No Result
View All Result
୨୦ ଅକ୍ଟୋବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଗଜପତି :-> ଗଜପତି ଜିଲ୍ଲା ନୂଆଗଡ଼ ବ୍ଲକ ଆତରସିଂ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷ ଠାରେ ଜିଲ୍ଲା ପ୍ରଶାସନ ଦ୍ବାରା ଗ୍ରାମ୍ୟମୁଖି ପ୍ରଶାସନ ସଂଯୁକ୍ତ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି । ଅଭିଯୋଗ ଶୁଣାଣି ଶିବୀରରେ ଜିଲ୍ଲାପାଳ ବିଜୟ କୁମାର ଦାସ , ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଜିତେନ୍ଦ୍ର କୁମାର ପଣ୍ଡା, ଅତିରିକ୍ତ ନିର୍ବାହୀ ଅଧିକାରୀ ଜିଲ୍ଲାପରିଷଦ ପୃଥ୍ୱୀବରାଜ ମଣ୍ଡଳ ସମେତ ବ୍ଲକ ଅଧ୍ୟକ୍ଷା ମାଳତୀ ପ୍ରଧାନ, ଉପାଧ୍ୟକ୍ଷ ନିହିମୀୟା ରଇତ, ସ୍ଥାନୀୟ ସରପଞ୍ଚ ଜୀବନି ଗମାଙ୍ଗ, ସମିତି ସଭ୍ୟ ରୂତନି ରାଇକ ମଞ୍ଚଷିନ ହୋଇଥିଲେ ।
ସେହିପରି ବିଡିଓ ଲୋକନାଥ ଶବରଙ୍କ ସମେତ ଜିଲ୍ଲା ଏବଂ ବ୍ଲକର ସମସ୍ତ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ । ଏଥିରେ ବ୍ଲକର ବିଭିନ୍ନ ପଞ୍ଚାୟତର ମୋଟ 47 ଟି ଅଭିଯୋଗ ସମାଧାନ ପାଇଁ ପଞ୍ଜିକୃତ ହୋଇଥିଲା । ସେଥି ମଧ୍ୟରୁ 32 ଟି ଅଭିଯୋଗ ଗୋଷ୍ଠୀଗତ ହୋଇଥିବା ବେଳେ 15 ଟି ବ୍ୟକ୍ତିଗତ ସମସ୍ୟା ଭିତ୍ତିକ ରହିଥିଲା । ବ୍ଲକର ଗ୍ରାମାଞ୍ଚଳରେ ଲାଗିରହିଥିବା ବିଭିନ୍ନ ସମସ୍ୟା ମଧ୍ୟରୁ ସାମାଜିକ ସୁରକ୍ଷା ମନରେଗା,ଗୃହ ନିର୍ମାଣ, ରାସନ୍ କାର୍ଡ, ଶିକ୍ଷା,ଜଳ ସେଚନ ରାସ୍ତା, ନେଟୱର୍କ, ସ୍ୱାସ୍ଥ୍ୟ ସେବା, ପାନୀୟ ଜଳ, ବାର୍ଦ୍ଧକ୍ୟ ଭତ୍ତା ଭଳି ଅଭିଯୋଗ ଆସିଥିଲା ।
ଲୋକଙ୍କ ଅଭିଯୋଗର ଶୁଣାଣୀ କରି ବିଭିନ୍ନ ସମସ୍ୟାର ଘଟଣାସ୍ଥଳରେ ହିଁ ତ୍ୱରିତ ସମାଧାନ କରିଛନ୍ତି ଜିଲ୍ଲା ପ୍ରଶାସନ । କେତେକ ଅଭିଯୋଗକୁ ତୁରନ୍ତ ସମାଧାନ କରିବା ପାଇଁ ନିଷ୍ପତ୍ତି ନେଇଥିବା ବେଳେ ୨ଜଣ ବିକଳାଙ୍ଗକୁ ୱିଲ ଚେର, କରାଯାଇ ଥିଲା । ଆଜିର ଏହି ଜନ ଶୁଣାଣିରେ ବ୍ଲକର ବିଭିନ୍ନ ବିଭାଗ ଦ୍ଵାରା ସଚେତନତା ଷ୍ଟଲ ଖୋଲାଯାଇଥିଲା ଶେଷରେ ସମସ୍ତ ଷ୍ଟଲ ବୁଲିବୁଲି ଦେଖିଥିଲେ ଜିଲ୍ଲାପାଳ । ଏହି କାର୍ଯ୍ୟକ୍ରମକୁ ନୂଆଗଡ଼ ବ୍ଲକ ପ୍ରଶାସନ ପରିଚାଳନାରେ ସହଯୋଗ କରିଥିଲେ ।
No Result
View All Result