୨୭ ଅକ୍ଟୋବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଗୋପ :-> ପୁରୀ ଜିଲ୍ଲାର ର ସର୍ବପୁରାତନ ବିଦ୍ୟାଳୟ ଟି ହେଉଛି ଗୋପ ନିଗମାନନ୍ଦ ସରକାରୀ ସ୍ମାର୍ଟ ହାଇସ୍କୁଲ l ତତ୍କାଳୀନ ସରକାର ଙ୍କ ସମୟରେ ଉକ୍ତ ସ୍କୁଲ କୁ ଲକ୍ଷାଧିକ ଟଙ୍କା ର ବ୍ୟୟ ବରାଦ ରେ ରୂପାନ୍ତରିତ କରାଯାଇଥିଲା ସତ କିନ୍ତୁ ଏହାର ସଠିକ ରୂପେ ରକ୍ଷଣ ବେକ୍ଷଣ ନ ହେବାରୁ ଆସ୍ତେ ଆସ୍ତେ ଅବକ୍ଷୟ ହେବାକୁ ଯାଉଛି lଏହାକୁ ଗୋପର ବିଶିଷ୍ଟ ଶିକ୍ଷାବିତ୍ ତଥା ସ୍ୱାଧୀନତା ସଂଗ୍ରାମୀ ସ୍ବର୍ଗତ ବନମାଳୀ ଦାଶ ଙ୍କ ଦ୍ଵାରା ସ୍ଥାପିତ ହୋଇଥିଲା 1944 ମସିହାରେ l ଏହି ବିଦ୍ୟାଳୟ ରୁ ଅନେକ ମେଧାବୀ ଛାତ୍ର ଛାତ୍ରୀ ଉତ୍ତୀର୍ଣ୍ଣ ହୋଇ ଆଜି ଦେଶ ବିଦେଶ ରେ ବେଶ ପ୍ରସିଦ୍ଧି ଲାଭ କରିଛନ୍ତି l
ଯେତେବେଳେ ଚାଟଶାଳୀ ରେ ପିଲାମାନେ ଶିକ୍ଷା ଅଧୟନ କରୁଥିଲେ ସେତେବେଳେ ଗୋପ ବ୍ଲକ ରେ ପ୍ରଥମକରି ପକ୍କାଘର ନିର୍ମାଣ ହୋଇଥିଲା l ଗତ କାଲି ବିଦ୍ୟାଳୟ ର ପାଚେରୀ ଟି ଭୁଶୁଡି ପଡିଥିଲା ସ୍ୱଭାଗ୍ୟ ବଶତଃ ଉକ୍ତ ସମୟରେ କୌଣସି ଛାତ୍ର ଛାତ୍ରୀ କି ବାଟୋଇ ଯାତାୟାତ କରୁନଥିଲେ,ନଚେତ ଏକ ବଡ଼ ଦୃଘଟଣା କୁ ଏଡାଇ ଦେଇ ହୋଇନଥାନ୍ତା l ଉକ୍ତ ପାଚେରୀ ଟି ଭାଙ୍ଗିବା ପୂର୍ବରୁ ବିଦ୍ୟାଳୟ ର ଦାୟିତ୍ୱ ରେ ଥିବା ପ୍ରଧାନଶିକ୍ଷକ ଗୋପ ବ୍ଲକ ବିଡିଓ ଛବିରାଣୀ ସାହୁ ଙ୍କୁ ଅବଗତ କରିବା ସହିତ ବିଭାଗୀୟ ଅଧିକାରୀଙ୍କୁ ଜଣାଇଥିଲେ l ତା ସତ୍ତ୍ୱେ କୌଣସି ଅଧିକାରୀ ଏଥିପ୍ରତି ଯତ୍ନବାନ ନଥିବା ହେତୁ ଆଜି ପାଚେରୀ ଟି ଭୁଶୁଡିଗଲା l ଦୁଃଖ ଓ ପରିତାପର ବିଷୟ ବ୍ଲକ ଦପ୍ତର ଠାରୁ ମାତ୍ର କେଇ ମିଟର ଦୁରତାରେ ଥିବା ଏତେ ପୁରାତନ ସ୍କୁଲ ପ୍ରତି ବିଭାଗୀୟ ଅଧିକାରୀଙ୍କ ଖାମଖିଆଲି ଯୋଗୁ ବଡ଼ ଧରଣର ଦୁର୍ଘଟଣା ଯଦି ଘଟିଥନ୍ତ ତେବେ ଦାୟୀ କିଏ ହୋଇଥାନ୍ତା l
