No Result
View All Result
୧୬ ଅକ୍ଟୋବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ବାଙ୍କୀ :-> ବାଙ୍କୀ ଥାନା ଅନ୍ତର୍ଗତ ଭଗିପୁର ପଂଚାୟତ ଅଧିନ ଗୟଳବାଙ୍କ ଜାରିଆ ଶବର ସାହିର ଲୋକମାନେ ଡମପଡ଼ା-ଚନ୍ଦକା ଅଭୟାରଣ୍ୟରୁ ବନ୍ଧୁକ ବ୍ୟବହାର କରି ଜଙ୍ଗଲ ଜନ୍ତୁ ମାରି ବାହାରକୁ ମାଂସ ଚାଲଣ କରିଥାନ୍ତି ।
ଖବର ପାଇ ବାଙ୍କୀ ଥାନା ଅଧିକାରୀ ଶିବଚରଣ ବେହେରା ଚଢ଼ାଉ କରି ଦୁଇଗୋଟି ଚୋରା ବନ୍ଧୁକ ଜବତ କରିଥିବା ବେଳେ ଟୁନା ଦେହୁରୀ (୪୫)ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲେ । ଅନ୍ୟ ଅଭିଯୁକ୍ତ ଟୁନା ମହାନ୍ତି ଘଟଣାସ୍ଥଳରୁ ଫେରାର୍ ହୋଇଯାଇଛି । କଇଁମୁଣ୍ଡି ଫାଣ୍ଡି ଅଧିକାରୀ ଶେକ୍ ସାହାନୱାଜ୍ଙ୍କ ସମେତ ଅନ୍ୟ ପୋଲିସ୍ କର୍ମଚାରୀମାନେ ସହଯୋଗ କରିଥିଲେ ।
No Result
View All Result