁବନେଶ୍ୱର :-> ମତ୍ସ୍ୟ ଓ ପ୍ରାଣିସମ୍ପଦ ବିକାଶ ବିଭାଗ ମନ୍ତ୍ରୀ ଶ୍ରୀ ଗୋକୁଳାନନ୍ଦ ମଲ୍ଲିକ ବିଭାଗ ପକ୍ଷରୁ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଯୋଜନାଗୁଡ଼ିକର କାର୍ଯ୍ୟାକରିତା ଓ ସୁଫଳ ନେଇ ବିସ୍ତୃତ ସମୀକ୍ଷା କରିଛନ୍ତି । ଭୁବନେଶ୍ୱରସ୍ଥିତ ପ୍ରାଣିଚିକିତ୍ସକ ପ୍ରଶିକ୍ଷଣ ପ୍ରତିଷ୍ଠାନରେ ଅନୁଷ୍ଠିତ ବୈଠକରେ ପୂର୍ବାହ୍ନରେ ମତ୍ସ୍ୟ ନିର୍ଦ୍ଦେଶାଳୟ ପ୍ରାୟୋଜିତ ବିଭିନ୍ନ ଯୋଜନା ଓ ଅପରାହ@ରେ ପ୍ରାଣିପାଳନ ଓ ପ୍ରାଣିଚିକିତ୍ସା ନିର୍ଦ୍ଦେଶାଳୟର କାର୍ଯ୍ୟାବଳୀ ବିଷୟରେ ମନ୍ତ୍ରୀ ସମୀକ୍ଷା କରି ବିଭିନ୍ନ ଯୋଜନାରେ ଧାର୍ଯ୍ୟ ଲକ୍ଷ୍ୟର ଶତ ପ୍ରତିଶତ ସଫଳତା ହାସଲ କରିବା ପାଇଁ ଅଧିକରୁ ଅଧିକ କାର୍ଯ୍ୟାଦେଶ ପ୍ରଦାନ ଉପରେ ଗୁରୁତ୍ୱ ଦେଇଛନ୍ତି । ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନା, ପ୍ରାଣିସମ୍ପଦ ସମୃଦ୍ଧି ଯୋଜନା, ମୁଖ୍ୟମନ୍ତ୍ରୀ ମତ୍ସ୍ୟଜୀବୀ କଲ୍ୟାଣ ଯୋଜନା, ପ୍ରଧାନମନ୍ତ୍ରୀ ମତ୍ସ୍ୟସମ୍ପଦ ଯୋଜନା, ମୁଖ୍ୟମନ୍ତ୍ରୀ ପ୍ରାଣିକଲ୍ୟାଣ ଯୋଜନା ଆଦିରେ ଆବଶ୍ୟକୀୟ ଲକ୍ଷ୍ୟ ହାସଲ କରି ଗୋପାଳକ, ମତ୍ସ୍ୟଚାଷୀ, ମତ୍ସ୍ୟଜୀବୀ ଓ ପ୍ରାଣୀପାଳକମାନଙ୍କ ଜୀବିକା ଓ ଆୟବୃଦ୍ଧିରେ ସହାୟକ ହେବା ପାଇଁ ମନ୍ତ୍ରୀ ଶ୍ରୀ ମଲ୍ଲିକ ଉପସ୍ଥିତ ଅଧିକାରୀମାନଙ୍କୁ କହିଥିଲେ ।
ଗ୍ରାମାଞ୍ଚଳ କୃଷକମାନଙ୍କ ପାଖରେ ଯୋଜନାଗୁଡ଼ିକର ସୁଫଳ ପହଞ୍ଚାଇବା ପାଇଁ ଯୋଜନା ବ୍ୟୟ ବୃଦ୍ଧି କରିବାକୁ ମନ୍ତ୍ରୀ ପରାମର୍ଶ ଦେଇଥିଲେ । ମନ୍ତ୍ରୀ କହିଥିଲେ ଯେ ହିତାଧିକାରୀ ଚୟନରେ ପଞ୍ଚାୟତିରାଜ ପ୍ରତିନିଧିମାନଙ୍କ ଯୋଗଦାନ ଓ ପରାମର୍ଶ ନିଶ୍ଚିତ କରିବା ଆବ ଶ୍ୟକ । ବ୍ଲକ୍ ସ୍ତର ରେ କାର୍ଯ କରୁଥିବା ବ୍ଲକ୍ ପ୍ରାଣିଚିକିତ୍ସା ଅଧିକାରୀ ଏବଂ ଅତରିିକ୍ତ ମତ୍ସ୍ୟ ଅଧିକାରୀମାନେ ସେ ଦିଗରେ ତ୍ୱରିତ ପଦକ୍ଷେପ ନେବା ବାଞ୍ଛନୀୟ । ମତ୍ସ୍ୟ ଓ ପ୍ରାଣିସମ୍ପଦ ବିକାଶ ବିଭାଗରେ ଭିତ୍ତିଭୂମି ଉନ୍ନୟନ ପାଇଁ ଅନେକ କାର୍ଯ୍ୟକ୍ରମ ସରକାରଙ୍କ ତରଫରୁ କରାଯାଉଛି । ସେସବୁର ଉଚିତ ତଦାରଖ କରିବାକୁ ନିର୍ଦ୍ଦେଶାଳୟ ସ୍ତରୀୟ ଅଧିକାରୀମାନଙ୍କୁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ । ମନ୍ତ୍ରୀ କହିଥିଲେ ଯେ, ମତ୍ସ୍ୟ ଓ ପ୍ରାଣିସମ୍ପଦ ବିକାଶ ବିଭାଗର ବିଭିନ୍ନ ଯୋଜନା ବିଷୟରେ ଜନସାଧାରଣଙ୍କୁ ଅବଗତ କରାଇବା ଓ ସଚେତନତା ସୃଷ୍ଟି କରିବା ପାଇଁ ସୂଚନା, ଶିକ୍ଷା ଓ ସଂଚାର ଅଭିଯାନକୁ ଆହୁରି ବ୍ୟାପକ କରିବାକୁ ହେବ ।
ଗ୍ରାମାଞ୍ଚଳରେ ସଚେତନତା ଯାନ ଚଳାଇ ଲୋକଙ୍କୁ ମତ୍ସ୍ୟଚାଷ ଓ ପ୍ରାଣିପାଳନ ସମ୍ବନ୍ଧୀୟ ସରକାରୀ ସହାୟତା ବିଷୟରେ ସୂଚନା ଦେବା ଆବଶ୍ୟକ । ରାଜ୍ୟ ଓ ଜିଲ୍ଲା ସ୍ତରରେ ସଚେତନତା ସୃଷ୍ଟି ପାଇଁ ଆୟୋଜିତ ହେଉଥିବା ମେଳା ଓ ସମାବେଶଗୁଡ଼ିକ ବ୍ଲକ ସ୍ତରକୁ ସମ୍ପ୍ରସାରିତ କରିବାକୁ ମନ୍ତ୍ରୀ ଉଲ୍ଲେଖ କରିଥିଲେ । ପ୍ରାଣିକଲ୍ୟାଣ କାର୍ଯକ୍ରମକୁ ବ୍ୟାପକ କରିବା ଉଦ୍ଦେଶ୍ୟରେୁ ଅସହାୟ ପ୍ରାଣୀଙ୍କ ନିମନ୍ତେ ନୂତନ ଗୋଶାଳା ଓ ଆଶ୍ରୟ ସ୍ଥଳ ପ୍ରତିଷ୍ଠା, ଅଧିକ ପ୍ରାଣୀ ଅମ୍ବୁଲାନ୍ସର ବ୍ୟବସ୍ଥା, ପଞ୍ଜିକୃତ ସମସ୍ତ ଗୋଶାଳାକୁ ଅନୁଦାନ ବ୍ୟବସ୍ଥା ସୁନିଶ୍ଚିତ କରିବାକୁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ । ମତ୍ସ୍ୟ ଓ ପ୍ରାଣିସମ୍ପଦ ବିକାଶ ବିଭାଗର ପ୍ରମୁଖ ସଚିବ ସୁରେଶ କୁମାର ବଶିଷ୍ଠ ସରକାରୀ ଯୋଜନାର ସଫଳ ରୂପାୟନ ନିମନ୍ତେ ଉପସ୍ଥିତ ଅଧିକାରୀମାନଙ୍କୁ ସମର୍ପିତ ମନୋଭାବ ନେଇ କାର୍ଯ୍ୟ କରିବାକୁ ହେବ ବୋଲି କହିଥିଲେ । ବୈଠକରେ ପ୍ରାଣିପାଳନ ଓ ପ୍ରାଣିଚିକିତ୍ସା ନିର୍ଦେଶକ ରାମାଶିଷ ହାଜରା ଏବଂ ମତ୍ସ୍ୟ ଓ ପ୍ରାଣିସମ୍ପଦ ବିକାଶ ବିଭାଗର ବରିଷ୍ଠ ଅଧିକାରୀବୃନ୍ଦ ଉପସ୍ଥିତ ଥିଲେ ।
No Result
View All Result