No Result
View All Result
୦୩ ନଭେମ୍ବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଭାପୁର :-> ଫତେଗଡ଼ ଥାନା ଅଧୀନ ବଡ ସହରା ଗ୍ରାମର ଜଣେ ନିଶାସକ୍ତ ଯୁବକଙ୍କୁ ପଡୋଶୀ ଲୋକମାନେ ଶାରୀରିକ ନିର୍ଯ୍ୟାତନା ସହ ଆକ୍ରମଣ କରିଥିବା ନେଇ ଫତେଗଡ଼ ଥାନାରେ ଲିଖିତ ଅଭିଯୋଗ ହୋଇଛି ! ସୂଚନା ଅନୁଯାୟୀ ବଡ଼ ସହରା ଗ୍ରାମର ଅର୍ଜୁନ ମୁଲିଙ୍କ ପୁଅ ଅରୁଣ ମୂଳି ପେଶାରେ ଡ୍ରାଇଭର ହୋଇଥିବାବେଳେ ସେ ଭୁବନେଶ୍ୱରରେରୁହନ୍ତି !
ଦୀପାବଳିରେ ଅର୍ଜୁନ ମୂଳି ଗାଁକୁ ଆସି ନିଶାସକ୍ତ ଅବସ୍ଥାରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ପଡୋଶୀଙ୍କୁ ଅସଭ୍ୟ ଭାଷାରେ ଗାଳିଗୁଲଜ କରିବା ସହ ଧମକ ପୂର୍ଣ୍ଣ ବ୍ୟବହାର କରିଥିଲେ ! ଫଳରେ ପଡୋଶୀମାନେ ଉତକ୍ଷିପ୍ତ ହୋଇ ଅରୁଣଙ୍କ ଉପରେ ମରଣାତ୍ମକ ଆକ୍ରମଣ ସହିତ ନିର୍ଯ୍ୟାତନା କରିଥବା ନେଇ ଭିଡ଼ିଓ ପ୍ରଘଟ ହୋଇଥିଲା !
ଖବର ପାଇ ଫତେଗଡ଼ ଥାନା ନିରୀକ୍ଷକଙ୍କ ନିର୍ଦେଶକ୍ରମେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ରକ୍ତାକ୍ତ ଅବସ୍ଥାରେ ଅରୁଣ ମୁଲିଙ୍କ ଉଦ୍ଧାର କରି ଭାପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ ! ଏନେଇ ଅରୁଣ ମୁଲିର ବାପା ଅର୍ଜୁନ ମୂଳି ଫତେଗଡ଼ ଥାନାରେ ପଡୋଶୀ ପଦୀ ମୂଳି ଓ ଦିପୁନା ମୁଲିଙ୍କ ନାମରେ ଏକ ଲିଖିତ ଅଭିଯୋଗ କରିଛନ୍ତି !
ପଦୀ ଓ ଦିପୁନା ମୂଳି କାଠଫଳିଆରେ ମାଡ ମାରିଥିବାବେଳେ ସେ ହାତ ଗୋଡ ବନ୍ଧା ଅବସ୍ଥାରେ ରହିଥିବା ଦୃଶ୍ୟ ଏବଂ ଅର୍ଜୁନ ମୁଲିଙ୍କ ଲିଖିତ ଅଭିଯୋଗକୁ ଭିର୍ତ୍ତି କରି ଫତେଗଡ଼ ପୋଲିସ ପକ୍ଷରୁ ଏକ ମାମଲା ରୁଜୁ ହୋଇଛି ! ଅଭିଯୁକ୍ତମାନଙ୍କୁ ଗିରଫ କରିବା ପାଇଁ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଥିବା ଫତେଗଡ଼ ଥାନା ପକ୍ଷରୁ ଜଣାପଡିଛି !
No Result
View All Result