No Result
View All Result
୦୯ ଅକ୍ଟୋବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ରାମଚଣ୍ଡୀ :-> ସୋମବାର ସୁତନ କ୍ଲଷ୍ଟର ସିଆରସି ଶରତ କୁମାର ବେଜଙ୍କ ସମେତ କ୍ଲଷ୍ଟରର ସମସ୍ତ ପ୍ରଧାନଶିକ୍ଷକ ମାନଙ୍କ ଉପସ୍ଥିତିରେ ବିଭିନ୍ନ ପ୍ରାଥମିକ ବିଦ୍ୟାଳୟ ଗୁଡିକରେ ନବ ନିଯୁକ୍ତ କନିଷ୍ଠ ଶିକ୍ଷକମାନଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । ଗୋପ ବ୍ଲକର ସୁତନ କ୍ଲଷ୍ଟର ଅନ୍ତର୍ଗତ ବିଭିନ୍ନ ବିଦ୍ୟାଳୟରେ ୭ଜଣ ନୂତନ କନିଷ୍ଠ ଶିକ୍ଷକ କାର୍ଯ୍ୟରେ ଯୋଗ ଦେଇଅଛନ୍ତି । କନିଷ୍ଠ ଶିକ୍ଷକ ଭାବେ କ୍ଲଷ୍ଟର ଅନ୍ତର୍ଗତ ସୁତନ ସ୍କୁଲରେ ଉଷାରାଣୀ ମହାପାତ୍ର, ନିହାରିକା ପ୍ରୀୟଦର୍ଷିନୀ, ବାଲି କପିଳେଶ୍ୱୋର ପ୍ରାଥମିକ ବିଦ୍ୟାଳୟରେ ସୋନାଲି ମହାପାତ୍ର,
ହାଟୁଆଦଣ୍ଡା ବିଦ୍ୟାଳୟରେ ସନ୍ତୋଷ କୁମାର ଦାଶ, କାନପୁରରେ ଶିବାନୀ ବେହେରା,ଟିକନା ପ୍ରାଥମିକ ବିଦ୍ୟାଳୟରେ ସୋନାଲିତ ବେହେରା, ନିନା ନାୟକ ନୂତନ କନିଷ୍ଠ ଶିକ୍ଷକ ଭାବେ ଯୋଗ ଦେଇଥିଲେ।ସୁତନ କ୍ଲଷ୍ଟର ପ୍ରଧାନଶିକ୍ଷକ କୈଳାଶ ଚନ୍ଦ୍ର କାହାଳୀଙ୍କ ପୌରୋହିତ୍ୟରେ ଆୟୋଜିତ ସମ୍ଵର୍ଦ୍ଧନା ସଭାରେ ନୂତନ କନିଷ୍ଠ ଶିକ୍ଷକମାନେ ନୂତନ କର୍ମକ୍ଷେତ୍ରରେ ଯୋଗଦାନ ପରେ ସେମାନଙ୍କର ପ୍ରାରମ୍ଭିକ ଅନୁଭୂତି ବର୍ଣ୍ଣନା କରିଥିଲେ । ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ସିଆରସି ଶ୍ରୀ ଶରତ କୁମାର ବେଜଙ୍କ ସମେତ ସମସ୍ତ ବିଦ୍ୟାଳୟର ପ୍ରଧାନଶିକ୍ଷକ ଉପସ୍ଥିତ ରହିଥିଲେ । କ୍ଲଷ୍ଟରରେ ଶୈକ୍ଷିକ କାର୍ଯ୍ୟଧାରା ସଂପର୍କରେ ନବାଗତ ଶିକ୍ଷକମାନଙ୍କୁ ଅବଗତ କରିବା ସହିତ ସେମାନଙ୍କର ଶିକ୍ଷକତା ବୃତ୍ତିରେ ଉତ୍ତରୋତ୍ତର ଉନ୍ନତି କାମନା କରିଥିଲେ ।
No Result
View All Result