No Result
View All Result
୨୭ ଅକ୍ଟୋବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ବାଣପୁର :-> ବାଣପୁର ର ପ୍ରଗତି ଶୀଳ ସାଂସ୍କୃତିକ ଅନୁଷ୍ଠାନ କଳିଙ୍ଗ କନ୍ୟା କଳା ପରିଷଦ ପକ୍ଷରୁ ଚଳିତ ବର୍ଷ ର ଶିଳ୍ପୀ ସମ୍ବର୍ଦ୍ଧନା ଉତ୍ସବ -୨୦୨୪ ଭେଟେଶ୍ଵର ସ୍ଥିତ ଶ୍ରୀ ଶ୍ରୀ ଭେଟି ନାଥ ଦେବ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି । ବିଶିଷ୍ଟ ମଞ୍ଚ ନାଟ୍ୟ ନିର୍ଦେଶକ ପ୍ରମୋଦ କୁମାର ସ୍ଵାଇଁ, ନାଟ୍ୟକାର ଭିକାରୀ ଚରଣ ପ୍ରଧାନ, ନାଟ୍ୟ ସଙ୍ଗଠିକା ରଞ୍ଜୁଵାଳା ଚମ୍ପତିରାୟ ଙ୍କ ସାମଗ୍ରିକ ପରିଚାଳନା ରେ ଅ ନୁଷ୍ଠିତ ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ବିଶିଷ୍ଟ ସମାଜସେବୀ ସୁକାନ୍ତ କୁମାର ବିଶ୍ବାଳ ଯୋଗଦେଇ ଶିଳ୍ପୀ ମାନଙ୍କୁ ପ୍ରମାଣପତ୍ର ଓ ଟ୍ରଫି ପ୍ରଦାନ ପୂର୍ଵକ କଳାକାର ମାନଙ୍କୁ ପ୍ରୋତ୍ସାହିତ କରିଥିଲେ।
ଏହି ଅବସରରେ ଅନୁଷ୍ଠାନ ପକ୍ଷରୁ ନିରବଚ୍ଛିନ୍ନ ସମାଜସେବା ପାଇଁ ସୁକାନ୍ତ କୁମାର ବିଶ୍ବାଳ ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।ଗତ ବିଶ୍ଵ ନାଟ୍ୟ ମେଳା ୨୦୨୪ରେ ଜାତୀୟ ସ୍ତରରେ ପୁରସ୍କାର ଲାଭ କରିଥିବା କଳାକାର ଲକ୍ଷ୍ମୀ ସ୍ବାଇଁ, ଅନିତା ପ୍ରଧାନ,ପାପାଲି ସାଶମଲ, ରାଜଶ୍ରୀ ପଲେଇ ପ୍ରମୁଖ ଙ୍କୁ ମୁଖ୍ୟ ଅତିଥି ଙ୍କ ଦ୍ଵାରା ସ୍ଵତନ୍ତ୍ର ଭାବରେ ପୁରସ୍କୃତ କରାଯିବା ସହ ଶ୍ରେଷ୍ଠ ନାଟ୍ୟକାର ଭାବେ ଭିକାରୀ ଚରଣ ପ୍ରଧାନ,
ଶ୍ରେଷ୍ଠ ନିର୍ଦେଶକ ଭାବେ ପ୍ରମୋଦ କୁମାର ସ୍ଵାଇଁ, ଶ୍ରେଷ୍ଠ ସଙ୍ଗୀତ ନିର୍ଦ୍ଦେଶକ ଭାବେ ସରୋଜକାନ୍ତ ସାଶମଲ ଙ୍କୁ ଟ୍ରଫି ଓ ମାନପତ୍ର ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା । ପରିଶେଷରେ ଆଗାମୀ ବିଶ୍ଵ ନାଟ୍ୟ ମେଳା ୨୦୨୫ ପାଇଁ ଭିକାରୀ ଚରଣ ପ୍ରଧାନ ଙ୍କ ରଚିତ ଏବଂ ପ୍ରମୋଦ କୁମାର ସ୍ଵାଇଁ ଙ୍କ ନିର୍ଦ୍ଦେଶିତ ନାଟକ ଅହି ନନ୍ଦିନୀ ବାବା ଭେଟି ନାଥଙ୍କ ପାଖରେ ସମର୍ପିତ କରାଯିବା ସହ ପାଣ୍ଡୁଲିପି ପୂଜନ ଅନୁଷ୍ଠିତ ହୋଇ ପୂର୍ଵାଭ୍ୟାସ ଅନୁଷ୍ଠିତ ହୋଇଥିଲା ।
No Result
View All Result