ଆଉ ସରକାର ଙ୍କ କଥା ନ କହିଲେ ବରଂ ଭଲ କାରଣ ଉକ୍ତ ବିଦ୍ୟାଳୟ ସମ୍ପର୍କ ରେ ବିଭିର୍ନ୍ନ ଗଣମାଧ୍ୟମ ରେ ବାରମ୍ବାର ଖବର ପ୍ରସାରଣ ସତ୍ତ୍ୱେ ବିଭାଗୀୟ ମନ୍ତ୍ରୀ ଙ୍କ ଠାରୁ ଉଚ୍ଚ ପଦସ୍ତ ଅଧିକାରୀ ମଧ୍ୟ ନିରବଦ୍ରଷ୍ଟା ସାଜିଛନ୍ତି l ଯାହାଫଳରେ କି ଗୋପ ଅଞ୍ଚଳ ର ଗୌରବ ଆଜି ମାଟିରେ ମିଶିବାକୁ ଯାଉଛି l ନିଜସ୍ୱ ଖେଳ ପଡିଆ ଥିବା ସତ୍ତ୍ୱେ ସେଠାରେ ପିଲାମାନଙ୍କ ପାଇଁ ଆବଶ୍ୟକୀୟ ସରଞ୍ଜାମ ନାହିଁ କି ସେଭଳି ଭିତିଭୂମି ମଧ୍ୟ ନାହିଁ l ବିଭିନ୍ନ ଦୃଷ୍ଟିକୋଣରୁ ଏମିତି ଅନୁମାନ ହେଉଛି ଯେ ଏତେ ବଡ଼ ଶିକ୍ଷାନୁଷ୍ଠାନ ଟି ଆଜି ତାର ଅସ୍ତିତ୍ୱ ପ୍ରତି ବିପଦ ଆସିଲାଣି l ମୋଟାମୋଟି କହିବାକୁ ଗଲେ ନାହିଁ ନାହିଁରେ ଚାଲିଛି ଗୋପ ନିଗମାନନ୍ଦ ସରକାରୀ ସ୍ମାର୍ଟ ସ୍କୁଲ ଟି, ଦୀର୍ଘ ଦିନ ହେଵ ଉକ୍ତ ବିଦ୍ୟାଳୟ ରେ ପରିଚାଳନା କମିଟି ଗଠିତ ହୋଇପାରିଲା ନାହିଁ କୀ ସ୍ଥାୟୀ ପ୍ରଧାନଶିକ୍ଷକ ଙ୍କୁ ନିଯୁକ୍ତି ମିଳିଲା ନାହିଁ l
ଉକ୍ତ ବିଦ୍ୟାଳୟ ରେ ପ୍ରଥମ ରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତୁ ବାଳକ ଓ ବାଳିକାଙ୍କୁ ଯୋଗ କଲାପରେ ପ୍ରାୟ ଆଠ ଶହରୁ ଉର୍ଦ୍ଧ ଛାତ୍ର ଛାତ୍ରୀ ପାଠ ପଢୁଛନ୍ତି l ଏଠାରେ ଶ୍ରେଣୀ ଗୃହ ଗୁଡିକ ନଷ୍ଟ ହୋଇଗଲାଣି ଭଲ ଶୌଚାଳୟ ନଥିବା ହେତୁ ବାଳିକାମାନେ ନାହିଁ ନଥିବା ଅସୁବିଧା ର ସମ୍ମୁଖୀନ ହେଉଛନ୍ତି l ଏଭଳି ଅନେକ ଜଘନ୍ୟ ସମସ୍ୟା କ୍ରମଶଃ ବୃଦ୍ଧି ପାଉଥିଲେ ମଧ୍ୟ ସମାଧାନ ପ୍ରତି କାହାରି ନିଘା ନାହିଁ l ଏଣୁ ଉକ୍ତ ବିଦ୍ୟାଳୟ ର କିଛି ସ୍ଥାନୀୟ ପୁରାତନ ଛାତ୍ରମାନେ ସ୍ଥାନୀୟ ବିଧାୟିକା ତଥା ଉପ ମୁଖ୍ୟମନ୍ତ୍ରୀ ଓ ବିଭାଗୀୟ ମନ୍ତ୍ରୀଙ୍କୁ ସମସ୍ୟା ସମ୍ପର୍କ ରେ ଅବଗତ କରିବେ ବୋଲି ପୁରାତନ ଛାତ୍ର ଡ଼ଃ ଭବାନୀ ଶଙ୍କର ସାମନ୍ତରାୟ ଆମ ପ୍ରତିନିଧି ଙ୍କୁ ସୂଚନା ଦେଇଛନ୍ତି l