ଓଡିଶା ତାଜା ନ୍ୟୁଜ୍ (୧୮ ଅଗଷ୍ଟ ମଙ୍ଗଳବାର ) ଭୁବନେଶ୍ୱର :– ସାମାଜିକ ଅନୁଷ୍ଠାନ ସବୁଜ ଭାରତ ପକ୍ଷରୁ ଭୁବନେଶ୍ୱରସ୍ଥିତ ୟୁନିଟ୍-୯ ସହିଦ ରଘୁ-ଦିବାକରଙ୍କ ପ୍ରତିମୂର୍ତ୍ତିସ୍ଥଳରେ ୭୪ତମ ସ୍ୱାଧୀନତା ଦିବସ ଓ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପ୍ରବୀର ମହାନ୍ତି, ମୁଖ୍ୟବକ୍ତା ଭାବେ ସହିଦ ରଘୁ-ଦିବାକର ସ୍ମୃତି ସଂସଦର ସମ୍ପାଦକ ବ୍ରଜବନ୍ଧୁ ପରିଡ଼ା ଯୋଗଦେଇ ଦେଶ ମାତୃଭୂମିର ସେବା ପାଇଁ ଯେଉଁମାନେ ଅତ୍ମବଳି ଦେଇଛନ୍ତି, ତାହାର ପଟାନ୍ତର ନାହିଁ ବୋଲି ମତାମତ ପ୍ରଦାନ କରିଥିଲେ । ପ୍ରାରମ୍ଭିକ ପର୍ଯ୍ୟାୟରେ ଜାତୀୟ ସଙ୍ଗୀତ ଗାନ କରିବା ସହିତ ସବୁଜ ଭାରତର ସଭାପତି ସତ୍ୟବ୍ରତ ଜେନାଙ୍କ ସଭାପତିତ୍ୱରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।
ମହାମାରୀ କରୋନା ସମୟରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ କିଛି ସାମ୍ବାଦିକ ଓ ସମାଜସେବୀଙ୍କୁ କରୋନା ଯୋଦ୍ଧା ସମ୍ମାନ-୨୦୨୦ ପ୍ରଦାନ କରାଯାଇଥିଲା । ସମ୍ବର୍ଦ୍ଧିତ ବ୍ୟକ୍ତିଙ୍କ ମଧ୍ୟରେ ସାମ୍ବାଦିକ ସୌଭାଗ୍ୟ ରଞ୍ଜନ ମହାନ୍ତି, ବିଶ୍ୱଜିତ୍ ଦାସ, ସମାଜସେବୀ ଆଲୋକ କୁମାର ଜେନା, ସତ୍ୟାନନ୍ଦ ମଲ୍ଲିକ, ୟସ୍ମିନ୍ ଖାନଙ୍କୁ ମାନପତ୍ର ଓ ପୁଷ୍ପଗୁଚ୍ଛ ଦେଇ ସମ୍ମାନିତ କରାଯାଇଥିଲା । କାର୍ଯ୍ୟକ୍ରମକୁ ଯୁବ ସାମ୍ବାଦିକ ଅରବିନ୍ଦ ତ୍ରିପାଠୀ ସଂଯୋଜନା କରିଥିବା ବେଳେ ସିତାଂଶୁ ଶେଖର ମହାରଣା, ଇପ୍ସିତା ସାହୁ, ଲକ୍ଷ୍ମୀକାନ୍ତ ପାଇକରାୟ ଓ ରୀନା ପ୍ରଧାନ ପ୍ରମୁଖ ଯୋଗଦେଇ ସହଯୋଗ କରିଥିଲେ ।