No Result
View All Result
୧୪ ଅକ୍ଟୋବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) କଟକ :-> କଟକ ସଦର ଥାନା ନିକଟସ୍ଥ ସିଏମସି ୫୮ ନମ୍ବର ୱ।ର୍ଡ଼ ଡାହାଳିଆବାଗ ହରପାର୍ବତୀ ପୂଜା କମିଟି ପକ୍ଷରୁ ଶାରଦୀୟ ପୂଜା ନବମ ବର୍ଷରେ ପଦାର୍ପଣ କରିଛି । ଏହି ଉପଲକ୍ଷେ ବିଜୟା ଦଶମୀରେ ହରପାର୍ବତୀ ପୂଜା କମିଟି ପକ୍ଷରୁ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଏବଂ ଏକାଦଶୀରେ ସାଂସ୍କୃତିକ କାର୍ଯ୍ୟକ୍ରମ ମେଲୋଡି କିଙ୍ଗ ଆଣ୍ଡ କୁଇନ ଅନୁଷ୍ଠାନ ପରିବେଷଣ କରିଥିଲେ ।
ଏହି କାର୍ଯ୍ୟକ୍ରମ ଦେଖିବା ପାଇଁ ବହୁ ଜନସମାଗମ ହୋଇଥିଲା । ଟ୍ରାଫିକ ନିୟନ୍ତ୍ରଣ ପାଇଁ କଟକ ସଦର ଥାନା ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା । ହରପାର୍ବତୀ ପୂଜା କମିଟିର ସଭାପତି ଆଡ଼ଭୋକେଟ ବଦ୍ରି ନାରାୟଣ ମହାପାତ୍ରଙ୍କ ସଭାପତିତ୍ୱରେ ଆୟୋଜିତ ସମ୍ବର୍ଦ୍ଧନା ସଭା ମଞ୍ଚକୁ ପୂଜା କମିଟିର ସଂପାଦକ ତଥା ପୂର୍ବତନ କର୍ପୋରେଟର କୌଶିକ ଜେନା ସଞ୍ଚାଳନ କରିଥିଲେ l
ଉକ୍ତ ସମ୍ବର୍ଦ୍ଧନା କାର୍ଯ୍ୟରେ କଟକ ମେୟର ସୁବାଷ ସିଂ , ପୂର୍ବତନ ଅର୍ଥମନ୍ତ୍ରୀ ଶଶିଭୁଷଣ ବେହେରା, କଟକନଗର ଶାନ୍ତି କମିଟିର ସଭାପତି ଦେବେନ୍ଦ୍ର ସାହୁ , ସଂପାଦକ ଭିକାରୀ ଚରଣ ଦାସ , ପାଇକସାହି ଗ୍ରାମ୍ୟ କମିଟିର ସଭାପତି ଦିଲିପ କୁମାର ସ୍ୱାଇଁ, ସଂପାଦକ ନଳୀନ ସେନାପତି , ପୂର୍ବତନ ସରପଞ୍ଚ ପିତବାସ ମହାପାତ୍ର, ନୂଆଗଡ଼ ଗ୍ରାମ୍ୟ କମିଟିର ସଭାପତି ବିକ୍ରମ ଶତପଥୀ, ପୂର୍ବତନ କର୍ପୋରେଟର କୈଳାସ ବାବୁ , ସିଦ୍ଧଗିରୀ ଆଶ୍ରମର ବାବା ଶିବପ୍ରସାଦ ଦାସ ମହାରାଜ, କଟକ ନଗର ମହିଳା ବିଜେଡିର ସଂପାଦିକା ଶିବାନୀ ଜେନା, ତୈଲୋକ ପ୍ରଧାନ, ପରେଶ ମଙ୍ଗରାଜ, ପ୍ରମୁଖ ଅତିଥି ଭାବେ ଯୋଗ ଦେଇ କହିଲେ ଯେ ,
ଡାହାଳିଆବାଗ ହରପାର୍ବତୀ ପୂଜା କମିଟି ଏବଂ ଗ୍ରାମ୍ୟ କମିଟିର କର୍ମକର୍ତ୍ତା ମାନେ ବିଭିନ୍ନ କାର୍ଯ୍ୟକ୍ରମରେ ସମସ୍ତଙ୍କୁ ଗୋଟିଏ ମଞ୍ଚରେ ଏକାଠି କରି ସମ୍ବର୍ଦ୍ଧନା ଦେବା ସହିତ ଭାଇଚାରା ସୃଷ୍ଟି କରିବାରେ ସବୁଠାରୁ ଆଗରେ ରହିଥାଏ ବୋଲି ବକ୍ତାମାନେ ମତବ୍ୟକ୍ତ କରିଥିଲେ । ଉକ୍ତ ସମ୍ବର୍ଦ୍ଧନା ସଭାରେ ବିଭିନ୍ନ ପୂଜା କମିଟିର ସଭାପତି, ସଂପାଦକ, ଗ୍ରାମ୍ୟ କମିଟିର ସଭାପତି ,ସଂପାଦକ , ରାଜନୈତିକ ବ୍ୟକ୍ତି, ଗଣମାଧ୍ୟମର ପ୍ରତିନିଧି ମାନଙ୍କୁ ସମ୍ବରର୍ଦ୍ଧିତ କରାଯାଇଥିଲା ।
କାର୍ଯ୍ୟକାରୀ ସଭାପତି ସଚୀକାନ୍ତ ମହାନ୍ତି, କଟକ ନଗର ବିଜେଡି ସଂପାଦକ ସୁଶାନ୍ତ କୁମାର ମହାନ୍ତି, ନିରଞ୍ଜନ ନାୟକ, ପ୍ରହଲ୍ଲାଦ କର, ରଷରାଜ ମହାନ୍ତି, ସନ୍ତୋଷ ପ୍ରଧାନ,ସୁମନ୍ତ ରାଉତ, ରବିନ୍ଦ୍ର ନାଥ ସ୍ୱାଇଁ, ସୁଶାନ୍ତ ଜେନା,ପ୍ରଦୀପ ଜେନା,ସାର୍ଥକ ମହାନ୍ତି, ସୋନୁ ସିଦ୍ଧାର୍ଥ ମହାନ୍ତି, ଜୟନ୍ତ ରଥ, ଦୟାଜିତ ଦାସ, ଆର ଶତପଥୀ , ଖଗେଶ୍ବର ବାଗ ପ୍ରମୁଖ ପୂଜା କମିଟିର ସମସ୍ତ କର୍ମକର୍ତ୍ତା ଉପସ୍ଥିତ ସମ୍ବର୍ଦ୍ଧନା କାର୍ଯ୍ୟକୁ ପରିଚାଳନା କରିଥିଲେ । ଏଥିରେ ଗ୍ରାମ ଯୁବକମାନେ ସହଯୋଗ କରିଥିଲେ ।
No Result
View All Result