୨୨ ଅକ୍ଟୋବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ବାଲିଆପାଳ :-> ବାଲେଶ୍ୱରର ବାଲିଆପାଳ ଓ ବସ୍ତା ବ୍ଲକରେ ଟାଟା ଷ୍ଟିଲ ଫାଉଣ୍ଡେସନ ପକ୍ଷରୁ ସୁବର୍ଣ୍ଣରେଖା ପୋର୍ଟ ପ୍ରାଇଭେଟ ଲିମିଟେଡ ସହଯୋଗରେ ଦିଶା କାର୍ଯକ୍ରମ କାର୍ଯକାରୀ କରାଯାଇଛି । ଏହା ଫଳରେ ଡଗରା ଗ୍ରାମରେ ବିଭିନ୍ନ ଉନ୍ନତମୂଳକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି । ବାଲେଶ୍ୱରର ବସ୍ତା ଓ ବାଲିଆପାଳ ବ୍ଲକର ୧୩ଟି ଗ୍ରାମ ପଂଚାୟତର ୨୦୦ରୁ ଊର୍ଦ୍ଧ୍ୱ ମହିଳାଙ୍କୁ ସେମାନଙ୍କ ଆଖପାଖ ଅଞ୍ଚଳରେ ପରିବର୍ତନ ଆଣିବା ପାଇଁ ଦକ୍ଷତା ପ୍ରଦାନ କରିବା ଲାଗି ଦିଶା କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ଏହି କାର୍ଯ୍ୟକ୍ରମରେ ସମାଜରେ ଅବହେଳିତ ମହିଳାମାନେ ସେମାନଙ୍କ ଆଖପାଖ ଅଞ୍ଚଳରେ ସଶକ୍ତ ହେବା ସହ ସ୍ଥାନୀୟ ଅଞ୍ଚଳର ଉନ୍ନତିମୂଳକ କାର୍ଯ୍ୟକ୍ରମରେ ନିଜକୁ ସାମିଲ କରୁଛନ୍ତି ।

୨୦୨୩ରେ ଦିଶା କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ଅଞ୍ଜଳି ଖଟୁଆ କହିଛନ୍ତି ଯେ, ଦିଶା ତାଲିମ ମାଧ୍ୟମରେ ମୁଁ ମୋ ଅଧିକାର ଏବଂ ଦାୟିତ୍ୱ ବିଷୟରେ ସଚେତନ ହୋଇପାରିଛି । ଏହି କାର୍ଯ୍ୟକ୍ରମ ଜରିଆରେ, ଅଞ୍ଜଳି ନିଜ ଘର ପଛପଟେ ଛତୁ ଚାଷ ବ୍ୟବସାୟ ଆରମ୍ଭ କରିଥିଲେ । ଯାହାଫଳରେ, ତାଙ୍କ ଦକ୍ଷତା ଓ ଆତ୍ମବିଶ୍ୱାସ ବଢିବା ସହିତ ସେ ନଡ଼ିଆ କତାରୁ ଖେଳନା, କଣ୍ଢେଇ ଓ ଫୁଲଦାନି ସମେତ ହସ୍ତଶିଳ୍ପ ସାମଗ୍ରୀ ତିଆରି କରିଥିଲେ । ଏହି କାର୍ଯ୍ୟକ୍ରମ ତାଙ୍କ ଜୀବନରେ ଗଭୀର ପରିବର୍ତନ ଆଣିପାରିଛି । ତାହା ଉପରେ ଆଲୋକପାତ କରି ସେ କହିଛନ୍ତି ଯେ ଏହି ଉତ୍ପାଦଗୁଡ଼ିକୁ ବିକ୍ରିରୁ ହେଉଥିବା ରୋଜଗାର ମୋତେ ଆôର୍ଥକ ଭାବେ ସ୍ୱାଧୀନ କରିଛି । ଡାଗରା ଗାଁର ଆଉ ଜଣେ ବାସିନ୍ଦା ସଂଯୁକ୍ତା ନାଗଙ୍କ ସଶକ୍ତୀକରଣ କାହାଣୀ ମଧ୍ୟ ସମାନ ରହିଛି ।

