No Result
View All Result
ବାତ୍ୟା ପ୍ରଭାବିତ ଉତ୍ତର ଓଡ଼ିଶାରେ ପୁନରୁଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ଟିପିଡବ୍ଲ୍ୟୁଓଡିଏଲ୍, ଟିପିଏସ୍ଓଡିଏଲ୍, ଏବଂ ଟିପିସିଓଡିଏଲ୍ ଅତିରିକ୍ତ ମାନବ ସମ୍ବଳ ଏବଂ ବ୍ୟାପକ ଉପକରଣ ମୁତୟନ କରିଛନ୍ତି
x . ପ୍ରଭାବିତ ଅଞ୍ଚଳରେ ୯୨% ପୁନରୁଦ୍ଧାର କାର୍ଯ୍ୟ ସମ୍ପନ୍ନ
୨୭ ଅକ୍ଟୋବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଭୁବନେଶ୍ୱର :-> ଉତ୍ତର ଓଡ଼ିଶାରେ ସାମୁଦ୍ରିକ ଝଡ଼ ‘ଦାନା’ ପ୍ରଭାବରେ ହୋଇଥିବା କ୍ଷୟକ୍ଷତିର ମୁକାବିଲା ପାଇଁ ଟାଟା ପାୱାର ନେତୃତ୍ୱାଧୀନ ୪ଟି ଡିସକମ ପକ୍ଷରୁ ବ୍ୟାପକ ପୁନରୁଦ୍ଧାର ପଦକ୍ଷେପ ଗ୍ରହଣ କରାଯାଇଛି । ଓଡ଼ିଶା ସରକାର ଓ ସ୍ୱତନ୍ତ୍ର ରିଲିଫ୍ କମିଶନର (ଏସ୍ଆରସି)ଙ୍କ ତତ୍ୱାବଧାନରେ ଏହି ୪ଟି ଡିସକମ୍ କ୍ଷତିଗ୍ରସ୍ତ ଅଞ୍ଚଳରେ ବିଦ୍ୟୁତ ସେବାର ପୁନରୁଦ୍ଧାର ପାଇଁ ଅତିରିକ୍ତ ମାନବ ସମ୍ବଳ ନିୟୋଜିତ କରିଛନ୍ତି ।
ବର୍ତମାନ ସୁଧା ପ୍ରଭାବିତ ଅଞ୍ଚଳରେ ୯୨ ପ୍ରତିଶତ ବିଦ୍ୟୁତ ସେବା ପୁନରୁଦ୍ଧାର ସହ ଟାଟା ପାୱାର ନେତୃତ୍ୱାଧୀନ ଓଡ଼ିଶା ଡିସକମଗୁଡ଼ିକ ସମ୍ପୂର୍ଣ୍ଣ ପୁନରୁଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ଅତିରିକ୍ତ ଟିମ୍ ନିୟୋଜିତ କରିଛନ୍ତି । ଟିପି ୱେଷ୍ଟର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ୍ (ଟିପିଡବ୍ଲ୍ୟୁଓଡିଏଲ), ଟିପି ସଦର୍ନ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ (ଟିପିଏସଓଡିଏଲ) ଏବଂ ଟିପି ସେଣ୍ଟ୍ରାଲ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ (ଟିପିସିଓଡିଏଲ)ର ଦକ୍ଷ ଇଞ୍ଜିନିୟର, ଲାଇନମ୍ୟାନ ଏବଂ ସହାୟକ ଷ୍ଟାଫମାନେ ସରକାରୀ ସଂସ୍ଥା ଓ ସ୍ଥାନୀୟ କର୍ତୃପକ୍ଷଙ୍କ ସହ ମିଶି କାର୍ଯ୍ୟ କରୁଛନ୍ତି ।
୩୩ କେଭି, ୧୧ କେଭି ଓ ଏଲଟି ନେଟୱାର୍କ ପରିଚାଳନାରେ ଅଭିଜ୍ଞ ଏହି ଟିମ୍ ଭଦ୍ରକ ଓ ସୋର ଭଳି ଅଧିକ ପ୍ରଭାବିତ ଅଞ୍ଚଳରେ ମୁତୟନ ହୋଇଛନ୍ତି । ବାଲେଶ୍ୱରରେ ସ୍ଥାପିତ ୨୪ ଘଣ୍ଟିଆ ପାୱାର ସିଷ୍ଟମ କଣ୍ଟ୍ରୋଲ ସେଣ୍ଟର (ପିଏସସିସି) ଏବଂ ବିଭିନ୍ନ ଡିଭିଜନର ସ୍ଥାନୀୟ କଣ୍ଟ୍ରୋଲ ରୁମ୍ ବାସ୍ତବ ସମୟରେ ଗ୍ରିଡ୍ ସ୍ଥିରତା ତଦାରଖ କରିବା, ଲୋଡ ବଣ୍ଟନ ପରିଚାଳନା କରିବା ଏବଂ ନେଟୱାର୍କ ପ୍ରତି ଅଧିକ ବିପଦକୁ ହ୍ରାସ କରିବା ପାଇଁ ମରାମତିରେ ସମନ୍ୱୟ ରକ୍ଷା କରିବାରେ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛନ୍ତି ।
ବାତ୍ୟା ପ୍ରଭାବରେ ଅବରୋଧ ହୋଇଥିବା ରାସ୍ତା ଓ ଜଳବନ୍ଦୀ ଅଞ୍ଚଳ ମଧ୍ୟରେ କ୍ଷତିଗ୍ରସ୍ତ ଭିର୍ତିଭୂମିର ପୁନରୁଦ୍ଧାର, ଭ୍ରାମ୍ୟମାଣ ସବଷ୍ଟେସନ ମୃତୟନ, ବିଦ୍ୟୁତ ତାରର ମରାମତି ଏବଂ ଗୁରୁତ୍ୱପୂର୍ଣ୍ଣ ବିଦ୍ୟୁତ ଉପକରଣ ବ୍ୟବହାର କରିବା ପାଇଁ ଟାଟା ପାୱାରର ଟିମ୍ ୨୪ ଘଣ୍ଟା କାମ କରୁଛନ୍ତି । ନେଟୱାର୍କ ସ୍ଥିରତାକୁ ଦ୍ରୁତ ଏବଂ ସୁରକ୍ଷିତ ଭାବରେ ପୁନରୁଦ୍ଧାର କରିବା ପାଇଁ ସେମାନେ ଅତ୍ୟାବଶ୍ୟକ ଉପକରଣ ଏବଂ ପିପିଇ ବ୍ୟବହାର କରୁଛନ୍ତି ।
No Result
View All Result