୨୩ ଅକ୍ଟୋବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ବାଙ୍କୀ :-> ଗତ ୧୭ତାରିଖ ଠାରୁ ଆରମ୍ଭ ହୋଇଥିବା ବାଙ୍କୀ ମହୋତ୍ସବ ଆଜି ସନ୍ଧ୍ୟାରେ ଉଦ୍ଯାପିତ ହୋଇଛି । ଏହି ଉଦ୍ଯାପନି ଉତ୍ସବରେ ମୁଖ୍ୟଅତିଥି ଭାବେ କଟକ ଜିଲ୍ଲାପରିଷଦ ସଭାପତି କିଶୋର ଚନ୍ଦ୍ର ମିଶ୍ର ଯୋଗଦେଇ କହିଲେ ଯେ ସଂସ୍କତି, ସାହିତ୍ୟ , ସାମାଜିକ ସଂସ୍କାର ଆଦି ପ୍ରତ୍ୟେକ କ୍ଷେତ୍ରରେ ବାଙ୍କୀର ଅବଦାନ ଅନନ୍ୟ ଓ ସ୍ୱତନ୍ତ୍ର । ବାଙ୍କୀ ମହୋତ୍ସବ ଏହି ଅଞ୍ଚଳର ଲୁକାୟିତ ପ୍ରତିଭାମାନଙ୍କୁ ଲୋକଲୋଚନକୁ ଆଣିବା ସହ ଏହାର ରୁଦ୍ଧିମନ୍ତ, ଐତିହ୍ୟ ଓ ପରମ୍ପରା ସଂପର୍କରେ ଭବିଷ୍ୟତ ପିଢୀକୁ ଅବଗତ କରାଇବାରେ ସହାୟକ ହେବ ।

ମୁଖ୍ୟବକ୍ତା ଭାବେ ସ୍ତମ୍ଭକାର ଡକ୍ଟର ସତ୍ୟ ରାୟ ଯୋଗଦେଇ କହିଲେ କଳା, ସଂସ୍କୃତି ଓ ପରମ୍ପରା ସହିତ ମଣିଷ ଅଙ୍ଗାଅଙ୍ଗି ଭାବେ ଜଡିତ । ବାଙ୍କୀ ଅଧିବାସୀ ନିଜ ଜନ୍ମମାଟିର ଟେକ ରଖିବା ପାଇଁ ଶତ ଚେଷ୍ଟିତ । ମହୋତ୍ସବ ସଭାପତି ବିଧାୟକ ଦେବୀରଞ୍ଜନ ତ୍ରିପାଠୀ ଏଥିରେ ଉଦ୍ବୋଧନ ଦେଇ କହିଲେ ବାଙ୍କୀ ମହୋତ୍ସବ ବାଙ୍କୀର ଗର୍ବ ଓ ଗୌରବ । ଦୀର୍ଘ ୫ଦିନ ଧରି ଚାଲିଥିବା ଏହି ମହୋତ୍ସବ ଶାନ୍ତିଶୃଙ୍ଖଳାରେ ଶେଷ ହୋଇଥିବାରୁ ସେ ବାଙ୍କୀବାସୀଙ୍କୁ ଧନ୍ୟବାଦ ଜଣାଇଥିଲେ । ସମ୍ମାନିତ ଅତିଥି ଭାବେ ସିନେକଳାକାର ଶ୍ରୀତମ ଦାଶ, ଜିଲ୍ଲା ପରିଷଦ ସଦସ୍ୟା ମିନତୀ ମହାପାତ୍ର, ମହୋତ୍ସବ ସଂପାଦକ ଶ୍ରୀନିବାସ ବେହେରା, ବଣିକ ମହାସଂଘ ସଭାପତି ପ୍ରତାପ ଚନ୍ଦ୍ର ମହାପାତ୍ର ଯୋଗଦେଇ ଉଦ୍ବୋଧନ ଦେଇଥିଲେ ।

ବାଙ୍କୀ ମହୋତ୍ସବ ସ୍ମରଣିକା ସଂପାଦକ କବି କୌଶିକ ନାୟକ ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥଲେ । ବାଙ୍କୀ ମହୋତ୍ସବ ପ୍ରତିଷ୍ଠାତା ସଭାପତି ପ୍ରଭାତ କୁମାର ତ୍ରିପାଠୀ କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରି ବାଙ୍କୀ ମହୋତ୍ସବ ୫ଦିନ ଧରି ସଫଳତା ଭାବରେ ଶେଷ ହୋଇଥିବାରୁ ବାଙ୍କୀବାସୀଙ୍କୁ ଧନ୍ୟବାଦ ଦେଇଥିଲେ । ବାଙ୍କୀ ବଜାରରେ ଶ୍ରେଷ୍ଠ ମେଢ଼ଗୁଡିକୁ ପୁରସ୍କାର ପ୍ରଦାନ କରାଯାଇଥିଲା । ମହୋତ୍ସବ ସାଧାରଣ ସଂପାଦକ ଡକ୍ଟର ଗଣେଶ୍ୱର ସ୍ୱାଇଁ ସ୍ୱାଗତ ଭାଷଣ ଦେଇଥିବା ବେଳେ କବି କୌଶିକ ନାୟକ ଅତିଥି ପରିଚୟ ପ୍ରଦାନ କରିଥିଲେ । କଳା, ସାହିତ୍ୟ ଓ ସଂସ୍କୃତି ପରିଷଦ ପକ୍ଷରୁ ଆବାହନୀ ସଂଗୀତ ଗାନ କରାଯାଇଥିଲା ।