No Result
View All Result
୧୫ ଅକ୍ଟୋବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ମାହାଙ୍ଗା :-> ଗତ ଗାନ୍ଧୀ ଜୟନ୍ତୀରେ ମାହାଙ୍ଗା ସ୍ୱାଧୀନ ବିଧାୟକ ସାରଦା ପ୍ରଧାନଙ୍କ ଜନସମ୍ପର୍କ ପଦଯାତ୍ରାରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଭଡାରେ ଆସି ଯୋଗଦେଇଥିବା ନେଇ ସାମାଜିକ ଗଣମାଧ୍ୟମର ମୁଖ୍ୟ ଖବର ପ୍ରକାଶ ଘଟଣା ସମଗ୍ର ମାହାଙ୍ଗା ଓ ରାଜ୍ୟର ରାଜନୀତିରେ ମୁଖ୍ୟ ଚର୍ଚ୍ଚାର ବିଷୟ ହୋଇଥିବାବେଳେ ଏବେ ମାହାଙ୍ଗାର ବିଚଳିତ ବିଧାୟକ ତଥା ବିଜେପିରୁ ତଡାଖିଆ ନେତା ସାରଦା ପ୍ରଧାନଙ୍କ ଏବେ ରାଜକୋଷ ଲୁଟ କରିବା ପାଇଁ ବିଜେପିରେ ଧସେଇ ପସିବା ନିମନ୍ତେ ହୀନ ରାଜନୀତି କରିବା ସହ ରାଜନୀତିର ତଳସ୍ତରରେ ପହଂଚିଛନ୍ତି, ବିଜେପି ନେତା ସୁମନ୍ତ ଘଡେଇଙ୍କ ଲୋକପ୍ରିୟତା ମାହାଙ୍ଗାରେ ଦିନକୁ ଦିନ ବଢିଚାଲିଥିବାରୁ ସାରଦାଙ୍କ ମୁଣ୍ଡ ବିନ୍ଧା କାରଣ ହୋଇଛି, ବିଜେପି ସଦସ୍ୟତା ଅଭିଯାନ ରେ ସୁମନ୍ତ ଆସାନୁପାତ ସଫଳତା ହାସଲପରେ ସାରଦା ଙ୍କ ବାଟରେ ଏବେ ବହୁ କଣ୍ଟା ଦେଖାଯାଇଛି,
ଅନ୍ୟ କିଛି ଉପାୟ ନପାଇ ଏବେ ସାରଦା ମାହାଙ୍ଗାରେ ବିଜେପି ବୋଲାଇବା ପାଇଁ ନିଜ ଖର୍ଚରେ ସଭା ନିମନ୍ତେ ବିଜେପି ରଙ୍ଗରେ ଟେଣ୍ଟ କରି ପଦ୍ମ ପତାକା ମାରି ବାହାର ନିର୍ବାଚନ ମଣ୍ଡଳୀରୁ ବିଜେପି ନେତାଙ୍କୁ ଭଡାରେ ଆଣି କୁଆଁପାଳ ଗୋବରୀକୁଳରେ ସ୍ୱାଧୀନ କର୍ମୀଙ୍କୁ ଏକଜୁଟ କରି ବିଜେପି ସମାବେଶ ନାମରେ ଡିଣ୍ଡିମ ପିଟିବା ଘଟଣା ଦାଣ୍ଡରେ ପଡି ହାଟରେ ଗଡ଼ିଲାଣି, ସୁମନ୍ତ ଘଡେଇ ଜଣେ ନିରପେକ୍ଷ ସଚୋଟ ନେତା ହୋଇଥିବାରୁ ତାଙ୍କ ପ୍ରତି ଯୁବ ପିଢ଼ି ଆକୃଷ୍ଟ ହେବା ଘଟଣାକୁ ସାରଦା ସହଜରେ ଗ୍ରହଣ କରିପାରୁନାହାନ୍ତି, ସୁମନ୍ତ ଜଣେ ଉଚ୍ଚଶିକ୍ଷିତ ଜ୍ଞାନୀ ସମ୍ପନ ବ୍ୟକ୍ତି ହୋଇଥିବାରୁ ସେ ଏବେ ମାହାଙ୍ଗା ରେ ପ୍ରିୟ ପାତ୍ର ହୋଇଛନ୍ତି। ଜଣେ ବିଜେପିରୁ ତଡାଖିଆ ନେତ୍ରୀ ଏବେ ପୁନର୍ବାର ବିଜେପିକୁ ଫେରିବାକୁ ଗାଁ ଗାଁ ବୁଲି ତାଙ୍କୁ ସମର୍ଥନ ଯୋଗାଇବାକୁ ଟଙ୍କା ବାଣ୍ଟି ସମର୍ଥକ ଯୋଗାଡ଼ ଘଟଣା ସମଗ୍ର ମାହାଙ୍ଗାରେ ମୁଖ୍ୟ ଚର୍ଚ୍ଚାର ବିଷୟ ହୋଇଛି,
ଏହି ମହିଳା ନେତ୍ରୀ ଏବେ ସରଦାଙ୍କ ପାଇଁ ବିଜେପି ଦଳରେ ଫାଟ ସୃଷ୍ଟିକରି ସୁମନ୍ତଙ୍କୁ ବଦନାମକରିବାକୁ ବଡ଼ ଷଡଯନ୍ତ୍ର ଚଳାଇଥିବା ଘଟଣା ହାଟ ଦାଣ୍ଡରେ ଲୋଜେ କହିବୁଲୁଛନ୍ତି, ମାଠିଆ ନେତାଙ୍କ ଅର୍ଥରେ ନକଲି ବିଜେପି ସଂଗଠନ କରିବାକୁ ଜୋରଦାର ଉଦ୍ୟମ ଚାଲୁରହିଛି।ସରଦାଙ୍କ ପାଇଁ ମାହାଙ୍ଗା ଓ ରାଜ୍ୟ ରାଜନୀତିରରେ ପ୍ରଚାର ପ୍ରସାର ପାଇଁ କିଛି ବିଜେପିର ଭଡାଟିଆ ନେତା ମୋଟା ରକମର ମାଲ ନେଇ ମାହାଙ୍ଗାରେ ବିଜେପି ଦଳରେ ଫାଟ ସୃଷ୍ଟିକରିବାକୁ ଯୋଜନା କରୁଥିବା ଆଲୋଚନା ହେଉଛି, ତେବେ ମାହାଙ୍ଗା ବିଜେପି କୁ ତଳିତଳାନ୍ତ କରିବାକୁ ଯୋଜନା କରୁଥିବା ନେତାଙ୍କୁ ତୁରନ୍ତ ରାଜ୍ୟ ବରିଷ୍ଠ ବିଜେପି ନେତୃମଣ୍ଡଳୀ ଉଚିତ ଶିକ୍ଷା ଦେବାକୁ ମାହାଙ୍ଗା ବିଜେପି କର୍ମୀ ମାନେ ଦାବି କରିଛନ୍ତି L
No Result
View All Result