ପୁରୀ :-> ମହାପ୍ରଭୁ ଶ୍ରୀ ଜଗନ୍ନାଥ ଙ୍କ ପ୍ରତିଷ୍ଠିତ ଓ ପ୍ରଚଳିତ ଶାସ୍ତ୍ରୀୟ ପରମ୍ପରା କୁ ଭଙ୍ଗ କରି ଅଦିନରେ ଆମେରିକା ର ହଷ୍ଠନ ସହର ରେ ନଭେମ୍ବର ୩ ରେ ସ୍ନାନ ଯାତ୍ରା ଓ ୯ ତାରିଖ ରଥ ଯାତ୍ରା ଆୟୋଜନ କରୁଥିବା ସୂଚନା ମିଳିଛି | ଦେଶୀ ଓ ବିଦେଶୀ ସଂସ୍ଥା ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଓ ଏହି ସମସ୍ୟାର ଦୀର୍ଘ ସ୍ଥାୟୀ ନିରାକରଣ ବ୍ୟବସ୍ଥା ପାଇଁ ପଦକ୍ଷେପ ନିଆଯିବ ପାଇଁ ଉତ୍କଳ ବିଦ୍ୱତ ପରିଷଦ ସୋମବାର ଦିନ ଶ୍ରୀମନ୍ଦିର କାର୍ଯ୍ୟାଳୟ ଠାରେ ଦାବିପତ୍ର ପ୍ରଦାନ କରିଛି | ପରିଷଦ ର ସଭାପତି ମନୋଜ ରଥଙ୍କ ନେତୃତ୍ୱ ରେ ପାଞ୍ଚ ଜଣିଆ ପ୍ରତିନିଧି ମଣ୍ଡଳ ବିଜୟ କୃଷ୍ଣ ବ୍ବ୍ରହ୍ମା , ବରିଷ୍ଠ ସେବାୟତ ଶ୍ୟାମ ସୁନ୍ଦର ମହାପାତ୍ର , ସୁକାନ୍ତ ପଣ୍ଡା ,ବିରଂଚି ନାରାୟଣ ମିଶ୍ର ଶ୍ରୀମନ୍ଦିର ନୀତି ପ୍ରଶାସକ ଙ୍କୁ ଭେଟି ଏହାର ସ୍ଥାୟୀ ସମାଧାନ ବିଷୟରେ ଆଲୋଚନା କରି ଦାବି ପତ୍ର ପ୍ରଦାନ କରିଥିଲେ |















