୧୩ ଅକ୍ଟୋବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ବାଲିଗୁଡା :-> ଅସତ୍ୟ ଉପରେ ସତ୍ୟର ବିଜୟ, ଅଧର୍ମ ଉପରେ ଧର୍ମର ବିଜୟ l ବିଜୟା ଦଶମୀ ଅବସରରେ ଚାରିଆଡେ ପାର୍ବଣ ର ମାହୋଲ ଚାଲିଥିବା ବେଳେ କନ୍ଧମାଳ ଜିଲ୍ଲା ବାଲିଗୁଡା ର ବିଭିନ୍ନ ପୂଜା ମଣ୍ଡପ, ଶକ୍ତିପୀଠ ଗୁଡିକ ରେ ମହାମାୟୀ ଙ୍କ ପୂଜାର୍ଚ୍ଚନା ମହା ଆଡମ୍ବର ରେପାଳିତ ହୋଇ ଉଦଯାପିତ ହୋଇ ଯାଇଛି l ବିଜୟା ଦଶମୀ ଅବସରରେ ମା' ପାଟ୍ଟଖଣ୍ଡା ଦୁର୍ଗାପୂଜା ସମିତି ପକ୍ଷରୁ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ରାବଣ ପୋଡି ସ୍ଥାନୀୟ ମିନି ଷ୍ଟାଡିୟମ ରେ ଅନୁଷ୍ଠିତ ହୋଇ ଯାଇଛି l

କମିଟି ର ସଭାପତି ଲଳିତ କୁମାର ପାତ୍ର ଓ ସମ୍ପାଦକ ଶିବରାମ ପ୍ରଧାନୀ ଙ୍କ ନେତୃତ୍ୱରେ ଆୟୋଜିତ ରାବଣ ପୋଡି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ବାଲିଗୁଡା ବ୍ଲକ ବିଜେଡି ସଭାପତି ଟୁନା ଦାସ ଯୋଗଦେଇ ରାମ ବାଣ ରେ ଅଗ୍ନି ସଂଯୋଗ କରିଥିଲେ l ମୁଖ୍ୟ ଅତିଥି ଟୁନା ଦାସ ଙ୍କୁ ରାଜକୀୟ ସମ୍ମାନ ର ସହିତ ପାଛୋଟି ଆଣିଥିଲେ ଦୁର୍ଗାପୂଜା କମିଟି ର ସଦସ୍ୟଗଣ l ପାରମ୍ପରିକ ଢୋଲ, ନିଶାନ,

ମହୁରୀ ର ତାଳେ ତାଳ ଭବ୍ୟ ସ୍ୱାଗତ ସମ୍ୱର୍ଦ୍ଧନା ଜଣାଇଥିଲେ ସଭାପତି ଲଳିତ କୁମାର ପାତ୍ର ଓ ସମ୍ପାଦକ ଶିବରାମ ପ୍ରଧାନୀ l ରାବଣ ପୋଡି ବେଳେ ଆତଶବାଜି ରେ ପ୍ରକମ୍ପିତ ହୋଇଥିଲା ମିନି ଷ୍ଟାଡିୟମ ସମେତ ବାଲିଗୁଡା ସହର l ପରେ ପରେ ଭୁବନେଶ୍ୱର ରୁ ଆସିଥିବା କଳାକାର ମାନଙ୍କ ଦ୍ୱାରା ମେଲୋଡି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ସୂଚନାଯୋଗ୍ୟ ଯେ, ଶବ୍ଦ ପ୍ରଦୂଷଣ ଓ ଷ୍ଟାଡିୟମ ରେ ଯାତ୍ରା ଅlୟୋଜନ ନେଇ ବାଲିଗୁଡା ର ପ୍ରତିଭାବାନ କ୍ରୀଡାବିତ ମାନେ ତୀବ୍ର ବିରୋଧ କରିଥିଲେ l