No Result
View All Result
୧୪ ଅକ୍ଟୋବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ବାଙ୍କୀ :-> ବାଙ୍କୀ ଏନ୍.ଏ.ସି ଅନ୍ତର୍ଗତ ଶିଶୁଆ ଗ୍ରାମସ୍ଥ ନେହୁରୁନଗର ପ୍ରେମ ସାଇ ସ୍ୱୟଂସହାୟକ ଗୋଷ୍ଠୀ ଆନୁକୁଲ୍ୟରେ ମହାନଦୀ କୂଳରେ ପ୍ରତିଷ୍ଠିତ ଭୂତନାଥ ଦେବ ମନ୍ଦିର ପରିସରକୁ ସଫାସୁୁତରା କରିବା ସହିତ ସ୍ୱଚ୍ଛତା ଉପରେ ଆଲୋଚନା କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ପ୍ରକୃତିବନ୍ଧୁ ପ୍ରାଧ୍ୟାପକ ମନୋଜ କୁମାର ମହାପାତ୍ର ଶୁଭାରମ୍ଭ କରି ସୁସ୍ଥ ପରିବେଶ ରହିଲେ ମଣିଷ ସୁସ୍ଥ ରହିବା ସହିତ ନିରୋଗ ହୋଇପାରିବ ବୋଲି କହିଥିଲେ । ଉକ୍ତ କାର୍ଯ୍ୟକ୍ରମକୁ ଆଦର୍ଶ ଯୁବପରିଷଦର ଆବାହକ ଅକ୍ଷୟ କୁମାର ସାମଲ ପରିଚାଳନା କରିବା ସହ କାର୍ଯ୍ୟକ୍ରମରେ ଯୋଗଦେଇଥିବା ସମସ୍ତ ସଭ୍ୟ ଓ ସଭ୍ୟାମାନଙ୍କୁ ବଧେଇ ଜଣେଇଥିଲେ ।
କାର୍ଯ୍ୟକ୍ରମରେ ସ୍ୱୟଂସହାୟକ ଗୋଷ୍ଠୀର ସଭାନେତ୍ରୀ ସୁନୀତା ରାଉତ, ସଂପାଦିକା ସୁଲୋଚନା ସ୍ୱାଇଁ ,କୁମାର ଅମୀୟ, ମନୋଜ ରାଉତ, ମମତା ମଞ୍ଜରୀ ବାରିକ, ଜ୍ୟୋତି ରାଉତ, ମୀନାରାଣୀ ରାଉତ, ଲଲାଟେନ୍ଦୁ ପଣ୍ଡା, ବିଶ୍ୱରଞ୍ଜନ ସ୍ୱାଇଁ, ନିରଞ୍ଜନ ପଣ୍ଡା , ମିତାଲି ସ୍ୱାଇଁ, ଇତୁ ସାମଲ, ଅଶାନ୍ତି ରାଉତ, ବାଗ୍ଦେବୀ ରାଉତ,ଅର୍ପିତ ସାମଲ ପ୍ରମୁଖ ଯୋଗଦାନ କରି ମନ୍ଦିର ପରିସରକୁ ସଫା କରିବା ସହିତ ଅଳିଆ ଅବର୍ଜନାକୁ ଗାତଖୋଳି ପୋତି ଦେଇଥିଲେ ।
No Result
View All Result