No Result
View All Result
୨୭ ଅକ୍ଟୋବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଫୁଲବାଣୀ :-> କନ୍ଧମାଳ ଜିଲ୍ଲାର ଜିଲ୍ଲାସ୍ତରୀୟ ଅନୁସୂଚୀତ ଜାତି ଓ ଅନୁସୂଚିତ ଜନଜାତି, ସରକାରୀ କର୍ମଚାରୀ ସମ ନ୍ୱୟ ପରିଷଦ ବାର୍ଷିକ ସମ୍ମିଳନୀ ୨୦୨୪ ସ୍ଥାନୀୟ ଫୁଲବାଣୀ ସ୍ଥିତ ଗାନ୍ଧୀ ସ୍ମୃତି ଭବନ ଠାରେ ଆୟୋଜନ ଜିଲ୍ଲା ସଭପତି ଶ୍ରୀ ସୁଜନ ବେହେରା ଙ୍କ ସଭା ପତିତୋ ରେ ଅନୁଷ୍ଠିତ ହୋଇଥିଲା । ଏହି ସମ୍ମିଳନୀର ମୂଖ୍ୟ ଉଦେଶ୍ୟ ଥିଲା ସମ୍ବିଧାନ ପ୍ରଣୀତ ଆଇନ୍ ଅନ୍ତର୍ଗତ ଅନୁସୂଚୀତ ଜାତି ଓ ଅନୁୂଚିତ ଜନଜାତି ସରକାରୀ କର୍ମଚାରୀ ମାନେ କିପରି ନିଯୁକ୍ତି ପଦନୋଟି ଓ ଅନ୍ୟାନ୍ୟ ସୁବିଧା ରୂ ବଂଚିତ ହେଉଛନ୍ତି ତାହା କିପରି ଆଗମୀ ଦିନରେ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବେ ବୋଲି ସଂଘର ସଭାପତି ଶ୍ରୀ ସୁଜନ ବେହେରା ଓ ସଂପାଦକ ଶ୍ରୀ କୈଳାସ କହଁର, ଉପଦେଷ୍ଟା ଶ୍ରୀ ଗଣେଶ ନାୟକ ସୂଚନା ଦେଇଛନ୍ତି ।
ଯଦି ସରକାର ଆଗମୀ ଦିନରେ ଅନୁସୂଚୀତ ଜାତି ଓ ଅନୁୂଚିତ ଜନଜାତି ସରକାରୀ କର୍ମଚାରୀ ମାନଙ୍କ ନାର୍ୟ ଦାବୀ ସମ୍ବିଧାନ ପ୍ରକାରେ ପୁରଣ କରିବାରେ ଅବହେଳା କରନ୍ତି ତେବେ ରାଜ୍ୟରେ ଥିବା ସମସ୍ତ ଅନୁସୂଚୀତ ଜାତି ଓ ଅନୁୂଚିତ ଜନଜାତି ସରକାରୀ କର୍ମଚାରୀ ଏ ଦିଗରେ ସୋର ଉତ୍ତୋଳନ କରିବେ ବୋଲି ସମ୍ମିଳନୀରେ ସୁଚନା ଦେଉଥିଲେ । ଏହି ସମ୍ମିଳନୀରେ ମାନ୍ୟବର ବିଧାୟକ ବାଲିଗୁଡା ଶ୍ରୀ ଚକ୍ରମଣି କହଁର ମୁଖ୍ୟ ଅତିଥି ରୂପେ ଏବଂ ମାନ୍ୟବର ବିଧାୟକ ଜି, ଉଦୟଗିରି ଶ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ ସମ୍ମାନିତ ଅତିଥି ରୂପେ ଯୋଗଦାନ କରିଥିଲେ । ତତ୍ ସହିତ ସ୍, ଗିରିଧାରୀ ରାଜ୍ୟ ସଂଘ ର ସଂପାଦକ ( ନିଯୁକ୍ତି ବିଭାଗ) ଏବଂ ଶ୍ରୀ ବିଶିକେ ସନ ବାଘ୍ ।
ଯୋଗଦାନ କରି ସରକାରୀ କର୍ମଚାରୀଙ୍କ ବିଭିନ୍ନ ସମସ୍ୟା ସମ୍ବନ୍ଧ ରେ ଆଲୋକ ପାତ କରିଥିଲେ । ଉକ୍ତ ସମ୍ମିଳନୀରେ ଜିଲା ର ୧୨ ଟି ବ୍ଲକ ରୁ ୪୦୦ ରୁ ଅଧିକ ସରକାରୀ କର୍ମଚାରୀ ୪୨ ଟି ବିଭାଗ ରୁ ଯୋଗଦାନ୍ କରି ନିଜ ନିଜର ମତ ପ୍ରକାଶ କରିଥିଲେ । ଏହି ସମ୍ମିଳନୀରେ ବିଶିଷ୍ଠ ଆଇନଜୀବୀ ଶ୍ରୀ ଲମ୍ବୋଦର କହଁ ର ଏବଂ ବିଶିଷ୍ଠ ଆଇନଜୀବୀ, ସମାଜସେବୀତଥା ସମାଜସେବୀ ଶ୍ରୀ ସତ୍ୟ ନାରାୟନ ବେହେରା ସମ୍ମାନିତ ଅତିଥି ଭାବରେ ଯୋଗଦେଇ ସମସ୍ତ ସରକାରୀ କର୍ମଚାରୀ ଙ୍କୁ ଉତ୍ସା ହିତ କରିଥିଲେ । ଉକ୍ତ ସମ୍ମିଳନୀ କୁ ସୁର ପ୍ରସାଦ ନାୟକ, ଶ୍ରୀକାନ୍ତ ବେହେରା ଓ ବିଦେଶୀ ନାୟକ ପରିଚାଳନା କରିଥିଲେ ।
No Result
View All Result