ଓଡିଶା ତାଜା ନ୍ୟୁଜ୍(୧୮ଅଗଷ୍ଟ ମଙ୍ଗଳବାର)ହିଞ୍ଜିଳିକାଟୁ :– କରୋନା ସଂକ୍ରମଣରେ କବଳିତ ଗଞ୍ଜାମ ଜିଲ୍ଲାର ସ୍ଥିତି ଧୀରେ ଧୀରେ ସୁଧୁରି ବାରେ ଲାଗିଛି।ପୂର୍ବରୁ ଯେଭଳି ଭାବରେ ସଂକ୍ରମଣ ବୃଦ୍ଧି ପାଇ ପ୍ରଶାସନର ଚିନ୍ତାର କାରଣ ହୋଇଥିଲା ସେଭଳି ସ୍ଥିତିର ମୁକାବିଲା ପାଇଁ ବଡ ପଦକ୍ଷେପ ଗ୍ରହଣ କରାଯାଇଛି।ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ପଞ୍ଚାୟତ ଓ ସହରରେ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇ ଏଣ୍ଟିଜେନ ଟେଷ୍ଟ କୁ ଗୁରୁତ୍ୱ ପ୍ରଦାନ କରାଯାଇଛି।ଏହି ପରିପ୍ରେକ୍ଷୀରେ ହିଞ୍ଜିଳି ବ୍ଲକ ଅନ୍ତର୍ଗତ ଖରିଡା ଓ ପୁଟିଆ ପଦର ପଞ୍ଚାୟତରେ ମଙ୍ଗଳବାର ଏଣ୍ଟିଜେନ ଟେଷ୍ଟ ପ୍ରକ୍ରିୟା ଅନୁଷ୍ଠିତ ହୋଇଥିଲା।ଉଭୟ ପଞ୍ଚାୟତରେ ସ୍ୱାସ୍ଥ୍ୟ କର୍ମଚାରୀ ମାନେ ଯଥାକ୍ରମେ ୧୨୬ ଜଣ ଏବଂ ୧୯୦ ଜଣ ଏଭଳି ସମୁଦାୟ ୩୧୬ଜଣ ଙ୍କ ଏଣ୍ଟିଜେନ ଟେଷ୍ଟ ପ୍ରକ୍ରିୟା କରିଥିଲେ।
ଏହି ପରୀକ୍ଷଣ ପରେ ସମସ୍ତଙ୍କ ଲକ୍ଷଣ ନେଗେଟିଭ ଥିବା ସେମାନଙ୍କ ଠାରୁ ସୂଚନା ମିଳିଛି। ଏଣ୍ଟିଜେନ ଟେଷ୍ଟରେ କରୋନା ପଜିଟିଭ ସଂଖ୍ୟା ଶୂନ ଥିବା ବେଳେ ଏଥିପାଇଁ ସୁଶାନ୍ତ କୁମାର ପାତ୍ର ଓ ବିଜୟ କୁମାର ସେଠୀ, ସରପଞ୍ଚ ରଘୁନାଥ ବେହେରା ଓ ମାଧୁରୀ ପାଣିଗ୍ରାହୀ,ସ୍ୱାସ୍ଥ୍ୟ ସମ୍ପ୍ରସାରଣ ଅଧିକାରୀ ମୃତ୍ୟୁଞ୍ଜୟ ପାଣିଗ୍ରାହୀ,ସ୍ୱାସ୍ଥ୍ୟ କର୍ମଚାରୀ ଓ କୋଭିଡ ମନିଟର ଙ୍କୁ ବିଡ଼ିଓ ପ୍ରସନ୍ନ କୁମାର ପାତ୍ର ଉତ୍ସାହିତ କରିଛନ୍ତି।ଏଭଳି ଏକ ସଙ୍କଟ ଜନକ ପରିସ୍ଥିତି ରେ ରୋଗ ନ ଲୁଚାଇ ପ୍ରଶାସନ କୁ ସହଯୋଗ କରିବା ନିମନ୍ତେ ବିଡ଼ିଓ ଶ୍ରୀ ପାତ୍ର ସମସ୍ତଙ୍କୁ ନିବେଦନ କରିଛନ୍ତି। ହିଞ୍ଜିଳିକାଟୁ(ଶେଷଦେବ ସାହୁ)














