No Result
View All Result
୪ ନଭେମ୍ବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ବୋଲଗଡ଼ :-> ବୋଲଗଡ଼ବ୍ଳକ କାର୍ଯ୍ୟାଳୟରେ ଦୀର୍ଘ ୬ବର୍ଷ କାଳ କାର୍ଯ୍ୟରତ ରହିଆସିଥିବା ପୁରାତନ ବିପିସିଙ୍କୁ ବିଦାୟ କାଳୀନ ଅଶ୍ରୁଳ ସମ୍ବର୍ଦ୍ଧନା ଦିଆଯାଇ ଥିବା ବେଳେ ନୂତନ ବିପିସିଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା କରାଯାଇଛି। ଏହି ସମ୍ବର୍ଦ୍ଧନା ଉତ୍ସବ ମହିଳା ମିଶନ ଶକ୍ତି ପକ୍ଷରୁ ସ୍ଥାନୀୟ ମିଶନ ଶକ୍ତି ଗୃହ ଠାରେ ସୋମବାର ଅନୁଷ୍ଠିତ ହୋଇଅଛି।ସୂଚନା ମତେ ପୁରାତନ ବିପିସି ସୁରୁଚି ସୁପ୍ରୀତି ସାହୁ ବାଣପୁର ବ୍ଲକକୁ ବଦଳି ହୋଇଥିବା ବେଳେ ନୂତନ ବିପିସି ସ୍ଵର୍ଣ୍ଣଲତା ସ୍ୱାଇଁ ଟାଙ୍ଗି ବ୍ଲକରୁ ବଦଳି ହୋଇ ବୋଲଗଡ଼ ବ୍ଲକକୁ ଆସି କାର୍ଯ୍ୟରେ ଯୋଗ ଦେଇଛନ୍ତି।ତେବେ ଆୟୋଜିତ ବିଦାୟ କାଳୀନ ଓ ସ୍ୱାଗତ ସମ୍ବର୍ଦ୍ଧନା ଉତ୍ସବରେ ବ୍ଲକ ମହିଳା ସଭାନେତ୍ରୀ ଶୈଳବାଳା ବାହିନୀପତି ସଭାପତିତ୍ୱ କରିଥିଲେ।

ଏଥିରେ ମଣ୍ଡଳ ଉନ୍ନୟନ ଅଧିକାରୀ ଶରତ କୁମାର ମଲିକ,ପୁରାତନ ବିପିସି ସୁରୁଚି ସୁପ୍ରୀତି ସାହୁ,ନୂତନ ବିପିସି ସ୍ଵର୍ଣ୍ଣଲତା ସ୍ୱାଇଁ,ବ୍ଲକ ମହିଳା ସମ୍ପାଦିକା ଗୀତାଞ୍ଜଳୀ ମହାନ୍ତି, ବିଏଲସି ଈଶ୍ୱର ଚନ୍ଦ୍ର ପରିଡା,ଜୟକୃଷ୍ଣ ସାହୁ ଓ ସସ୍ମିତା ସାହୁ ପ୍ରମୁଖ ମଂଞ୍ଚାସିନ ଥିଲେ। ଏହି ଉତ୍ସବରେ ଅନେକ ମହିଳା ମାଛଚାଷୀ, କୁକୁଡ଼ାଚାଷୀ, ଟେଲରିଂ, ଛତୁଚାଷୀ, ଛେଳିଚାଷୀ, ମୋ ସ୍କୁଲ ଦାୟିତ୍ୱ ବହନ କରୁଥିବା ଏସଏଚଜି, କୃଷିମିତ୍ର,ପ୍ରାଣୀ ମିତ୍ର,ବ୍ୟାଙ୍କମିତ୍ର,

ସିଆରପି ଓ ଏମବିକେ ପ୍ରମୁଖ ଯୋଗ ଦେଇଥିଲେ।ତେବେ ପୁରାତନ ବିପିସିଙ୍କ ଦୀର୍ଘ ଦିନର କାର୍ଯ୍ୟକଳାପ ତଥା ସମସ୍ତ ମହିଳା ଗୋଷ୍ଠୀଙ୍କୁ ସାଥିରେ ନେଇ ନିଜର କାର୍ଯ୍ୟଧାରାକୁ ପରିଚାଳିତ କରଥିବାରୁ ସମସ୍ତ ମହିଳା ଖୁସିବ୍ୟକ୍ତ ସହ ପ୍ରସଂଶା କରିଥିଲେ। ସେହିପରି ଆଗାମୀ ଦିନରେ ସମସ୍ତ ମହିଳା ଗୋଷ୍ଠୀଙ୍କୁ ସାଥିରେ ନେଇ କାର୍ଯ୍ୟ ସୁଚାରୁରୁପେ ପରିଚାଳନା ତଥା ବିଶ୍ୱାସ ଭାଜନ ହୋଇ ପାରିବେ ବୋଲି ନୂତନ ବିପିସି କହିଥିଲେ। ପରିଶେଷରେ ରୋଜାଲିନୀ ସୁବୁଦ୍ଧି ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

No Result
View All Result