No Result
View All Result
୧୬ ଅକ୍ଟୋବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ବାଲିଗୁଡ଼ା :-> କନ୍ଧମାଳ ଜିଲ୍ଲା ବାଲିଗୁଡା ଟାଉନରେ କନ୍ଧମାଳ ସାଂସଦଙ୍କ ଏକ ଶୁଭେଚ୍ଛା ବାର୍ତ୍ତା ପୋଷ୍ଟର ଟିକୁ କୌଣସି ଦୁର୍ବୁତ୍ତ ମଙ୍ଗଳବାର ବିଳମ୍ବିତ ରାତ୍ରରେ ଚିରି ଦେଇଥିବା ନେଇ ବାଲିଗୁଡା ଥାନାରେ ଅଭିଯୋଗ ହୋଇଛି l ଅଭିଯୋଗ କୁ ଆଧାର କରି ଘଟଣାର ତଦନ୍ତ ଆରମ୍ଭ କରିଛି ପୋଲିସ ।
ସୂଚନାଯୋଗ୍ୟ ଯେ, କନ୍ଧମାଳ ଜିଲ୍ଲା ବାଲିଗୁଡାରେ ଶାରଦୀୟ ଦୁର୍ଗା ପୂଜା ଅବସରରେ ବାଲିଗୁଡା ସହର ସ୍ଥିତ ତ୍ରିବେଦୀ ପାର୍କ ନିକଟରେ ଶୁଭେଚ୍ଛା ବାର୍ତ୍ତାକୁ କେହି ଦୁର୍ବୃତ୍ତ ଚିରି ଦେଇଥିବା ନେଇ କନ୍ଧମାଳ ସାଂସଦଙ୍କ ବ୍ଲକ ପ୍ରତିନିଧି ରଞ୍ଜିତ କୁମାର ସାହୁ ବାଲିଗୁଡା ଥାନା ଅଧିକାରୀ ସୁଶାନ୍ତ କୁମାର ସାହୁଙ୍କୁ ଅଭିଯୋଗ କରିଛନ୍ତି l ସିସିଟିଭି ଆଧାରରେ ଖୁବ୍ଶୀଘ୍ର ଦୁର୍ବୃତ୍ତଙ୍କୁ ଧରିବେ ବୋଲି ଥାନା ଅଧିକାରୀ ସୁଶାନ୍ତ କୁମାର ସାହୁ ପ୍ରକାଶ କରିଛନ୍ତି l
No Result
View All Result