ଓଡିଶା ତାଜା ନ୍ୟୁଜ୍ (୧୯ ଅଗଷ୍ଟ ବୁଧବାର ) ଚାନ୍ଦପୁର /ରିପୋର୍ଟଅଭିମନ୍ୟୁ ମହାରଣା :- ଚାନ୍ଦପୁର ବସନ୍ତ ମଞ୍ଜରୀ ସାଧାରଣ ଚିକିତ୍ସାଳୟ କୁ କୋଭିଡି ହସ୍ପିଟାଲ କରା ଯାଇଥିବା ଯୋଗୁଁ ସାଧାରଣ ଲୋକ ସ୍ୱାସ୍ଥ୍ୟ ସେବା ରୁ ବଞ୍ଚିତ ହେଉଥିବାରୁ । ଚବିଶ ଘଣ୍ଟା ସ୍ବାସ୍ଥ୍ୟ ସେବା ପାଇ ପାରୁ ନଥିବା ନେଇ ଦୃଢ ବିରୋଧ ହୋଈଛି । ଏବଂ ଗ୍ରାମବାସୀ , ବସନ୍ତ ମଞ୍ଜରୀ ଦାନ କରିଥିବା ଜାଗା ଯେଉଁଠି ହସ୍ପିଟାଲ ନିର୍ମାଣ ହୋଈଛି । ସେଥିରେ ବସନ୍ତ ମଞ୍ଜରୀ ଙ୍କ ନାମ ଉଲ୍ଲେଖ କରାଯାଉନଥିବାରୁ । ଯାହାକୁ ଅଞ୍ଚଳ ବାସୀ ସମେତ ବରିଷ୍ଠ ନେତା ବୃନ୍ଦ ଦୃଢ ପ୍ରତିବାଦ କରିଥିଲେ । ଏବଂ ଚାନ୍ଦପୁର ଜିଲ୍ଲା ପରିଷଦ ବିଜୟ କେତନ ସାହୁ ଙ୍କ ଆବାହକତ୍ୱ ରେ ଏକ ବୈଠକ ଡକାଯାଇଥିଲା ଓ ମୁଖ ପାତ୍ର ହିସାବ ରେ ମନୋଜ ଦାସ ଅବଗତ କରାଇଥିଲେ । ଏ ସଂକ୍ରାନ୍ତ ରେ ଆଞ୍ଚଳିକ କ୍ରିୟାନୁଷ୍ଠାନ କମିଟି ଚାନ୍ଦପୁର ୧୬ ତାରିଖ ରବିବାର ଅପରାହ୍ନ ୪ ଘଟିକା ଅପ୍ସରା କଲ୍ୟାଣ ମଣ୍ଡପ ଠାରେ ଏହି ସଂକ୍ରାନ୍ତ ର ଏକ ଜରୁରୀ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା ଆଗାମୀ କାର୍ଯ୍ୟପଦା ସଂପର୍କ ରେ ଅମଲାତାନ୍ତ୍ରିକ ଷଡ଼ଯନ୍ତ୍ର କୁ ପଣ୍ଡ କରିବା ପାଇଁ ।
ଏବଂ ୩ ମାସିଆ ଏମ୍ୟୁ କୁ ବାତିଲ କରିବା ପାଈଁ ମେଡ଼ିକାଲ ପୁନଃ ଫେରାଇ ଦେବା ପାଈଁ ଦୃଢ ବିରୋଧ କରିଥିଲେ ଅଞ୍ଚଳ ର ପୁର୍ବଜ ଦେଇଥିବା ଜାଗା ଓ ରାଜମାତା ବସନ୍ତ ମଞ୍ଜରୀ ଦେଇଥିବା ଜାଗା ଙ୍କୁ ଅସଙ୍ଗତ କରାନଯାଇ ତାକୁ ଜନସାଧାରଣ ଙ୍କ ସେବା ରେ ସମର୍ପି ଦେବା ପାଇଁ ଆଞ୍ଚଳିକ କ୍ରିୟାନୁଷ୍ଠାନ କମିଟି ଦାବି ରଖିଥିଲେ । ଏହି କଥା ର କଡ଼ା ବିରୋଧ ନିମନ୍ତେ ଡାକିଥିବା ବୈଠକ ରେ ସାମ୍ବାଦିକ , ବୁଦ୍ଧିଜୀବୀ ,ଅଞ୍ଚଳବାସୀ ସାମିଲ ହେବା ସହିତ ସ୍ଥାନୀୟ ବିଧାୟକ ସତ୍ୟ ନାରାୟଣ ପ୍ରଧାନ ଙ୍କୁ ନିମନ୍ତ୍ରୀତ କରାଯାଇଥିଲା । ବିଧାୟକ ଙ୍କ ସମ୍ପର୍କୀୟ ଲୋକ ଙ୍କ ଦେହାନ୍ତ ହେତୁ ଉକ୍ତ ବୈଠକ ରେ ଯୋଗଦାନ କରି ପାରିନଥିବାରୁ ଏ ପର୍ଯ୍ୟନ୍ତ ସେ ଦିଗରେ କୌଣସି ନିର୍ଦ୍ଧିଷ୍ଟ ପଦକ୍ଷେପ ନିଆ ଯାଇପାରିନାହିଁ ଏବଂ ସମସ୍ତ କାର୍ଯ୍ୟାନୁଷ୍ଠାନ ଓ ଧାର୍ଯ୍ୟ ପଦକ୍ଷେପ ନିମନ୍ତେ ବିଧାୟକ ହାତରେ ନ୍ୟସ୍ତ ଥିବାରୁ ଏହି ପ୍ରତିବାଦ ବୈଠକ କୁ ପୁନଃ ସ୍ପଷ୍ଟୀକରଣ ପାଈଁ ଡକାଯିବ ବୋଲି ଧାର୍ଯ୍ୟ କରାଯାଇଛି ।