ଚଳିତ ବର୍ଷ ପ୍ରାରମ୍ଭରେ ସେ ତାଙ୍କ ଗାଁର ଅନ୍ୟ ମହିଳାମାନଙ୍କ ସହ ଏକ ଗ୍ରାମସଭାରେ ଯୋଗ ଦେଇଥିଲେ । ସେ କହିଛନ୍ତି ଯେ, ଗାଁର ବିକାଶରେ ଦିଶା କାର୍ଯକ୍ରମର ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ଥିଲା । ଏହା କେବଳ ଦିଶା ପ୍ରଶିକ୍ଷଣ କର୍ମଶାଳା ଦ୍ୱାରା ସମ୍ଭବ ହୋଇପାରିଛି । ଏହି କାର୍ଯ୍ୟକ୍ରମ ମହିଳାମାନଙ୍କୁ ସେମାନଙ୍କ ସ୍ଥାନୀୟ ଅଞ୍ଚଳର ଉନ୍ନତିମୂଳକ କାର୍ଯ୍ୟକ୍ରମରେ ସାମିଲ ହେବାକୁ ଉତ୍ସାହିତ କରୁଛି । ନିକଟରେ ସଂଯୁକ୍ତା ଅନ୍ୟ ମହିଳାଙ୍କ ସହ ମିଶି ଗାଁରେ ଘରୋଇ ବର୍ଜ୍ୟବସ୍ତୁର ଯୋଜନାବଦ୍ଧ ନିଷ୍କାସନ ନେଇ ପଞ୍ଚାୟତରେ ଅଭିଯୋଗ କରିଥିଲେ । ପଞ୍ଚାୟତ ଏହାର ସମାଧାନ ଦିଗରେ କାର୍ଯ୍ୟ କରୁଥିବା ବେଳେ ଗାଁର ଅନ୍ୟ ସଦସ୍ୟଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ପାଇଁ ସଫେଇ ଅଭିଯାନ ଆୟୋଜନ କରିବାକୁ ପଦକ୍ଷେପ ନେଇଛି । ଦିଶା କାର୍ଯ୍ୟକ୍ରମର ପ୍ରଭାବ ସ୍ଥାନୀୟ ସଫେଇ କରିବା ଠାରୁ ଅଧିକ ରହିଛି ।

କିପରି ତାଙ୍କ ଗାଁର ମହିଳାମାନେ ବାଲ୍ୟ ବିବାହକୁ ରୋକିବା ପାଇଁ ଏକାଠି ହୋଇଥିଲେ ତାହା ମନେ ପକାଇଛନ୍ତି ଅଞ୍ଜଳି । ବିବାହ ସମ୍ପର୍କରେ ଜାଣିବା ପରେ ଆମେ ଜିଲ୍ଲା କମିଶନରଙ୍କ କାର୍ଯ୍ୟାଳୟ ଓ ବ୍ଲକ ଉନ୍ନୟନ ଅଧିକାରୀଙ୍କ ସହ ଯୋଗାଯୋଗ କରିଥିଲୁ । ପରିବାର ସହିତ କଥାବାର୍ତା କରି ଶାନ୍ତିପୂର୍ଣ୍ଣ, ଆଲୋଚନା କରି ଆମେ ପୁଲିସ ସହ ଜଡ଼ିତ ନ ହୋଇ ବିବାହକୁ ରୋକିବାରେ ସକ୍ଷମ ହୋଇଥିଲୁ ବୋଲି ସେ କହିଛନ୍ତି । ମହିଳାମାନଙ୍କୁ ସେମାନଙ୍କ ଆଖପାଖ ଲୋକଙ୍କ ଅଧିକାର ଏବଂ ସ୍ୱାଧୀନତାର ସୁରକ୍ଷା ପାଇଁ ସଶକ୍ତ କରିବା ଭଳି କାର୍ଯକ୍ରମର ସାମାଜିକ ପ୍ରଭାବ ଉପରେ ଏଭଳି ଘଟଣା ଆଲୋକପାତ କରୁଛି ।