No Result
View All Result
୧୪ ଅକ୍ଟୋବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ବାଙ୍କୀ :-> ବାଙ୍କୀ ମହୋତ୍ସବ ଆସନ୍ତା ୧୭ରୁ ଆରମ୍ଭ ହୋଇ ୨୧ତାରିଖ ପର୍ଯ୍ୟନ୍ତ କଚେରୀ ପଡିଆରେ ଅନୁଷ୍ଠିତ ହେବ । ଏହି ଉତ୍ସବକୁ ପଦ୍ମଶ୍ରୀ ଶ୍ୟାମାମଣୀ ଦେବୀ ଉଦ୍ଘାଟନ କରିବାର କାର୍ଯ୍ୟକ୍ରମ ରହିଛି । ଚଳିତ ବର୍ଷ ପାଇଁ ବିଚାରପତି ସରୋଜିନୀ ମହାପାତ୍ର ଓ ଡାକ୍ତର କେଦାରନାଥ ପଣ୍ଡାଙ୍କୁ ଚର୍ଚ୍ଚିକା ସମ୍ମାନରେ ସମ୍ମାନିତ କରାଯିବ । ଏଥି ସହିତ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା ଯଥା ରାମଲୀଳା ଅଭିନେତା ବାଞ୍ଛାନିଧି ସ୍ୱାଇଁ, ପାଲାଗାୟକ ଭୀମସେନ ନାୟକ, ଆଦର୍ଶ ଶିକ୍ଷକ ଲୋକନାଥ ପଣ୍ଡା,
ବେଦବିଶାରଦ ପଣ୍ଡିତ ଶେଷଦେବ ଷଡଙ୍ଗୀ, ଗାୟନାଚର୍ଯ୍ୟ ହୃଦାନନ୍ଦ ବେଉରା, ଶିକ୍ଷାବିତ୍ ଅଶୋକ ମହାପାତ୍ର, ସମାଜସେବୀ ଯୁଗୋଳ କିଶୋର ଭୂତ ଓ ଶଷାଙ୍କ ଶେଖର ସ୍ୱାଇଁ, ଶିକ୍ଷା ସଂଗଠନ ଅଭୟ କୁମାର ମହାନ୍ତି, ଯୋଗଗୁରୁ ପ୍ରସନ୍ନ ପଣ୍ଡା, ପ୍ରଶାସକ ପ୍ରତାପ କୁମାର ବେଉରା, ଗବେଷକ ସୁରେଶ୍ୱର ବେହେରା, କୀର୍ତ୍ତନ ଗାୟକ ସୁବାସ ଚନ୍ଦ୍ର ମହାପାତ୍ର, ନାଟ୍ୟକାର ବସନ୍ତ କୁମାର ସାହୁ, ଯୁବଦ୍ୟୋଗୀ ଦୀପକ କୁମାର ସାହୁ, କଣ୍ଠଶିଳ୍ପୀ ଦେବୀଦତ୍ତ ବିଭୂତି ରାୟ, ଉଦ୍ଘୋଷକ ମନୋଜ କୁମାର ରାଉତ, କୃଷି ବୈଜ୍ଞାନିକ ଆଲୋକ କୁମାର ସାହୁ, ସାମ୍ବାଦିକ ମାନସ କୁମାର ସାହୁଙ୍କୁ ସମ୍ମାନିତ କରାଯିବ ବୋଲି ମହୋତ୍ସବ ସଂପାଦକ ଡକ୍ଟର ଗଣେଶ୍ୱର ସ୍ୱାଇଁ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି ।
No Result
View All Result