No Result
View All Result
୨୯ ଅକ୍ଟୋବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଦଶପଲ୍ଲା :-> ଦଶପଲ୍ଲା :-> ନୟାଗଡ ଜିଲ୍ଲା ଦଶପଲ୍ଲା ବ୍ଳକ ରେ ମାଣ୍ଡିଆ ବଣ୍ଟନରେ ଘୋର ସମସ୍ୟା ଦେଖାଦେଇଛି । ତେବେ ପ୍ରତ୍ୟେକ ପଂଚାୟତ ଓ ଏନ ଏ ସି ରେ ଅନେକ ରାସନ କାର୍ଡଧାରୀ ଅଛନ୍ତି । ରାଜ୍ୟ ସରକାର ପୃଷ୍ଟିକର ଖାଦ୍ୟ ଯୋଜନା ଅନ୍ତର୍ଗତ ସମସ୍ତ ରାସନ କାର୍ଡ ଧାରୀଙ୍କୁ ଦୁଇ କେଜି ଲେଖାଏଁ ମାଣ୍ଡିଆ ବଣ୍ଟନ ପାଇଁ ଯୋଗାଣ ବିଭାଗକୁ ନିର୍ଦେଶ ଦେଇଥିଲେ ।
ମାତ୍ର ପ୍ରତ୍ୟେକ ପଂଚାୟତ ରେ ୬୩% କାର୍ଡ ଧାରୀ ମାଣ୍ଡିଆ ପାଇଥିବାବେଳେ ଆହୁରି ୩୭% କାର୍ଡ ଧାରୀ ବଂଚିତ ଅଛନ୍ତି । ତେବେ ଏଥିପାଇଁ ଯୋଗାଣ ବିଭାଗ ର ଦୋଷ ନା ରାଜ୍ୟ ସରକାର ଙ୍କ ଦୋଷ ନା ପଂଚାୟତ ଅଧିକାରୀ କଂ ଦୋଷ ତାହା ଦେଖିବାକୁ ବାକି ରହିଲା । ଏଥିପାଇଁ ଜନ ଅସନ୍ତୋଷ ବଢ଼ୁଥିବା ବେଳେ ପ୍ରଶାସନିକ ଅଧିକାରୀ କିନ୍ତୁ ଚୁପ । ସରକାରଙ୍କ ଯୋଜନା ବିଫଳ ହେଲା ଭଳି ଅନୁମେୟ ହେଉଛି । ଦେଖାଯାଉ ବଂଚିତ ଖାଉଟି ମାନେ କେବେ ପାଉଛନ୍ତି ମାଣ୍ଡିଆ ।
No Result
View All Result