No Result
View All Result
୧୬ ଅକ୍ଟୋବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ବାଙ୍କୀ :-> ଡମପଡ଼ା ବ୍ଲକ ଅନ୍ତର୍ଗତ ତାଳବସ୍ତ ପଞ୍ଚାୟତ ଅଧିନ ସାମନ୍ତରାପୁର ଗ୍ରାମରେ ଅବସ୍ଥିତ ପ୍ରସିଦ୍ଧ ମା’ଖପର ଚଣ୍ଡୀଙ୍କ ପୀଠରେ ୧୪ତମ ବାର୍ଷିକ ବିଶ୍ୱଶାନ୍ତି ମହାଯଜ୍ଞ ଅନୁଷ୍ଠିତ ହୋଇଯାଇଛି । ମା’ଙ୍କ ଷୋଡଶ ଉପଚାର ପୂଜା ଚଣ୍ଡୀପାଠ ଗୀତା ପାଠ ଆଦି ପ୍ରତ୍ୟେହ ସଂନ୍ଧ୍ୟାରେ ପରିବେଶଣ କରାଯାଇଛି । ଆଜିକୁ ଦୀର୍ଘ ୧୪ବର୍ଷ ଧରି ଏଠାରେ ବିଶ୍ୱଶାନ୍ତି ମହାଯଜ୍ଞ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଆସୁଛି । ବାଙ୍କୀ, କଟକ , ଆଠଗଡ଼, ଖୋର୍ଦ୍ଧା ସମେତ ବିଭିନ୍ନ ଅଞ୍ଚଳର ଭକ୍ତମାନେ ଏହି ହୋମଯଜ୍ଞରେ ସାମିଲ୍ ହୋଇଥିଲେ ।
ମୁଖ୍ୟ ପୁରୋହିତ ଅକ୍ଷୟ କୁମାର ହୋତା ଓ ସାଥି ପୁରୋହିତ ମାନେ ବିଶ୍ୱଶାନ୍ତି ମହାଯଜ୍ଞ କାର୍ଯ୍ୟ ତୁଲାଇଥିବା ବେଳେ ପୁରୋହିତ ସୁଦର୍ଶନ ଷଡଙ୍ଗୀ ଗୀତାପାଠ ଓ ଚଣ୍ଡୀପାଠ ପଠନ କରିଥିଲେ । ପ୍ରତ୍ୟେହ ସଂନ୍ଧ୍ୟାରେ ବିଭିନ୍ନ ପ୍ରକାର ସାଂସ୍କୃତିକ କାର୍ଯ୍ୟକ୍ରମ ,ଭଜନ, ସଂଗୀତ କାର୍ଯ୍ୟମାନ କରାଯାଇଥାଏ । ବିଶ୍ୱର ଶାନ୍ତି ପ୍ରତିଷ୍ଠା, ଭାତୃଭାବ ଭକ୍ତି ଓ ମୈତ୍ରୀ ଜାଗତ କରିବା ଲକ୍ଷ୍ୟ ରଖି ଏହି ଯଜ୍ଞ କରାଯାଇଛି ।
ମହାଯଜ୍ଞ କମିଟି ସଦସ୍ୟ ବିଶ୍ୱ ପ୍ରସାଦ ରଥ, ଭାଗ୍ୟଧର ମିଶ୍ରଙ୍କ ତତ୍ତ୍ୱାବଧାନରେ ଅଭିରାମ ରଣା, ଜିତେନ୍ ମହାନ୍ତି, ସ୍ମିତକାନ୍ତ ରଥଙ୍କ ସମେତ ଯଜ୍ଞାନୁଷ୍ଠାନ କ୍ରିୟା କମିଟି ଓ ଗ୍ରାମବାସୀଙ୍କ ସହଯୋଗରେ ଏହି ବିଶ୍ୱଶାନ୍ତି ମହାଯଜ୍ଞ ଅନୁଷ୍ଠିତ ହୋଇଥିଲା ଏବଂ ପୂର୍ଣ୍ଣାହୁତି ଦିବସ ଅବସରରେ ପ୍ରାୟ ୫ହଜାରରୁ ଉର୍ଦ୍ଧ୍ୱ ଭକ୍ତଙ୍କ ସମାଗମ ହୋଇଥିଲା ।
No Result
View All Result