ଓଡିଶା ତାଜା ନ୍ୟୁଜ୍ (୧୯ ଅଗଷ୍ଟ ବୁଧବାର) ଗଜପତି :- ବରୀ ରେ ବିରୋଧୀ ଶୂନ୍ୟ ହେଉଛି ବିଜେଡ଼ି। ମାନ୍ୟବର ବରୀ ବିଧାୟିକା ଶ୍ରୀମତୀ ସୁନନ୍ଦା ଦାସଙ୍କ ନେତୃତ୍ବରେ ଆଜି ୩ଜଣ ସରପଂଚ ବିଜେପି ଛାଡି ଆଜି ବିଧିବଦ୍ଧ ଭାବେ ବିଜୁ ଜନତା ଦଳରେ ଯୋଗଦଇଛନ୍ତି। ଆଜି ମାନ୍ୟବର ବିଧାୟିକା ଶ୍ରୀମତୀ ସୁନନ୍ଦା ଦାସ ତାଙ୍କ ନିର୍ବାଚନ ମଣ୍ଡଳୀ ଗ୍ରସ୍ତ ସମୟରେ ପହଞ୍ଚି ଥିଲେ ଯାଜପୁର ବ୍ଲକ୍ ଅନ୍ତର୍ଗତ ଝାଲପଡା ପଞ୍ଚାୟତ କାର୍ଯ୍ୟାଳୟ ଠାରେ ଯେଉଁଠି ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ ସ୍ବଚ୍ଛ ଓ ବିକାଶ ଶାସନ ତଥା ଆମ ପ୍ରିୟ ବିଧାୟିକାଙ୍କ ସର୍ବଜନ ହିତାୟଃ ସର୍ବଜନ ସୁଖାୟଃ ନିତି ଆଦର୍ଶ ରେ ଅନୁପ୍ରାଣିତ ହୋଇ ଝାଲପଡା ସରପଞ୍ଚ ଶ୍ରୀଯୁକ୍ତ ନିର୍ମଳ ସାମଲ ତାଙ୍କର ସମର୍ଥକ ଙ୍କ ସହ ବିଜୁ ଜନତା ଦଳରେ ସାମିଲ ହେଲେ ।
ବରୀ ନିର୍ବାଚନ ମଣ୍ଡଳୀର ବିଜୁ ଜନତା ଦଳର ସମସ୍ତ ସାଂଗଠନିକ ନେତୃତ୍ଵଙ୍କ ସହ କାର୍ଯ୍ୟକର୍ତ୍ତା ଗଣ ଶ୍ରୀଯୁକ୍ତ ସାମଲ ଙ୍କ ଏହି ମିଶ୍ରଣ କୁ ସ୍ବାଗତ ଜଣାଇଛନ୍ତି ।ସେହିପରି ବରୀ ନିର୍ବାଚନ ମଣ୍ଡଳୀ ର ପେଣ୍ଠସ୍ଥଳୀ ବରୀ ପଞ୍ଚାୟତ ର ସରପଞ୍ଚ ତଥା ଦଳିତ ନେତା ଶ୍ରୀଯୁକ୍ତ ରାମାକାନ୍ତ ମଳିକ ବିଧିବଦ୍ଧ ଭାବେ ବିଜୁ ଜନତା ଦଳରେ ସାମିଲ୍ ହୋଇ ବରୀ ଅଞ୍ଚଳର ସାମଗ୍ରିକ ବିକାଶ ରେ ସହଯୋଗ କରିବାକୁ ତାଙ୍କର ପ୍ରତିବଦ୍ଧତା ଜାହିର କରିଅଛନ୍ତି ।
ଏହି କାର୍ଯ୍ୟକ୍ରମ ରେ ବରୀ ବିଜୁ ଜନତା ଦଳର ଆବାହକ ଶ୍ରୀଯୁକ୍ତ ଦେବେନ୍ଦ୍ର ଦାସ, ବରୀ ବିଜୁ ଜନତା ଦଳର ସଭାପତି ଶ୍ରୀଯୁକ୍ତ କେଦାର ସାମଲ, ଯୁବ ନେତା ତଥା ୨୧ନମ୍ବର ଯୋନ ଜିଲ୍ଲାପରିଷଦ ଶ୍ରୀଯୁକ୍ତ ଅଶୋକ ସାମଲ, ବରୀ ବିଜୁ ଯୁବ ଜନତା ଦଳର ସଭାପତି ଶ୍ରୀଯୁକ୍ତ ରଞ୍ଜନ ପଣ୍ଡା, ବିଜୁ ଛାତ୍ର ଜନତା ଦଳ ର ସଭାପତି ଶ୍ରୀଯୁକ୍ତ ସଦିତ୍ସା ସାମଲ ଙ୍କ ସମେତ ବହୁ ନେତୃବୃନ୍ଦ ଏ ମିଶ୍ରଣ ପାଇଁ ଶ୍ରୀଯୁକ୍ତ ମଳିକ ଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।
ମାନ୍ୟବର ବିଧାୟିକା ଶ୍ରୀମତୀ ସୁନନ୍ଦା ଦାସ ଙ୍କ ମିଶ୍ରଣ କାର୍ଯ୍ୟକ୍ରମ ର ଦିତୀୟ ପର୍ଯ୍ୟାୟ ବରୀ ବ୍ଲକ ର ଅନ୍ୟାସୀପୁର ରେ ଅନୁଷ୍ଠିତ ହୋଇଯାଇଅଛି ଉକ୍ତ କାର୍ଯ୍ୟକ୍ରମ ରେ ବରିଷ୍ଠ ଭାଜପା ନେତା ତଥା ବରୀ ନିର୍ବାଚନ ମଣ୍ଡଳୀ ର ଅନ୍ୟତମ ଦଳିତ ଚେହେରା ଶ୍ରୀଯୁକ୍ତ ସୁଲଭ ଚନ୍ଦ୍ର ମଳିକ ଏବଂ ଅନ୍ୟାସୀପୁର ଗ୍ରାମ ପଞ୍ଚାୟତ ସରପଞ୍ଚ ଶ୍ରୀମତୀ ଶୁଭଲକ୍ଷ୍ମୀ ମଳିକଙ୍କ ବିଜୁ ଜନତା ଦଳରେ ବିଧିବଦ୍ଧ ଭାବେ ଯୋଗଦାନ ଫଳରେ ବରୀ ବିଜୁ ଜନତା ଦଳ ସଶକ୍ତ ହେଉଥିବା ସ୍ଥଳେ, ବରୀ ବିରୋଧୀ ଶୂନ୍ୟ ହେବା ତୀବ୍ରତର ହେଉଛି। ( ରିପୋର୍ଟ ସ୍ୱୟଂ ପ୍ରକାଶ ଦାଶ )