୧୯ ଅକ୍ଟୋବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଆର,ଉଦୟଗିରି :-> ଯୋଉଠି ଚାଲିବା ପାଇଁ ଭଲ ରାସ୍ତା ଖଣ୍ଡେ ନଥିବ ସେଠି କେମିତି ଦୈନନ୍ଦିନ ଜୀବନ ବିତୁଥିବ ? ଆଉ ଆଜିର ଡିଜିଟାଲ ଯୁଗରେ ନେଟୱର୍କ ନାହିଁ ଯଦି ହାତରେ ମୋବାଇଲ୍ ଏକ ଖେଳନା ସଦୃଶ ।ତେବେ କିଭଳି ଦୁର୍ଗମ ରେ କାଳ କାଟୁଛନ୍ତି ଦୁର୍ଗମ ବାସୀ ଚାଲନ୍ତୁ ଦେଖିବା ।ଏ ହେଉଛି ଗଜପତି ଜିଲ୍ଲା ଆର.ଉଦୟଗିରି ବ୍ଲକ୍ ଛେଲାଗଡ ଗ୍ରାମ ପଞ୍ଚାୟତ କାନିକିପଦର ଗ୍ରାମ । ଗ୍ରାମରେ ବସବାସ କରନ୍ତି ୯୦ ଆଦିବାସୀ ପରିବାର ୧୦୦୦ ରୁ ଉର୍ଦ୍ଧ ଲୋକ । ଗାଆଁ ରେ ଅନେକ ମୌଳିକ ସୁବିଧା ପହଞ୍ଚି ଥିଲେ ମଧ୍ୟ ମୁଖ୍ୟ ସମସ୍ୟା ହେଲା ରାସ୍ତା । ରାସ୍ତା ର ଅବସ୍ଥା ଏପରି ଅଛି ଯାହା ନକହିବା ଭଲ ।

ଗ୍ରାମର ଅନେକ ଲୋକ ଶିକ୍ଷକତା କରୁଥିବାବେଳେ ଅନେକ ଅନ୍ୟାନ୍ୟ ସରକାରୀ ବେସରକାରୀ କର୍ମଚାରୀ ଅଟନ୍ତି । ପ୍ରତ୍ୟେକ ଦିନ ଏହି ରାସ୍ତାଦେଇ ନିଜ କର୍ତ୍ତବ୍ୟ ସ୍ଥଳ କୁ ଯାତାୟାତ କରନ୍ତି । ଏପରିକି ସ୍କୁଲ ଛାତ୍ର ଛାତ୍ରୀ ମଧ୍ୟ ପ୍ରତ୍ୟେକ ଦିନ ଯାଆନ୍ତି । ତେବେ ଖରା ଦିନେ କଷ୍ଟ ମଷ୍ଟେ ଚଳି ଯାଏ କିନ୍ତୁ ବର୍ଷା ଦିନ ଆସିଲେ ହିନସ୍ଥା ହେବାକୁ ପଡ଼େ । ଆଉ ନେଟୱର୍କ ଯଦି ଆପଣଙ୍କ ମୋବାଇଲ୍ ରେ ନାହିଁ ତାହେଲେ କିଭଳି ଦିନ ବିତୁଥିବ୍ କୁହନ୍ତୁ ।

ବର୍ତ୍ତମାନ ଯୁଗରେ ପ୍ରତେକ କାମ ଅନଲାଇନ୍ ରେ ହେଉଥିବା ବେଳେ ପ୍ରତ୍ୟେକ ମୁହୂର୍ତ୍ତେ ମୋବାଇଲ୍ ଆବଶ୍ୟକ । କିନ୍ତୁ ପଞ୍ଚାୟତର ଅତି ନିକଟତର ଗାଆଁ ହୋଇବି ପହଞ୍ଚି ପାରେନି ନେଟୱର୍କ । ଏପରିକି ପଞ୍ଚାୟତ ରେ ମଧ୍ୟ ସଠିକ୍ ନେଟୱର୍କ ନଥିବାରୁ ନାହିଁ ନଥିବାରୁ ସମ୍ମୁଖୀନ ହେଉଛନ୍ତି ଗ୍ରାମବାସୀ । ବାରମ୍ବାର ଏନେଇ ଅଭିଯୋଗ ପରେ ଅଭିଯୋଗ କରି ଆସିଛନ୍ତି ହେଲେ କର୍ଣ୍ଣପାତ କେହ କରିନାହାନ୍ତି । ପଚିଶ ବର୍ଷର ସ୍ଥାୟୀ ସରକାର କରିପାରିଲେନି ସମସ୍ୟାର ସମାଧାନ ।ଦେଇପାରିଲେଣି ଗାଆଁ କୁ ପକ୍କା ରାସ୍ତା । ଆସା ଓ ବିଶ୍ୱାସ ରଖିଛନ୍ତି ଡବଲ ଇଞ୍ଜିନ ସରକାର ଉପରେ । ନିଶ୍ଚୟ ଦୁରକରିବେ ରାସ୍ତା ଓ ନେଟୱର୍କ ର ସମସ୍ୟା ।