ଓଡିଶା ତାଜା ନ୍ୟୁଜ୍ (୧୯ ଅଗଷ୍ଟ ବୁଧବାର ) ଢେଙ୍କାନାଳ :- ଜିଲ୍ଲାରେ ଆଜି ଆଉ ୨୫ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଭୁବନ ଏନ୍ ଏ ସି ରୁ ୧୩ ଜଣ, ଭୁବନ ବ୍ଲକରୁ ୨ ଜଣ ସଦର ବ୍ଲକରୁ ୪ ଜଣ, ଢେଙ୍କାନାଳ ମୁନିସିପାଲିଟିରୁ ୪ ଜଣ,ଗନ୍ଦିଆରୁ ଜଣେ ଏବଂ ହିନ୍ଦୋଳ ବ୍ଲକରୁ ୨ ଓ ଏନ୍ ଏ ସି ରୁ ଜଣେ ବ୍ୟକ୍ତି କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି।
ସଦର ବ୍ଲକର ବେଗୁନିଆପଡା,ବାରଦା,ମଧୁସାହୁ ପାଟଣା ଓ ଟଭାପାଳରୁ ଜଣେ ଲେଖାଏଁ ଚିହ୍ନଟ ହୋଇଥିବାବେଳେ ଭୁବନ ବ୍ଲକରୁ ମଠକରଗୋଳା ଓ ଆଦିପୁରାରୁ ଜଣେ ଲେଖାଏଁ ଚିହ୍ନଟ ହୋଇଛନ୍ତି। ସେହିପରି ହିନ୍ଦୋଳ ରଘୁନାଥ ପୁରରୁ ୨ ଓ ଢେଙ୍କାନାଳ ମୁନିସିପାଲିଟି ଦେଉଳସାହି ଓ କାଳିସାହିରୁ ଜଣେ ଲେଖାଏଁ ଚିହ୍ନଟ ଥିବାବେଳେ ଗନ୍ଦିଆ ବ୍ଳକ ଆମ୍ବବାହାଳୀରୁ ଜଣେ ଚିହ୍ନଟ ହୋଇଛନ୍ତି ।
ଏମାନଙ୍କ ମଧ୍ୟରୁ ୨୦ ଜଣ ଆଣ୍ଟିଜେନ୍ ଟେଷ୍ଟ୍ ଦ୍ଵାରା ଚିହ୍ନଟ ହୋଇଥିବାବେଳେ ୫ ଜଣ କଟକ ଓ ଭୁବନେଶ୍ୱରରେ ଥିବା ହସ୍ପିଟାଲରେ ଚିହ୍ନଟ ହୋଇଛନ୍ତି। ଆକ୍ରାନ୍ତଙ୍କୁ ଢେଙ୍କାନାଳ କୋଭିଡ୍ ହସ୍ପିଟାଲ୍ ଓ ଗୋବିନ୍ଦପୁର ହେଲଥ୍ ସେଣ୍ଟରକୁ ପଠାଯାଇଛି। ସେମାନେ ରହୁଥିବା ସଂଲଗ୍ନ ଅଞ୍ଚଳକୁ ବିଶୋଧନ କରାଯାଇଛି ।
ଜିଲ୍ଲାରେ ଆଉ ୧୫ ଜଣ ଚିକିତ୍ସା ପରେ ସୁସ୍ଥ ହୋଇଛନ୍ତି। ଆଜିସୁଦ୍ଧା ଜିଲ୍ଲାରେ ୯୮୪ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୬୫୦ ଜଣ ଆକ୍ରାନ୍ତ ଚିକିତ୍ସା ପରେ ସୁସ୍ଥ ହୋଇଥିବାବେଳେ ୩୩୩ ଜଣ ଚିକିତ୍ସାଧୀନ ଅଛନ୍ତି। (ରିପୋର୍ଟ, ଅମର ରଞ୍ଜନ ଦାସ)